କନକ ବ୍ୟୁରୋ : ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡ଼ିସିନ । ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି ମେଡ଼ିସିନ । ଆଉ ୩୮୮ଟି ନିମ୍ନ ମାନର ମେଡ଼ିସିନ ଚିହ୍ନଟ କରାଯାଇଛି । ଗତ ୪ ବର୍ଷରେ ଅଢେଇ କୋଟିରୁ ଅଧିକ ଟଙ୍କାର ନକଲି ମେଡ଼ିସିନ ଜବତ କରିଛନ୍ତି ସରକାର । ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଲିଖିତ ଉତ୍ତରରେ ଏହି ତଥ୍ୟ ସାମ୍ନାକୁ ଆସିଛି । ୨୦୨୧ରୁ ୨୦୨୪-୨୫ ଭିତରେ ୧୬୮ ଟି ନକଲି ମେଡ଼ିସିନ ଚିହ୍ନଟ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ : ଚିଲିକା କୂଳରୁ ଧରା ପଡ଼ିଲା ପକ୍ଷୀ ଶିକାରୀ; ୨ଟି ମୃତ ପକ୍ଷୀ ସହ ଗୋଟିଏ ଦେଶୀ ବନ୍ଧୁକ ଓ ୩ଟି ଅଫୁଟା ଗୁଳି ଜବତ

ସେହିଭଳି ୩୮୮ଟି ନିମ୍ନ ମାନର ମେଡ଼ିସିନ ଯାହାକି ଆବଶ୍ୟକୀୟ ଗୁଣବତ୍ତା ଏବଂ ପ୍ରଭାବଶାଳୀ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି । ୨୦୨୧ରେ ୭୯ଟି, ୨୦୨୨ରେ ୬୪ ଓ ୨୦୨୩ରେ ୧୪ଟି ନକଲି ଔଷଧ ଚିହ୍ନଟ ହୋଇଥିଲା । ୨୦୨୪ ରେ ୧୧ ଟି ନକଲି ମେଡ଼ିସିନ ଚିହ୍ନଟ ହୋଇଛି ।