କନକ ବ୍ୟୁରୋ : ଅଧ୍ୟାପକମାନଙ୍କୁ ଉଚ୍ଚଶିକ୍ଷା ବିଭାଗର କଡ଼ା ତାଗିଦ୍‌। କାମ ଠିକରେ ନକଲେ ବାଧ୍ୟତାମୂଳକ ଅବସର ଦେବାକୁ ଧମକ ।  ଅଧ୍ୟାପକଙ୍କ କାର୍ଯ୍ୟଦକ୍ଷତା ଓ ଆଚରଣ ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ବିଭାଗ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। ଜାନୁୟାରୀ ୩୧ ସୁଦ୍ଧା ରିପୋର୍ଟ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । ଶିକ୍ଷା ମାନଦଣ୍ଡ ବୃଦ୍ଧି ପାଇଁ ଉଚ୍ଚଶିକ୍ଷା ବିଭାଗର କଡା ନିଷ୍ପତ୍ତି ନେଇଛି। କର୍ମକ୍ଷେତ୍ରରେ ଅବହେଳା କରୁଥିବା ଅଧ୍ୟାପକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ। ଯେଉଁମାନେ ସଠିକ ଭାବେ କାମ କରୁନାହାନ୍ତି, ଏକାଡେମିକ କଥା ବୁଝୁନାହାନ୍ତି, ଯାହାର କାର୍ଯ୍ୟଦକ୍ଷତା ନାହିଁ ସେମାନଙ୍କ ତାଲିକା ପ୍ରସ୍ତୁତ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।

Advertisment

ଅଧିକ ପଢ଼ନ୍ତୁ : କଲେଜରେ ଛାତ୍ରୀମାନଙ୍କୁ ଦିଆଯାଉନି ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ, ଟଙ୍କା ମାଗିଲା ଉଚ୍ଚଶିକ୍ଷା ବିଭାଗ

ଜାନୁୟାରୀ ୩୧ ସୁଦ୍ଧା ରିପୋର୍ଟ ଦେବାକୁ ଚିଠି କରିଛି ଉଚ୍ଚଶିକ୍ଷା ବିଭାଗ। ଯାହାକୁ ବିରୋଧ କରିଛନ୍ତି ଶିକ୍ଷାବିତ୍। କହିଛନ୍ତି, କଲେଜ ଗୁଡିକରେ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ବେଳେ ଏମିତି ଧମକ ଦେଇ ଶିକ୍ଷା ବ୍ୟବସ୍ଥା ସଜାଡି ହେବନାହିଁ । ଦକ୍ଷତା ଆକଳନର ସ୍ୱତନ୍ତ୍ରମାନଦଣ୍ଡ ରହିବ କଥା। ଟିଚିଂ, ରିସର୍ଚ୍ଚ, ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି, ଷ୍ଟୁଡେଣ୍ଟ ଗଭର୍ଣ୍ଣାସ୍‌ ଭଳି କେଉଁ ମାନଦଣ୍ଡ ଆଧାରରେ ଦକ୍ଷତା ଆକଳନ ହେବ ତାହା ପ୍ରଥମେ ଧାର୍ଯ୍ୟ ହେବା ଦରକାର। ବର୍ତ୍ତମାନ ଅଧିକାଂଶ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ସେମାନେ କିଭଳି ଅଧ୍ୟାପକଙ୍କ ଦକ୍ଷତା ମାପିବେ? ଏହାଛଡ଼ା ଅଧ୍ୟାପକ ଅଭାବରୁ ଜଣେ ଜଣେ ଅଧ୍ୟାପକଙ୍କୁ ଦୀର୍ଘ ସମୟ କାମ କରିବାକୁ ପଡ଼ୁଛି। ଏଭଳି ସ୍ଥିତିରେ ସେମାନେ କେମିତି ପିଲାଙ୍କ ସହ ମିଶିବେ ଓ କଲେଜ କାମରେ ସାମିଲ ହେବେ ବୋଲି ପ୍ରଶ୍ନ ଉଠୁଛି । ଏଭଳି ବ୍ୟବସ୍ଥା ଶିକ୍ଷାର ମାନକୁ ଆହୁରି ତଳକୁ ନେବ ବୋଲି କହିଛନ୍ତି ପୂର୍ବତନ କୁଳପତି ବିନାୟକ ରଥ। 

ଅଧିକ ପଢ଼ନ୍ତୁ : ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି; ପିଲା ଭଲ ନ ପଢ଼ିଲେ କଲେଜରେ ପଡ଼ିବ ତାଲା

କିଛି ମାସ ପୂର୍ବରୁ ଅଧ୍ୟାପକ ପଦବୀ ପୂରଣ ପାଇଁ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ପୁନଃ ନିଯୁକ୍ତି ଦେଇଥିଲା ଉଚ୍ଚଶିକ୍ଷା ବିଭାଗ। ଆଉ ଏବେ ଦକ୍ଷତା ଆକଳନ ନେଇ ଦାୟିତ୍ୱରେ ଥିବା ଅଧ୍ୟାପକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ତାଗିଦ କରିଛି। ଉଚ୍ଚଶିକ୍ଷା ବିଭାଗର ଏଭଳି ମନମାନିକୁ ଶିକ୍ଷାବିତମାନେ ନିନ୍ଦା କରିଛନ୍ତି।