ଗ୍ରେଟର ନୋଏଡାରେ ଚାଞ୍ଚଲ୍ୟ, ପିଲାଙ୍କୁ ବିଷ ଦେବା ପରେ ଦମ୍ପତିଙ୍କ ଆତ୍ମହତ୍ୟା ସନ୍ଦେହ

Advertisment

ପିଲାଙ୍କୁ ବିଷ ଦେବା ପରେ ଦମ୍ପତିଙ୍କ ଆତ୍ମହତ୍ୟା ! ଦମ୍ପତି ମୃତ ଏବଂ ୩ ସନ୍ତାନ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପିଲାଙ୍କୁ ବିଷ ଦେବା ପରେ ଦମ୍ପତିଙ୍କ ଆତ୍ମହତ୍ୟା ! ଦମ୍ପତି ମୃତ ଏବଂ ୩ ସନ୍ତାନ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

greater-noida

greater-noida Photograph: (Google)

କନକ ବ୍ୟୁରୋ: ଗ୍ରେଟର ନୋଏଡାରେ ଏକ ଦମ୍ପତିଙ୍କୁ ମୃତ ଏବଂ ସେମାନଙ୍କ ସନ୍ତାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ଦମ୍ପତିଙ୍କର କେଉଁ ଅବସ୍ଥାରେ ମୃତ୍ୟୁ ହୋଇଛି ଜଣାପଡ଼ି ନଥିଲେ ମଧ୍ୟ ଏହା ଏକ ଆତ୍ମହତ୍ୟା ଓ ହତ୍ୟା ଘଟଣା ପରି ମନେ ହେଉଛି । ପିଲାମାନଙ୍କୁ ବିଷ ଦେଇ ମାରିବାକୁ ଚେଷ୍ଟା କରିବା ପରେ ଦମ୍ପତି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ଅନୁମାନ କରିଛି । ଆର୍ଥିକ ସମସ୍ୟା କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଦମ୍ପତି ଏପରି ଚରମ ନି‌ଷ୍ପତ୍ତି ନେଇଛନ୍ତି ତାହା ଜଣାପଡ଼ିନାହିଁ । ଗୁରୁବାର ସକାଳେ ସାଦୁଲାପୁର ଗାଁରେ ସମ୍ପର୍କୀୟମାନେ ମୃତକଙ୍କ ପରିବାରକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ । ପ୍ରାଥମିକ ତଦନ୍ତରୁ ସମସ୍ତେ ବିଷ ଖାଇଥିବା ପରି ଜଣାପଡ଼ିଛି ବୋଲି ପୁଲିସ କହିଛି । ସ୍ବାମୀ (୪୨) ଓ ସ୍ତ୍ରୀ (୩୮) ଙ୍କୁ ମୃତ ଘୋଷଣା କରାଯାଇଛି ।

ଅଧିକ ପଢନ୍ତୁ:   ବେଲଘରରେ ହାତୀ ମୃତ୍ୟୁ ମାମଲା ; ଜଣେ ଗିରଫ, ୧୦ ଜଣଙ୍କୁ ପଚରାଉଚରା

ତିନି ପିଲାଙ୍କ ମଧ୍ୟରେ ୧୦ ବର୍ଷର ଝିଅ, ୮ ବର୍ଷର ପୁଅ ଓ ୪ ବର୍ଷର ଝିଅ ଅଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀ ହସ୍ପିଟାଲକୁ ପଠାଯାଇଛି। ମହିଳା ଜଣକ ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଛି ବୋଲି ସେଣ୍ଟ୍ରାଲ ନୋଏଡାର ଅତିରିକ୍ତ ଡେପୁଟି ପୁଲିସ କମିସନର ସନ୍ତୋଷ କୁମାର କହିଛନ୍ତି। ଏହି ଘଟଣାର ତଦନ୍ତ ଚାଲିଛି । ୧୦ ବର୍ଷର ଝିଅ ବୟାନ ଅନୁଯାୟୀ, ରାତିରେ ସେମାନେ ଭୋଜନ କରି ଶୋଇଥିଲେ । କିନ୍ତୁ ସକାଳ ୮ଟା ୩୦ ମିନିଟରେ ସେ ଉଠିବାବେଳକୁ ତାଙ୍କ ବାପାମା’ ଉଠୁ ନଥିବା ସେ ଜେଜେବାପାଙ୍କୁ କହିଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଫୋରେନସିକ ରିପୋର୍ଟ ଆସିବା ପରେ ଦମ୍ପତି କେମିତି ଆତ୍ମହତ୍ୟା କରିଥିଲେ ଜଣାପଡ଼ିବ ବୋଲି ପୁଲିସ କହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe