ରୋଗୀଙ୍କୁ ଦେଲେନି ହେଲେ ପୋଡ଼ି ଦେଲେ ପୁଳା ପୁଳା ଔଷଧ,  ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପଛପଟେ ପଡ଼ିଛି ଅଧ ପୋଡ଼ା ଔଷଧ

Advertisment

ସୁନ୍ଦରଗଡ଼ ହେମଗିରି ବ୍ଲକ ଗୋପାଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପଛପଟେ ପଡ଼ିଛି ଅଧ ପୋଡ଼ା ଔଷଧ । ପୁଣି ସ୍ବାସ୍ଥ୍ୟ ବିଭିଗା ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ।

ସୁନ୍ଦରଗଡ଼ ହେମଗିରି ବ୍ଲକ ଗୋପାଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପଛପଟେ ପଡ଼ିଛି ଅଧ ପୋଡ଼ା ଔଷଧ । ପୁଣି ସ୍ବାସ୍ଥ୍ୟ ବିଭିଗା ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ।

Medicine

Medicine Photograph: (KanakNews)

 କନକ ବ୍ୟୁରୋ:  ରୋଗୀଙ୍କୁ ଦେଲେନି ପୋଡ଼ିଦେଲେ ଔଷଧ । ସ୍ବାସ୍ଥ୍ୟ ବିଭାଗ  ଖଣି ପ୍ରଭାବିତ ହେମଗିରି ବ୍ଲକ ଗୋପାଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପଛପଟ ଆର୍ବଜନା କୁଣ୍ଡ ନିକଟରେ ଜଳୁଥିଲା ଔଷଧ । କୁଣ୍ଡ ଭିତରେ ମଧ୍ୟ ଅଧାପୋଡା ଅବସ୍ଥାରେ ପଡିଥିଲା ଗଦାଗଦା ବଟିକା ଓ ଔଷଧ ଶିଶି । କେଉଁ ଔଷଧ ର ବୈଧ ସମୟ ୨୦୨୫ ଡିସେମ୍ବର ଶେଷ ଯାଏ ରହିଛି ତ କାହାର ଡିସେମ୍ବର ୨୦୨୬ ଯାଏ ରହିଛି । ଆଜି କିଛି ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଲୋକେ ମେଡିକାଲ କୁ ପହଚିଂଲା ବେଳକୁ ଔଷଧ ସବୁ ଜଳୁଥିଲା । ନିକେ ଫାର୍ମାସିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ଭିତରୁ ଔଷଧ ବାହାର କରାଇ ଜଳାଉଥିବା ଦେଖିବା କୁ ମିଳିଥିଲା । ସାମ୍ବାଦିକ ଓ ଲୋକଙ୍କୁ ଦେଖି କର୍ମଚାରୀ ବି ହଡବଡାଇ ଯାଇଥିଲେ ।

ଅଧିକ ପଢନ୍ତୁ : ବଜାରରେ ମିଳୁଛି ପୁଳାପୁଳା ନକଲି ମେଡିସିନ୍‌; ୪ ବର୍ଷରେ ୧୬୮ ନକଲି ଔଷଧ ଚିହ୍ନଟ

ଗ୍ରାମାଚଂଳର ଗରିବ ରୋଗୀଙ୍କୁ ମାଗାଣା ରେ ଦେବାକୁ ଥିବା ମୂଲ୍ୟବାନ ଔଷଧ ସବୁକୁ କର୍ମଚାରୀ ପୋଡି ଦେଉଥିବା ଦେଖିବାକୁ ମିଳିଥିଲା । ହେଲେ ଏହି କୁଣ୍ଡ ଭିତରେ ନଜର ପକାନ୍ତୁ ଔଷଧ ର ପାହାଡ ରହିଛି ଏଠି ଆଉ ତାହାକୁ ନିଆଁ ଲଗାଯାଇଛି । ଅନ୍ୟପଟେ କୁଣ୍ଡ ବାହାରେ ମଧ୍ୟ ଔଷଧ ସବୁ କୁ ଜାଳି ଦିଆଯାଉଛି । କେଉଁଠି ନିରାମୟ ଔଷଧ ର ଅଭାବ ରହୁଥିବା ଯୋଗୁଁ ରୋଗୀ ଙ୍କୁ ଏହି ଔଷଧ ମିଳିପାରୁନଥିବା ବେଳେ ଅନ୍ୟ କେଉଁଠି ନିରାମୟ ଔଷଧ ରୋଗୀ ଙ୍କୁ ଦିଆନଯାଇ ପୋଡି ଦିଆଯାଉଥିବା ଦେଖିବା କୁ ମିଳିଛି ।

ଏନେଇ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡା. ଆଶୁତୋଷ ପଟେଲ ଙ୍କୁ ପଚାରିବାରୁ ଖାଲି ଔଷଧ ଡବା ଗୁଡିକୁ ପୋଡିଲା ବେଳେ ଭୁଲରେ ଔଷଧ ନେଇ ଆସି ଜାଳି ଦେଲେ ବୋଲି କହିଛନ୍ତି ହେଲେ ଭୁଲରେ ଏତେ ପରିମାଣ ର ଔଷଧ କେମିତି ପୋଡିଲେ ବୋଲି ପଚାରିବାରୁ ସେ କିଛି କହିପାରିନଥିଲେ । ଔଷଧ ପୋଡିଥିବା ଫାର୍ମାସିଷ୍ଟ ସୁରଥ ପୃଷେଠ୍ ମଧ୍ୟ ଭୁଲ ରେ ପୋଡି ଯାଇଥିବା କହିଛନ୍ତି । କିଏ ଓ କେମିତି ପୋଡିଲେ ଔଷଧ ସେ ନେଇ ଘଟଣା ସ୍ଥଳ ରୁ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଦେବାଶିଷ କବି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe