କନକ ବ୍ୟୁରୋ: ହଳଦିଆପଦର ଦୁର୍ଘଟଣା ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପ୍ରତିକ୍ରିୟା । ଏ ଘଟଣା ଏବେର ନୁହେଁ । ଯେଉଁଦିନରୁ ବ୍ରିଜ ତିଆରି ହୋଇଛି, ସେବେ ଠାରୁ ଡିଜାଇନ ଭୁଲ ଅଛି । ଏହା ଭିତରେ ବହୁତ ଜୀବନ ଅକାରଣରେ ଗଲାଣି । ନିଜର ସ୍ବାର୍ଥ ସାଧନ ପାଇଁ ଯେଉଁ ଭଳି କାମ କରାଯାଇଥିଲା । ସମସ୍ତେ ନିନ୍ଦା ମଧ୍ୟ କରୁଛନ୍ତି । ଆଉ ଆଜି ଯେଉଁମାନେ କହୁଛନ୍ତି, ସେମାନେ ଆଗରୁ କହୁନଥିଲେ । ବ୍ରିଜ ପ୍ରସଙ୍ଗରେ ଆଗରୁ ବହୁତ ଥର ସ୍ୱର ଉତ୍ତୋଳନ କରିଛି ବୋଲି କହିଲେ ପରିବହନ ମନ୍ତ୍ରୀ । କିନ୍ତୁ ଏ ପର୍ଯ୍ୟନ୍ତ ଭୁଲ ହୋଇଥିବା ଡିଜାଇନ୍ ପରିବର୍ତ୍ତନ କରାଯାଇ ନଥିଲା । ହଳଦିଆପଦର ଦୁର୍ଘଟଣା ଏବେ ସମସ୍ତଙ୍କ ଆଖି ଖୋଲିଯାଇଛି । ତେଣୁ ଆଗକୁ ଡିଜାଇନ ଭଲ ଭାବେ କରାଯିବ ।
ଅଧିକ ପଢନ୍ତୁ: ମର୍ମନ୍ତୁଦ, ଭୟଙ୍କର ସଡକ ଦୁର୍ଘଟଣା: ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜରେ ୩ ବାଇକ୍ ଚାଳକଙ୍କ ଉପରେ ମାଡିଗଲା ଟ୍ରକ
ଜାନୁଆରି ୩୧ରେ ଦୁର୍ଘଟଣା ପାଇଁ 5ଟି ଜୀବନ ଯାଇଥିଲା । ଏହାକୁ ନେଇ ସୁପ୍ରିମକୋର୍ଟ ରୋଡ଼ ସେଫ୍ଟି କମିଟି ରିପୋର୍ଟ ମାଗିଥିଲେ । ଯାହାକୁ ନେଇ ମୁଖ୍ୟ ଶାସନ ସଚିବ ମଧ୍ୟ ଲେଖିଛନ୍ତି । ଏହା ଉପରେ ବିଭାଗୀୟ ଟିମ୍ ସ୍ପଟ୍ ଉପରକୁ ଯାଇ ତଦନ୍ତ କରିଛି । ଯେଉଁ ଗାଡ଼ି ଦୁର୍ଘଟଣା କରିଥିଲା, ତାର ରେଜିଷ୍ଟ୍ରେସନ ବାତିଲ କରାଯାଇଛି । ଡ୍ରାଇଭରକୁ ମଧ୍ୟ BNS ୧୦୫ରେ ତୁରନ୍ତ ଗିରଫ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/19/haladiapadar-accident-2026-02-19-13-57-01.jpg)