କନକ ବ୍ୟୁରୋ : ଇସ୍ରାଏଲ୍, ଆମେରିକା ମିଳିତ ଭାବେ ଇରାନ ଉପରେ ଆକ୍ରମଣ ଜାରି ରଖିଛନ୍ତି । ଇରାନ ମଧ୍ୟ କଡ଼ା ଜବାବ ଦେଉଛି । ଏପରି ସ୍ଥଳରେ ମଧ୍ୟପ୍ରାଚ୍ୟ ରଣଭୂମିକୁ ହେଜବୁଲ୍ଲା ଡେଇଁଛି । ଆନୁଷ୍ଠାନିକ ଭାବରେ ହେଜବୁଲ୍ଲା ଯୁଦ୍ଧରେ ଇରାନ ସପକ୍ଷରେ ଯୋଗ ଦେଇଛି । ନଭେମ୍ବର ୨୦୨୪ ଅସ୍ତ୍ରବିରତି ଚୁକ୍ତିନାମା ପରେ ପ୍ରଥମ ଥର ପାଇଁ, ହେଜବୁଲ୍ଲା ସକ୍ରିୟ ଭାବରେ ଯୁଦ୍ଧରେ ଯୋଗ ଦେଇଛି ।
ଅଧିକ ପଢନ୍ତୁ : ଥରିଲା ପାକିସ୍ତାନ: ରାୱଲପିଣ୍ଡିର ନୁର୍ ଖାନ ଏୟାରବେସରେ ଏୟାର୍ ଷ୍ଟ୍ରାଇକ୍
ଉତ୍ତର ଇସ୍ରାଏଲର ଅନେକ ଅଞ୍ଚଳରେ ହେଜବୁଲ୍ଲା ରକେଟ ଆକ୍ରମଣ କରିଛି । ଇସ୍ରାଏଲ ଅନୁଯାୟୀ, ଏହି ଆକ୍ରମଣରେ ହାଇଫା ଅଞ୍ଚଳରେ ଛଅଟି ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। । ହେଜବୁଲ୍ଲା ଲେବାନନରୁ ଯୁଦ୍ଧ ଆରମ୍ଭ କରିଛି । ଇସ୍ରାଏଲର ଲେବାନନ ସରକାରଙ୍କ ସହିତ କୌଣସି ସମସ୍ୟା ନାହିଁ । ତେବେ ହେଜବୁଲ୍ଲା ଦ୍ବାରା କରାଯାଉଥିବା ଆକ୍ରମଣ ଯୁଦ୍ଧକୁ ନୂଆ ମୋଡ଼ ଦେବ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/02/war-update-2026-03-02-09-44-01.jpeg)