କନକ ବ୍ୟୁରୋ: ରତ୍ନଭଣ୍ଡାରକୁ ମହାପ୍ରଭୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଛି । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ହୋଇଥିଲା। ପରିଚାଳନା କମିଟିର ପରାମର୍ଶ ଅନୁସାରେ ହୋଇଥିଲା ସ୍ଥାନାନ୍ତର। ସକାଳ ୧୦.୫୫ରେ ବାହାର ରତ୍ନଭଣ୍ଡାର ତାଲା ଖୋଲିଥିଲା । ୧୨ଟି ଆଲମିରାକୁ ଭିତର ରତ୍ନଭଣ୍ଡାରକୁ ନିଆଗଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲାହେଲା ଏବଂ ବନ୍ଦ କରାଗଲା ।
୧୦.୫୫ ରେ ପ୍ରବେଶ ୨.୫୫ ମିନିଟ୍ ରେ ଶେଷ ହେଲା ସ୍ଥାନାନ୍ତର ପ୍ରକ୍ରିୟା। ଚାରିଘଣ୍ଟା ପର୍ଯ୍ୟନ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇଛି। ଅଳଙ୍କାର ଗଣତିମଣତି ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା । ଏସଓପି ଅନୁଯାୟୀ ସମସ୍ତ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟାର ଭିଡିଓଗ୍ରାଫି ହୋଇଛି। ଭିତର ରତ୍ନଭଣ୍ଡାର ବନ୍ଦ ପରେ ଦୁଇଟା ଯାକ ଚାବି ଜିଲ୍ଲା ଟ୍ରେଜେରିରେ ଜମା ଦିଆଯାଇଛି । ବାହାର ରତ୍ନଭଣ୍ଡାର ଚାବି ପରମ୍ପରା ମୁତାବକ ଗଜପତିଙ୍କ ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନ, ଭଣ୍ଡାର ମେକାପଙ୍କ ପାଖରେ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/23/puri-2025-09-23-19-02-25.jpg)