ଭାତ ଖାଇବାକୁ ଭଲ ପାଉଥିବା ଦେଶ ହେଉଛି ଭାରତ । ବିଭିନ୍ନ ଧର୍ମାବଲମ୍ବୀ, ସମ୍ପ୍ରଦାୟର ଲୋକ ଭାରତରେ ବସବାସ କରୁଥିଲେ ହେଁ ସମସ୍ତଙ୍କ ଖାଇବା ଥାଳିରେ ଗୋଟିଏ ହିଁ ଖାଦ୍ୟ ପରଷାଯାଏ ଯାହାକୁ କୁହାଯାଏ ଭାତ । ହଁ ସୁଗାର୍ ରୋଗୀଙ୍କ ପାଇଁ ଭାତ ଖାଇବାକୁ ଡାକ୍ତର ମନା କରିଥା’ନ୍ତି ତେଣୁ ରୋଗୀମାନେ ଭାତଠାରୁ ସାଧାରଣତଃ ଦୂରେଇ ରହିଥା’ନ୍ତି । ଅନ୍ୟ କିଛି ରାଜ୍ୟରେ ମଧ୍ୟ ଭାତ ଅପେକ୍ଷା ରୁଟିର ଚାହିଦା ଅଧିକ । ତେବେ ଏ ତ ଖାଦ୍ୟ ପ୍ରତି ପସନ୍ଦ ଏବଂ ନାପସନ୍ଦର କଥା । କିନ୍ତୁ ଭାରତର ଅଧିକାଂଶ ସ୍ଥାନରେ ଚାଉଳରୁ ପ୍ରସ୍ତୁତ ହେଉଥିବା ଭାତର ଦବଦବା ହିଁ ଅଲଗା । 

Advertisment
RED RICE
RED RICE Photograph: (google)

ତେବେ ଭାରତରେ ବିଭିନ୍ନ ଭେରାଇଟିର ଚାଉଳ ଉପଲବ୍ଧ । କିନ୍ତୁ ନାଲି ଚାଉଳକୁ ସ୍ବାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଏ । ଅନ୍ୟ ଚାଉଳରେ କାର୍ବୋହାଇଡ୍ରେଟର ମାତ୍ରା ଥିବା ବେଳେ ନାଲି ଚାଉଳରେ ଫାଇବର, ପ୍ରୋଟିନ୍ ଏବଂ ଆଣ୍ଟିଅକ୍ସିଡେଣ୍ଟସର ପ୍ରଚୁର ମାତ୍ରା ମହଜୁଦ୍ ଥାଏ । ହୃଦୟ ଜନିତ ରୋଗରୁ ଆରମ୍ଭ କରି ବ୍ଳଡ୍ ସୁଗର୍ ଭଳି ଅନେକ ରୋଗରେ ବ୍ରେକ୍ ଲଗାଇବାର ଶକ୍ତି ରହିଛି ରେଡ୍ ରାଇସରେ । ଏହାଦ୍ବାରା ଶରୀରକୁ ଶକ୍ତି ମିଳିଥାଏ । ପ୍ରୋଟିନ୍ , ଫାଇବର୍, ଏନ୍ଥୋସାଇନିନ୍, ଏପିଜେନିନ୍, ମାଇରାସେଟିନ୍, କ୍ବିରସେଟିନ୍ ଭଳି ଆଣ୍ଟିଅକ୍ସିଡେଣ୍ଟସର ମାତ୍ରା ନାଲି ଚାଉଳରେ ଥାଏ ଯାହାକୁ ରୋଗର ଶତ୍ରୁ କୁହାଯାଏ । ଗବେଷଣା ଅନୁସାରେ ଏହି ସବୁ ତତ୍ତ୍ବ କୋଶିକାରୁ ଫ୍ରି ରେଡିକଲ୍ସକୁ ବାହାର କରି ଅକ୍ସିଡେଟିଭ୍ ଷ୍ଟ୍ରେସ୍ କମ୍ କରେ । ଏହାଦ୍ବାରା କ୍ୟାନ୍ସର ସମେତ ହୃଦରୋଗ, ଡାଏବେଟିସ୍ ଭଳି ରୋଗର ଆଶଙ୍କା କମ୍ ହୁଏ । 

Lal chawl
Lal chawl Photograph: (google)

ନାଲି ଚାଉଳ ଶରୀରରେ ଇନଫ୍ଲାମେସନକୁ କମ୍ କରିଥାଏ । ଇନଫ୍ଲାମେସନ୍ କାରଣରୁ କୋଷିକାରେ ସମସ୍ୟା ଦେଖିବାକୁ ମିଳେ ଯାହା କ୍ୟାନ୍ସର, ଆଣ୍ଠୁଗଣ୍ଠି ବ୍ୟଥା ଭଳି ଅନେକ ସମସ୍ୟାକୁ ଜନ୍ମ ଦେଇପାରେ । ଏଭଳି ସ୍ଥିତିରେ ଯଦି ଆପଣ ନିୟମିତ ନାଲି ଚାଉଳ ଖାଉଛନ୍ତି ତେବେ ଏଭଳି ଘାତକ ରୋଗରୁ ଆପଣ ମୁକ୍ତି ପାଇପାରିବେ । ଏଥିରେ ମ୍ୟାଗ୍ନେସିୟମର ମାତ୍ରା ପ୍ରଚୁର ପରିମାଣରେ ମିଳିଥାଏ ଯାହା ଶ୍ବାସ ସମ୍ବନ୍ଧୀୟ ରୋଗରୁ ମୁକ୍ତି ଦିଏ । ସେଥିପାଇଁ ଡାକ୍ତର ଆସ୍ଥମା ରୋଗୀଙ୍କୁ ନାଲି ଚାଉଳ ଖାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥା’ନ୍ତି । ଏହା ତ୍ବଚା ପାଇଁ ମଧ୍ୟ ବରଦାନ ସାବ୍ୟସ୍ତ ହୁଏ । ସମୟ ପୂର୍ବରୁ ତ୍ବଚାରେ ଦେଖାଯାଉଥିବା କୁଞ୍ଚନକୁ ଦୂର କଲେ ନାଲି ଚାଉଳ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟସ ଏନ୍ଥୋସାଇନିନ୍ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମିରୁ ତ୍ବଚାକୁ ମଳିନ ହେବାକୁ ଦେଇନଥାଏ । ଓଜନ କମ୍ କରାଇବାରେ ମଧ୍ୟ ନାଲି ଚାଉଳକୁ ବେଷ୍ଟ୍ ମେଡିସିନ୍ ବୋଲି କୁହାଯାଇଛି ।