Photograph: (kanaknews)
କନକ ବ୍ୟୁରୋ : ମରଣଯନ୍ତା ପାଲଟିଛି ବ୍ରହ୍ମପୁରର ହଳଦିଆପଦର ଓଭରବ୍ରିଜ୍ । ଡିପିଆର୍ ପରିବର୍ତ୍ତନକୁ ନେଇ ତେଜୁଛି ରାଜନୀତି । ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ୍ ବା ମୁଖଶାଳା ଏବେ ସାଧାରଣ ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ଜାନୁଆରୀ ୩୧ ତାରିଖରେ ଏହି ‘କିଲର୍ ବ୍ରିଜ୍’ ଉପରେ ଏକ ଟ୍ରକ୍ ରଙ୍ଗ୍ ରୁଟରେ ଆସି ୩ଟି ବାଇକକୁ ଧକ୍କା ଦେଇଥିଲା । ଫଳରେ ୫ ଜଣ ଯୁବକଙ୍କର ଅକାଳ ବିୟୋଗ ଘଟିଥିଲା । ଏହି ଘଟଣା ପରେ ବ୍ରିଜର ତ୍ରୁଟିପୂର୍ଣ୍ଣ ନିର୍ମାଣ ଶୈଳୀ ଏବଂ ନକ୍ସାକୁ ନେଇ ସାଂଘାତିକ ଖୁଲାସା ହେବାରେ ଲାଗିଛି ।
ଅଧିକ ପଢନ୍ତୁ : ମର୍ମନ୍ତୁଦ, ଭୟଙ୍କର ସଡକ ଦୁର୍ଘଟଣା: ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜରେ ୩ ବାଇକ୍ ଚାଳକଙ୍କ ଉପରେ ମାଡିଗଲା ଟ୍ରକ
କାହା ସ୍ୱାର୍ଥରେ ବଦଳିଥିଲା ନକ୍ସା ? ଏହି ବ୍ରିଜର ଢାଞ୍ଚା ବା ଡିପିଆର୍ ପରିବର୍ତ୍ତନକୁ ନେଇ ଏବେ ପୂର୍ବ ସରକାର କାଠଗଡ଼ାରେ ଛିଡ଼ା ହୋଇଛନ୍ତି । ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା ସିଧାସଳଖ ଅଭିଯୋଗ ଆଣିଛନ୍ତି ଯେ, ତତ୍କାଳୀନ ପ୍ରଭାବଶାଳୀ ନେତା ତଥା ସ୍ୱର୍ଗତ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏବଂ ପୂର୍ବତନ ମେୟରଙ୍କ ଜମି ବଞ୍ଚାଇବା ପାଇଁ ବ୍ରିଜର ମୂଳ ନକ୍ସାକୁ ଜାଣିଶୁଣି ବଦଳାଇ ଦିଆଯାଇଥିଲା । ଫଳରେ ବ୍ରିଜରେ ଅନେକ ବାଙ୍କ ଏବଂ ବିପଜ୍ଜନକ ଗଡ଼ାଣି ସୃଷ୍ଟି ହୋଇଛି, ଯାହା ବାରମ୍ବାର ଦୁର୍ଘଟଣାର ମୁଖ୍ୟ କାରଣ ସାଜିଛି ।
Follow Us