ପଦାର୍ଥ ବିଜ୍ଞାନରେ ଉଚ୍ଚଶିକ୍ଷା ; ହେଲେ ଡଙ୍ଗା ବ୍ୟବସାୟ କରି ସ୍ବାବଲମ୍ବୀ

Advertisment

ବର୍ତ୍ତମାନ ଦେଶ ରାଜ୍ୟ ସବୁଠି ଯୁବିପିଢ଼ିଙ୍କ ମଧ୍ୟରେ ଚାକିରି ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଏଥିରେ ବ୍ୟତିକ୍ରମ ପାଲଟିଛନ୍ତି କୃଷ୍ଣପ୍ରସାଦ ଶିଆଣ୍ଡି ପଞ୍ଚାୟତ ନୋଳିଆ ପାଟଣାର ଯୁବ ଉଦ୍ୟୋଗୀ ରାମଚନ୍ଦ୍ର ବେହେରା ।

ବର୍ତ୍ତମାନ ଦେଶ ରାଜ୍ୟ ସବୁଠି ଯୁବିପିଢ଼ିଙ୍କ ମଧ୍ୟରେ ଚାକିରି ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଏଥିରେ ବ୍ୟତିକ୍ରମ ପାଲଟିଛନ୍ତି କୃଷ୍ଣପ୍ରସାଦ ଶିଆଣ୍ଡି ପଞ୍ଚାୟତ ନୋଳିଆ ପାଟଣାର ଯୁବ ଉଦ୍ୟୋଗୀ ରାମଚନ୍ଦ୍ର ବେହେରା ।

Ramachandra

Ramachandra Photograph: (KanakNews)

କନକ ବ୍ୟୁରୋ : କିଛି ଦିନ ତଳେ ଆମେ ସମ୍ବଲପୁରରେ ସରକାରୀ ଚାକିରିର ଦୟନୀୟ ଖବର ଦେଇଥିଲୁ । ମାତ୍ର ୧୮୭ ହୋମଗାର୍ଡ ପଦବୀ ପାଇଁ ପ୍ରାୟ ୯ ହଜାର ଉଚ ଶିକ୍ଷିତ ଯୁବକ ଏକାଠି ବସି ପରୀକ୍ଷା ଦେଉଥିବାର ଭିଡ଼ିଓ  ଭାଇରାଲ ହୋଇଥିଲା । ହେଲେ ଆମେ ଆପଣଙ୍କୁ ଆଜି ଆତ୍ମନିର୍ଭରଶୀଳତାର ଏଭଳି ଏକ କାହାଣୀ ଦେଖାଇବୁ  ଯାହା ସମସ୍ତ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ । ଚିଲିକା ଅଞ୍ଚଳର ମାତ୍ର ୨୫ ବର୍ଷର ଯୁବକ ରାମଚନ୍ଦ୍ର ଦେଖାଇ ଦେଇଛନ୍ତି  ନିଜେ ଚାକିରି ପଛରେ ନ ଗୋଡ଼ାଇ ଅନ୍ୟ ମାନଙ୍କ ପାଇଁ କିପରି ଚାକିରି ସୃଷ୍ଟି କରାଯାଇପାରେ । ନିଷ୍ଠା  ଆଉ ଚେଷ୍ଟା ଜଣଙ୍କୁ କିଭଳି ସଫଳତା ଆଣି ଦେଇପାରେ । 

ଠକ୍‌ ଠକ୍‌ ଶଦ୍ଦ ଶୁଭୁଛି , ରଙ୍ଗ ମରା ଚାଲିଛି । ସମସ୍ତେ କାର୍ଯ୍ୟ ବ୍ୟସ୍ତ , ଡଙ୍ଗା ପ୍ରସ୍ତୁତରେ ଲାଗିଛନ୍ତି କାରିଗର । ବର୍ତ୍ତମାନ ଦେଶ ରାଜ୍ୟ ସବୁଠି ଯୁବିପିଢ଼ିଙ୍କ ମଧ୍ୟରେ ଚାକିରି ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଏଥିରେ ବ୍ୟତିକ୍ରମ ପାଲଟିଛନ୍ତି କୃଷ୍ଣପ୍ରସାଦ ଶିଆଣ୍ଡି ପଞ୍ଚାୟତ ନୋଳିଆ ପାଟଣାର ଯୁବ ଉଦ୍ୟୋଗୀ ରାମଚନ୍ଦ୍ର ବେହେରା । ବୟସ ମାତ୍ର ୨୫ , ଏମିତି ନୁହେଁ ଯେ ରାମଚନ୍ଦ୍ର ଅଳ୍ପ ପାଠ ପଢ଼ିଛନ୍ତି । ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଛନ୍ତି । ହେଲେ ଚାକିରୀ ପଛରେ ନଧାଇଁ ଡଙ୍ଗା ତିଆରିକୁ ବ୍ୟବସାୟର ମାଧ୍ୟମ କରି ପାରିଛନ୍ତି । ନିଜେ ରୋଜଗାରକ୍ଷମ ହେବା ସହ ଆଉ ଦଶ ପରିବାରକୁ ଦେଇ ପାରିଛନ୍ତି ଦାନାପାଣି ।

ଅଧିକ ପଢ଼ନ୍ତୁ--ବଞ୍ଚି ଥାଉଥାଉ ମାରିଦେଲେ ; ସରକାରୀ ଖାତାରେ ମୃତ ଦର୍ଶାଇ କାଟିଦେଲେ ଭତ୍ତା!

ଚିଲିକାରେ ମାଛ ଧରା ରୋଜଗାରର ପ୍ରମୁଖ ମାଧ୍ୟମ ହୋଇଥିବାରୁ ଡଙ୍ଗା ବ୍ୟବସାୟ ପ୍ରତି ମନ ବଳାଇ ଥିଲେ ରାମଚନ୍ଦ୍ର । ସ୍ୱଳ୍ପ କିଛି ନିବେଶରେ ବ୍ୟବସାୟ ଆରମ୍ଭ କରି ମାତ୍ର ୩ ବର୍ଷରେ ସଫଳତା ପାଇଛନ୍ତି ୨୫ ବର୍ଷୀୟ ରାମଚନ୍ଦ୍ର । ହଜାରେରୁ ଅଧିକ ଡଙ୍ଗା ବିକ୍ରି କରିସାରିଲେଣ । ୪୦ ହଜାରରୁ ଆରମ୍ଭ କରି ୧୫ ଲକ୍ଷ ପର୍ଯ୍ୟନ୍ତ ରହୁଛି ଡଙ୍ଗାର ମୂଲ୍ୟ । ନିଜ କୌଳିକ ବୃତ୍ତିରୁ ଲୋକେ ଆଜିକାଲି ମୁହଁ ଫେରାଇ ନେଉଥିବା ବେଳେ ରାମଚନ୍ଦ୍ରଙ୍କ ଏହି ଉଦ୍ୟମ ନିହାତି ଭାବେ ପ୍ରଶଂସା ଯୋଗ୍ୟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe