କନକ ବ୍ୟୁରୋ: ମା’ ଲୋ.. ବୋଲି ଥରେ ଗୋଜବାୟାଣୀଙ୍କୁ ଡାକିଦେଲେ ଭେଦଭାବ କିଛି ଦେଖନ୍ତିନି । ସେଇଥି ପାଇଁ ତ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ, କାହିଁ କେଉଁ ଦୂରରୁ ଦୌଡ଼ି ଆସନ୍ତି, ଭକ୍ତ । ଖାଲି ମା’ ଗୋଜବାୟାଣୀଙ୍କ ଟିକିଏ କରୁଣା ପାଇଁ । ହେଲେ ଏବେ ଆଉ ଏ ପବିତ୍ର ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁନି କାରଣ ମା’ ଗୋଜବାୟାଣୀ ମନ୍ଦିରକୁ ମିଳିପାନାହିଁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ।
ଟାରିଫ୍ ଲଢ଼େଇ ଭିତରେ ସୁଧୁରୁଛି ସମ୍ପର୍କ: ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କରେ ନୂଆ ଅଧ୍ୟାୟ
ଅଧିକ ପଢନ୍ତୁ ......
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ବାଘଡିଆ ଗାଁରେ ମା’ ଗୋଜବାୟାଣୀଙ୍କ ମନ୍ଦିର, କାହିଁ କେଉଁ କାଳୁ ମା ଏହି ମନ୍ଦିରରେ ପୂଜା ପାଉଥିଲେ । କୁହାଯାଏ ଗାଁରେ କୈବର୍ତ୍ତ ଓ ଗୋପାଳ ବସ ବାସ କରୁଥିବାରୁ ଢିଙ୍କିର ଚୁଡ଼ା କୁଟା ଶବ୍ଦ ମା’ ଗୋଜବାୟାଣୀଙ୍କୁ ପ୍ରଭାବିତ କଲା । ଏଣୁ ମା’ ଜଣେ ପରମ ଭକ୍ତକୁ ସ୍ୱପ୍ନାଦେଶ ଦେଲେ ଗୋବରୀ ନଦୀ କୂଳରେ ତାଙ୍କୁ ପୂଜା କରିବାକୁ, ସେବେଠାରୁ ମା’ଙ୍କୁ ଗୋବରୀ ନଦୀକୂଳରେ ପୂଜା କରାଯାଉଥିଲା ପରେ ଭକ୍ତଙ୍କ ସହଯୋଗରେ ମନ୍ଦିରର କିଛି ଉନ୍ନତି ହୋଇଛି । 
ମା’ କାହାଣୀ ଯେତେ ରୋଚକ ମା’ ଭୋଗ ମଧ୍ୟ ସେତେ ଅନନ୍ୟ ।
ପୁଣି ଥରେ ବନ୍ଦ ହେଲା ଜଟାଧାର ମୁହାଣ ବେଳାଭୂମିରେ ବାଲିଯାତ୍ରା: ଘଟଣା ସ୍ଥଳରେ ଲାଗିଲା ଧାରା ୧୬୩ ଧାରା
ଅଧିକ ପଢନ୍ତୁ ....
ମା’ଙ୍କ ମୁଖ୍ୟ ଭୋଗ ମାଛ, ପ୍ରତି ଗୁରୁବାର ମା’ଙ୍କ ନିକଟରେ ମାଛ ଭୋଗ ହୁଏ, ଏବେ କିନ୍ତୁ ଆଉ ଭିଡ଼ ନାହିଁ, କାରଣ କୌଣସି ଭକ୍ତଙ୍କ ପାଇଁ ଶୌଚାଳୟ ନଥିବାରୁ ନଦୀ ହିଁ ଏକମାତ୍ର ବାଟ । ନା ସରକାରୀ ସହାୟତା ନା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା କିଛି ବି ମିଳୁନି । ତେବେ କାହିଁକି ଏଯାଏଁ ମା’ଙ୍କ ପୀଠକୁ ପର୍ଯ୍ୟଟନ ମାନ୍ୟତା ମିଳୁନି? ପର୍ଯ୍ୟଟକଙ୍କ ବ୍ୟବସ୍ଥା ସହ ତୁରନ୍ତ ମନ୍ଦିର ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/31/new-project-21-2025-10-31-16-59-43.jpg)