Ratna-Bhandar Photograph: (Kanak News)
କନକ ବ୍ୟୁରୋ : ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି ମଣତିକୁ ନେଇ ଆସିଲା ବଡ଼ ଖବର, ଆସନ୍ତା ୨୭ ତାରିଖରେ ରତ୍ନଭଣ୍ଡାର ତଦାରଖ କମିଟିର ଉଚ୍ଚସ୍ତରୀୟ ବୈଠକ ବସିବ । ଅପରାହ୍ଣ ୪ଟାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ସେହି ବୈଠକରେ ତାରିଖ ନିର୍ଦ୍ଧାରିତ ହେଵ ଓ ଗଣତି ଓ ମଣତି ପାଇଁ ପ୍ରସ୍ତୁତ ହେବ ରୂପରେଖ । ଜାନୁଆରୀ ମାସରେ ମହାପ୍ରଭୁଙ୍କ ଅଳଙ୍କାରର ହୋଇପାରେ ମଣତି ଗଣତି । ପାଞ୍ଜି ଦେଖି ୨ଟି ତାରିଖ ନିର୍ଦ୍ଧାରିତ ହେବ ଓ ସେହି ତାରିଖକୁ ପରିଚାଳନା କମିଟିକୁ ସୁପାରିଶ କରାଯିବ । ପରିଚାଳନା କମିଟି ଗଣତିମଣିତ ତାରିଖ ଧାର୍ଯ୍ୟ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ । ଏହି ସୂଚନା ଦେଇଛନ୍ତି ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ମହାପ୍ରଭୁଙ୍କ ଅଳଙ୍କାରର ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗଣତି ମଣତି ସମୟରେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯିବ । ସେଥିପାଇଁ ସହଯୋଗ କରିବାକୁ ଭକ୍ତଙ୍କୁ ନିବେଦନ କରିଛନ୍ତି ଜଷ୍ଟିସ ରଥ ।
ମହାପ୍ରଭୁଙ୍କ ଅଳଙ୍କାର ;କେବେ ହେବ ମଣତି ଓ ଗଣତି?
- ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପ୍ରସ୍ତୁତି ଶେଷ
- ଆସନ୍ତା ୨୭ରେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ
- ଅପରାହ୍ଣ ୪ଟା ବେଳେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
- ବୈଠକରେ ନିର୍ଦ୍ଧାରିତ ହେବ ଗଣତି ତାରିଖ
- ଗଣତି ମଣତି ନେଇ ରୂପରେଖ ପ୍ରସ୍ତୁତ ହେବ
- ପାଞ୍ଜି ଦେଖି ଗଣତି ପାଇଁ ୨ ଟି ତାରିଖ ଧାର୍ଯ୍ୟ କରାଯିବ
- ସେହି ତାରିଖକୁ ମନ୍ଦିର ପରିଚାଳନା କମିଟିକୁ ସୁପାରିଶ କରାଯିବ
- ପରିଚାଳନା କମିଟି ରାଜ୍ୟ ସରକାରଙ୍କ ନିକଟକୁ ପଠାଇବ
- ଜାନୁଆରୀ ମାସରେ ହୋଇପାରେ ରତ୍ନଅଳଙ୍କାରର ଗଣତି
- ମଣତି ଗଣତି ସମୟରେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯିବ
- ସହଯୋଗ ପାଇଁ ଭକ୍ତଙ୍କୁ ନିବେଦନ କଲେ ଜଷ୍ଟିସ ବିଶ୍ୱନାଥ ରଥ
ଅଧିକ ପଢ଼ନ୍ତୁ---ପରିବହନ ମନ୍ତ୍ରୀଙ୍କ ବଡ଼ ସୂଚନା ; ମାସେ ବଢ଼ିଲା ପିୟୁସିସି ଅବଧି
Follow Us