ଉପାନ୍ତରେ ଉଜୁଡ଼ା ସ୍ୱାସ୍ଥ୍ୟସେବା; ନାହାନ୍ତି ଆବଶ୍ୟକ କର୍ମଚାରୀ ! ରକ୍ତ ନମୁନା ରିପୋର୍ଟ ପ୍ରଦାନରେ ବିଳମ୍ବ

Advertisment

ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁରରେ ଆଣ୍ଠେଇଛି ସ୍ୱାସ୍ଥ୍ୟସେବା । କେତେବେଳେ ଡାକ୍ତର ଅଭାବ, ଆଉ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ମଚରୀ ଅଭାବ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । ରୋଗୀଙ୍କୁ ବିଳମ୍ବରେ ବ୍ଲଡ୍‌ ରିପୋର୍ଟ ପ୍ରଦାନ କରାଯାଉଥିବା ଅଭିଯୋଗ ଆସିଛି ।

ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁରରେ ଆଣ୍ଠେଇଛି ସ୍ୱାସ୍ଥ୍ୟସେବା । କେତେବେଳେ ଡାକ୍ତର ଅଭାବ, ଆଉ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ମଚରୀ ଅଭାବ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । ରୋଗୀଙ୍କୁ ବିଳମ୍ବରେ ବ୍ଲଡ୍‌ ରିପୋର୍ଟ ପ୍ରଦାନ କରାଯାଉଥିବା ଅଭିଯୋଗ ଆସିଛି ।

Nabarangpur Hospital

Nabarangpur Hospital Photograph: (Kanak News)

କନକ ବ୍ୟୁରୋ : ଅବ୍ୟବସ୍ଥା ଘେରରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ନମୁନା ପରିଚାଳନା । ରକ୍ତ ନମୁନା ରିପୋର୍ଟ ପ୍ରଦାନରେ ବିଳମ୍ବ ଅଭିଯୋଗ । ଯାହାକୁ ନେଇ ରୋଗୀ ସମ୍ପର୍କୀୟ ମଧ୍ୟରେ ବଢୁଛି ଅସନ୍ତୋଷ । ଆବଶ୍ୟକୀୟ କର୍ମଚାରୀ ଅଭାବ ଏଥିପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜିଥିବା ବେଳେ ଗଣମାଧ୍ୟମ ଠାରୁ ସୂଚନା ପାଇ ତରବରିଆ ଭାବେ ନମୁନା ରିପୋର୍ଟ ସମୟ ପରିବର୍ତ୍ତନ କରଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ ।

ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁରରେ ଆଣ୍ଠେଇଛି ସ୍ୱାସ୍ଥ୍ୟସେବା । କେତେବେଳେ ଡାକ୍ତର ଅଭାବ, ଆଉ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ମଚରୀ ଅଭାବ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । ରୋଗୀଙ୍କୁ ବିଳମ୍ବରେ ବ୍ଲଡ୍‌ ରିପୋର୍ଟ ପ୍ରଦାନ କରାଯାଉଥିବା ଅଭିଯୋଗ ଆସିଛି । ରକ୍ତ ନମୁନା ଦେବା ପରେ ସେଦିନ ସଂଧ୍ୟା ୪ଟା ପରେ ରିପୋର୍ଟ ମିଳିଥାଏ । ଯଦି କେହି ନେଇନପାରିଲେ, ତାହେଲେ ତା’ ପର ଦିନ ୪ଟାକୁ ଅପେକ୍ଷା । ଫଳରେ ଡାକ୍ତର ବି ପରିବର୍ତ୍ତନ ହୋଇଯାଆନ୍ତି । ଫଳରେ ଅନେକ ସମୟରେ ଔଷଧ ପ୍ରଦାନକୁ ନେଇ ଦ୍ଵନ୍ଦ୍ୱ ସୃଷ୍ଟି ହେଉଥିବା ଅଭିଯୋଗ ଆସିଛି ।

ଅଧିକ ପଢ଼ନ୍ତୁ : ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି, ହେଲେ ଗଂଜାମରେ ଚାଲିଛି କ'ଣ ? ସନ୍ଧ୍ୟା ୫ ଟା ପରେ ମେଡିକାଲ ସେବା ମିଳିବା କଷ୍ଟ

ଜିଲ୍ଲାରେ ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠି ରୋଗୀ ସାରା ଦିନ ରିପୋର୍ଟ ପାଇଁ ଅପେକ୍ଷା କରିବା ଅସମ୍ଭବ । ଅନ୍ୟପଟେ ଅନେକ ଲୋକ ସ୍ମାର୍ଟ ଫୋନ୍‌ ମେସେଜ ବିଷୟରେ ଅବଗତ ନାହାନ୍ତି । ଏପରି ସ୍ଥିତିରେ ରୋଗୀଙ୍କୁ ମୋବାଇଲରେ ରିପୋର୍ଟ ପ୍ରଦାନ! କରାଯାଉଛି । ଯାହା କେତେ ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆବଶ୍ୟକ କର୍ମଚାରୀ ନଥିବାରୁ ରିପୋର୍ଟ ଦେବାରେ ବିଳମ୍ବ ହେଉଥିବା ଆସିଛି ଅଭିଯୋଗ ।

ଗଣମାଧ୍ୟମକୁ ଦେଖି ତରବରିଆ ଭାବେ ରିପୋର୍ଟ ପ୍ରଦାନ ସମୟରେ ପରିବର୍ତ୍ତନ କରିଛନ୍ତି ମେଡିକାଲ୍‌ କର୍ତ୍ତୃପକ୍ଷ । ହେଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ଅର୍ଥାତ ଆବଶ୍ୟକ ସଂଖକ କର୍ମଚାରୀଙ୍କୁ ନିଯୁକ୍ତ କରିବା ପାଇଁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe