High Court Photograph: (KanakNews)
କନକ ବ୍ୟୁରୋ: ଅତିଥି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । ଏହାଦ୍ୱାରା ଶିକ୍ଷାର ଗୁଣବତ୍ତା ହ୍ରାସ ପାଉଛି ବୋଲି କୋର୍ଟ କହିଛନ୍ତି । ତାଛଡ଼ା ଅତିଥି ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି ନେଇ ଆଇନରେ କୌଣସି ବ୍ୟବସ୍ଥା ନାହିଁ । ପୂର୍ବରୁ ରାଜ୍ୟ ସରକାର ଅତିଥି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ନିଷ୍ପତ୍ତିକୁ ରଦ୍ଦ କରି ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ବାଲେଶ୍ୱରରୁ ଆସିଲା ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର, ଦିଦି ଛୁଆଁ ଅଛୁଆଁରେ ଭେଦଭାବ କରୁଥିବା ଅଭିଯୋଗ ଆଣିଲେ ଅଭିଭାବକ
ରାଜ୍ୟରେ ଖାଲିପଡିଛି ୭୩ହଜାର ଶିକ୍ଷକ ଓ ଅଧ୍ୟାପକ ପଦ। ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୪ ହଜାରରୁ ଅଧିକ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ହେଲେ ସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ଅତିଥି ଶିକ୍ଷକ ଓ ଅଧ୍ୟାପକଙ୍କୁ ନେଇ ଚାଲିଛି ଶିକ୍ଷାନୁଷ୍ଠାନ। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି, ଶିକ୍ଷା ଅଧିକାର ଆଇନ ଅଧୀନରେ ଅବସରପ୍ରାପ୍ତ ବା ଅତିଥି ଶିକ୍ଷକ ନିଯୁକ୍ତି ନେଇ କୌଣସି ଆଇନ ନାହିଁ । ତେଣୁ ଏଭଳି ନିଯୁକ୍ତି ପ୍ରକ୍ରିୟାକୁ କିଏ ସ୍ୱୀକୃତି ଦେଇଛି ? ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ । ଆଉ କହିଛନ୍ତି, ଅତିଥି ଶିକ୍ଷକ ବା ଅଧ୍ୟାପକ ନିଯୁକ୍ତି ଦ୍ୱାରା ଶିକ୍ଷା ବ୍ୟବସ୍ଥା ଗତିଶୀଳ ହୋଇପାରିବନି ଏବଂ ଶିକ୍ଷାର ମାନ ହ୍ରାସ ପାଇବ।
ଆଗୁଆ ଅନୁଗୁଳରୁ ଆସିଲା ପଛୁଆ ଚିତ୍ର; ଅଙ୍ଗନବାଡିରୁ ଶୈଶବ ଶିକ୍ଷା ସହିତ ହେଉଛି ସାଲିସ୍
ନିକଟରେ ଅତିଥି ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକୁ ଆଧାର କରି ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସତ୍ୟପାଠ ଜରିଆରେ ଜବାବ ଦେବାକୁ ନିର୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ । ହେଲେ ଦାଖଲ ସତ୍ୟପାଠକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । ଗୋଟେ ପଟେ ଅବସରପ୍ରାପ୍ତଙ୍କୁ ପୁନଃନିଯୁକ୍ତି ପାଇଁ ପ୍ରୋତ୍ସାହନ ଦେଉଛନ୍ତି ସରକାର । ଅନ୍ୟପଟେ ନିଯୁକ୍ତି ଆଶାରେ ରାଜରାସ୍ତାରେ ଶହ ଶହ ଯୁବକଯୁବତୀ । ଏଭଳି ସ୍ଥିତିରେ କଣ ହେବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ତାକୁ ନେଇ ଚିନ୍ତା ବଢିଛି । ରାଜ୍ୟରେ ଖାଲିପଡିଥିବା ଶିକ୍ଷକ ଓ ଅଧ୍ୟାପକ ପଦ କେବେ ପୂରଣ ହେବ ଓ ସେ ନେଇ କଣ ରହିଛି ଯୋଜନା ସେ ନେଇ ସବିଶେଷ ତଥ୍ୟ ଦେବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ ।
Follow Us