କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ବେଲଘରରେ ହାତୀ ମୃତ ମାମଲାରେ ଜଣେ ଗିରଫ । ପିକପ୍ ଭ୍ୟାନ୍ ଡ୍ରାଇଭର ହୃଷିକେଶ ପଣ୍ଡା ଓରଫ ରିଙ୍କୁଙ୍କୁ ଗିରଫ କରିଛି ପୁଲିସ । ମାମଲାରେ ୧୦ ଜଣଙ୍କୁ ପଚରାଉଚରା କରୁଛି ପୁଲିସ । ବେଲଘରରେ ହାତୀ ମୃତ୍ୟୁ ଏବଂ ମୃତଦେହକୁ ଲୁଚାଇ ରଖାଯିବା ଘଟଣା ରାଜ୍ୟରେ ବନ୍ୟପ୍ରାଣୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଦୁଇଟି ଟିମ୍‌ ଗଠନ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଝିରିପାଣି ମୁଣ୍ଡୁଟି ନିକଟସ୍ଥ ଚଉଳଧୂଆ ନଦୀ କୂଳରୁ ହାତୀର ଖଣ୍ଡ ବିଖଣ୍ଡିତ ଶରୀର ପଲିଥିନରେ ରଖି ପିକପ୍ ଭ୍ୟାନ୍, ଜେସିବି ସାହାଯ୍ୟରେ କାଡ଼ାପନ୍ନା ନର୍ସରୀକୁ ଅଣାଯାଇଥିଲା । ଏ ମାମଲାରେ ବ୍ୟବହୃତ ଗାଡ଼ି ଜବତ କରିଛି ବନ ବିଭାଗ । 

Advertisment

ତେବେ କିଭଳି ସ୍ଥିତିରେ ହାତୀର ମୃତ୍ୟୁ ହେଲା କିଭଳି ସ୍ଥିତିରେ ମୃତଦେହକୁ ପୋତାଗଲା ସେ ନେଇ ମୁହଁ ଖୋଲୁନାହାନ୍ତି ବନ ଅଧିକାରୀ । ପ୍ରକୃତ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଯାଉଥିବା ଅଭିଯୋଗ ହୋଇଛି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । କାର୍ଯ୍ୟାନୁଷ୍ଠାନ ନ ହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି ।

ଅଧିକ ପଢ଼ନ୍ତୁ---ହିନ୍ଦୁ ଯୁବକଙ୍କୁ ଜୀବନ୍ତ ଜାଳିଦେଲେ: ଜୀବନ ଯିବା ପର୍ଯ୍ୟନ୍ତ ଅପେକ୍ଷା କଲା ହତ୍ୟାକାରୀ