କନକ ବ୍ୟୁରୋ :ସ୍ବାସ୍ଥ୍ୟସେବାରୁ କେହି ବଞ୍ଚିତ ହେବେନି । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରଙ୍କ ଅଜବ ନିୟମ ଏହି ଉଦ୍ଦେଶ୍ୟକୁ ପାଣିଚିଆ କରି ଦେଉଛି । ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସନ୍ଧ୍ୟା ୫ ପରେ ତାଲା ଝୁଲୁଛି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । 

Advertisment

ଅଧିକ ପଢ଼ନ୍ତୁ : ସ୍ବାସ୍ଥ୍ୟସେବାର ବିକଳ ଚିତ୍ର;୩୩ ବର୍ଷ ହେଲାଣି ଡାକ୍ତରଖାନାରେ ଝୁଲୁଛି ତାଲା

ସରକାରୀ ଡାକ୍ତରଖାନାର ବିକଳ ଚିତ୍ର । ବାହାର ଖୋଲା, ଭିତରେ ତାଲା । କାଉ କୋଇଲି ବି ଉଡ଼ୁ ନାହାନ୍ତି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ପାଟ୍ଟପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଭାତ ହାଣ୍ଡିରୁ ଗୋଟିଏ । ପୂରା ଜିଲ୍ଲାର ସ୍ବାସ୍ଥ୍ୟସେବା ହୁଗୁଳା ! ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଦେଖିବା ପରେ ମନକୁ ଏମିତି ଭାବନା ଆସୁଛି । ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ  ଡାକ୍ତରଖାନାଟି ସକାଳ ୮ଟାରୁ ୧୨ଟା ଓ ଅପରାହ୍ଣରେ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲିବ । ସେହି ସମୟ ପୂର୍ବରୁ ଓ ପରେ କାହାର ଦେହ ଖରାପ ହେଲେ ଯେମିତି କେହି ଉତ୍ତରଦାୟୀ ନାହାନ୍ତି । ଆମ ପ୍ରତିନିଧି ମଧ୍ୟ ପ୍ରାୟ ୫ଟା ବେଳେ ପହଞ୍ଚିଥିଲେ। ଆଉ ସେତେବେଳକୁ ଭିତର ଫାଟକରେ ତାଲା ପଡ଼ି ସାରିଥିଲା ।

ଅଧିକ ପଢ଼ନ୍ତୁ : ଯାଜପୁର ଜିଲ୍ଲାରେ ଅସୁସ୍ଥ ସ୍ବାସ୍ଥ୍ୟସେବା ; ମୁଖ୍ୟ ଚିକିତ୍ସାଳୟରେ ଫାଙ୍କା ପଡ଼ିଛି ୮୩ ଡାକ୍ତର ପଦବୀ

ଏଇ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପାଟ୍ଟପୁର, ରାଧାଦେଇପୁର ଓ ଚୁଡ଼ଙ୍ଗପୁର ପଞ୍ଚାୟତର ହଜାର ହଜାର ଲୋକ ନିର୍ଭରଶୀଳ । ରାତି ପାହିଲେ ଝାଡ଼ା, ଜ୍ବରଠାରୁ ନେଇ ଖଣ୍ଡିଆ ଖାବରା ହେଲେ ଏଠାକୁ ଧାଇଁ ଆସନ୍ତି ରୋଗୀ । ହେଲେ ଠିକ୍ ସମୟରେ କେହି ନରହିବା ଓ ଡାକ୍ତରଖାନା ନଖୋଲିବାରୁ ଆଉ ମାଛି ବି ଉଡ଼ୁନି । ଲୋକେ ବାଧ୍ୟ ହୋଇ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର  କଥା ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କେବଳ ଜଣେ ଫାର୍ମାସିଷ୍ଟଙ୍କ ଭରସାରେ ଖୋଲୁଛି । ଜଣେ ଆଟେଣ୍ଡାଣ୍ଟ ଓ ଝାଡ଼ୁଦାରଙ୍କ ସହ ମାତ୍ର ୩ ଜଣରେ ଚାଲିଛି ଡାକ୍ତରଖାନା । ପ୍ରଶ୍ନ ଉଠୁଛି ଏ ନିୟମ କାହିଁକି? ସନ୍ଧ୍ୟା ୫ଟା ପରେ ସ୍ବାସ୍ଥ୍ୟ ଖରାପ ହେବନି କି ? ପାଟ୍ଟପୁରେ ଲାଗିଥିବା ତଥ୍ୟ ବାବଦରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅବଗତ ଅଛି ଅଛି ତ?