କନକବ୍ୟୁରୋ :  ଟ୍ରେନରୁ ଗିରଫ ହେଲା ହତ୍ୟାକାରୀ ।  ହତ୍ୟା କରି ଖସି ଯାଉଥିବାବେଳେ ଢେଙ୍କାନାଳ ଷ୍ଟେସନରୁ ଗିରଫ କଲା ପୁଲିସ୍  ।  ଗତକାଲି ପୁରୀ ଏସସିଏସ କଲେଜ ନିକଟରେ ସ୍ମାରକ ଶ୍ରୀକୁ ହତ୍ୟା କରିଥିଲା ଅଜିତ ମହାପାତ୍ର ।   ଚାକିରି ଯାଇଥିବାରୁ ପ୍ରତିଶୋଧ ପରାୟଣ ସେ ଏହି ହତ୍ୟା କରିଥିବା ଏସପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।   ଅଭିଯୁକ୍ତ  ମଧ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି  ଅଞ୍ଚଳର । ସେ ଗତ ଏକ ବର୍ଷ ପୂର୍ବେ ଏସସିଏସ କଲେଜ ନିକଟ ଗାୟତ୍ରୀ ହୋଟେଲରେ କାର୍ଯ୍ୟ କରୁଥିଲା  ।   କୌଣସି କାରଣରୁ ହୋଟେଲ ମାଲିକ ତାକୁ ବାହାର କରି ଦେଇଥିଲେ । ଅଜିତ ସ୍ଥାନରେ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ସ୍ମାରକ ଶ୍ରୀ ଓରଫ ଟୁକୁ ସେହି ହୋଟେଲରେ କାମ କରୁଥିଲା ।

Advertisment

ଆଇଏସ୍‌ କଏଦୀଙ୍କୁ ନେଇ ଇୟୁକୁ ଅପିଲ୍ କଲା ଇରାକ

ଆଉ ଏହି କଥାରେ ରାଗି ଯାଇଥିଲା। ସେ  ସେହି ସ୍ଥାନକୁ ପୁନର୍ବାର ଆସି ବିଭିନ୍ନ ଦୋକାନରେ ପୂଜାର୍ଚ୍ଚନା କରୁଥିଲା  ।   ଗତ ୨୩ ତାରିଖରେ ସୁଯୋଗ ଦେଖି ସେ ଛୁରୀ ଦ୍ବାରା ଟୁକୁ ଛାତି ଓ ପେଟକୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ସ୍ମାରକ ଶ୍ରୀ ର ମୃତ୍ୟୁ ଘଟିଥିଲା । ଟାଉନ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏସପି ପ୍ରତୀକ ସିଂହଙ୍କ ନିର୍ଦ୍ଧେଶ କ୍ରମେ ସିଟି ଡିଏସପି ଓ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଅଭିଯୁକ୍ତଙ୍କୁ ଟ୍ରେନରୁ ଗିରଫ କରିଛି ।  ତାକୁ ଆଜି ଘଟଣାସ୍ଥଳକୁ ନେଇ ପୋଲିସ କ୍ରାଇମ୍ ରି କ୍ରିଏସନ କରିଛି । ଆବଶ୍ୟକ ପଡିଲେ ମୁଖ୍ୟ ଅଭିଯୁକ୍ତ ହତ୍ୟାକାରୀ ଅଜିତ କୁ ରିମାଣ୍ଡରେ ଅଣାଯିବ ବୋଲି ଏସପି କହିଛନ୍ତି  ।