କନକ ବ୍ୟୁରୋ: ମହାନଦୀ ଜଳ ବିବାଦର ସମାଧାନ କରିବା ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି । ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନଦୀ ଜଳ ବିବାଦର ସମାଧାନ କରିବାକୁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାପରେ ଏହି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କମିଟିରେ ଉଭୟ ଶାସକ ସହିତ ବିରୋଧୀ ଦଳର ସଦସ୍ୟ ମଧ୍ୟ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି କମିଟି ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ଦିଗକୁ ପରୀକ୍ଷା କରିବ ।

Advertisment

ଆହୁରି ପଢ଼ନ୍ତୁ : ଏସ୍‌ଆଇ କେଳେଙ୍କାରୀ ମାମଲା : ସିବିଆଇ ପଞ୍ଝାରେ ୪୨୦ ନୀତିଶ ବିହାରୀ

ନଜର ପକାନ୍ତୁ ଏହି ଉଚ୍ଚସ୍ତରୀୟ କମିଟିରେ କିଏ କିଏ ଅଛନ୍ତି?

  • ସୁରେଶ ପୂଜାରୀ
  • ପୃଥ୍ବୀରାଜ  ହରିଚନ୍ଦନ
  • ସମ୍ପଦ ଚନ୍ଦ୍ର ସ୍ଵାଇଁ
  • ସରୋଜ କୁମାର ପ୍ରଧାନ
  • ନିରଂଜନ ପୂଜାରୀ
  • ଜୟନାରାୟଣ ମିଶ୍ର
  • ସୋଫିଆ ଫିର୍ଦୋସ୍