କନକ ବ୍ୟୁରୋ : ବସ୍ତା ବ୍ଲକ କୁଡ଼ିଆ ଅଙ୍ଗନବାଡ଼ି କେନ୍ଦ୍ର । ଯେଉଁଠି ଗୀତ ଗାଈ ନାଚି ନାଚି କୁନିକୁନି ପିଲାଙ୍କୁ ପାଠ ପଢ଼ାଉଛନ୍ତି ଅଙ୍ଗନବାଡ଼ି ଦିଦି । ଅନ୍ୟଟି ସଦର ବ୍ଲକ ପଥରବାଘର ଅଙ୍ଗନବାଡି କେନ୍ଦ୍ର । ଦେଖିବାକୁ ଗାଈ ଗୁହାଳ ଭଳି । ଯେଉଁଠି ପାଠପଢ଼ା ସେଇଠି ଧାନ ଚାଉଳ, ଜାଳେଣି ସବୁ କିଛି । ଅଧା ସମୟ ଏଠାରେ ପାଠପଢ଼ା ହୁଏନି ! ପିଲାଙ୍କୁ ୨ଟି ବଦଳରେ ଗୋଟିଏ ଅଣ୍ଡା ଦିଆଯାଏ ! ଏମିତି ଅନେକ ଅଭିଯୋଗ ଆସିଛି ଅଙ୍ଗନବାଡ଼ି ଦିଦି ରଞ୍ଜୁବାଳା ମଣ୍ଡଳଙ୍କ ନାଁରେ । ଏପିରିକି ଦିଦି ଛୁଆଁ ଅଛୁଆଁ ଭେଦଭାବ ରଖୁଥିବା ଅଭିଯୋଗ ଆସିଛି । ଫଳରେ ୨୦ ରୁ ୨୫ ଦିନ ହେଲାଣି ପିଲା ଅଙ୍ଗନାବାଡ଼ି ଆସୁନାହାନ୍ତି ! ଯାହାକୁ ନେଇ ଗ୍ରାମବାସୀ ଏକାଠି ହୋଇ ସିଡିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଆସିଲା ମାଳମାଳ ଅଭିଯୋଗ ; ଶୁଣି ତାଜୁବ ହେଲେ ମନ୍ତ୍ରୀ
କିଛି ଦିନ ତଳେ କୁଡ଼ିଆ ଅଙ୍ଗନବାଡ଼ି କେନ୍ଦ୍ରର ଖବର ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା । ଅଙ୍ଗନବାଡ଼ି ଦିଦି କେମିତି ନାଚି, ଗୀତ ବୋଲି ପିଲାଙ୍କୁ ପାଠ ପଢ଼ାଉଥିଲେ ତାହା ବେଶ ପ୍ରଶଂସା ସାଉଁଟିଥିଲା । ହେଲେ ସେହି ଜିଲ୍ଲାର ପଥରବାଘ ଅଙ୍ଗନବାଡ଼ିର ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି । ପଥରବାଘ ଅଙ୍ଗନବାଡ଼ି କେନ୍ଦ୍ରର ସ୍ବତନ୍ତ୍ର ଘର ନିର୍ମାଣ ସହ ଅଙ୍ଗନବାଡ଼ି ଦିଦିଙ୍କ ଦୁର୍ବବ୍ୟହାରର ତଦନ୍ତ କରି । କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।