କନକ ବ୍ୟୁରୋ : ଇଣ୍ଡିଗୋ ଉଡ଼ାଣ ବିଭ୍ରାଟ ପାଇଁ କେବଳ ବିମାନଯାତ୍ରୀ ନୁହେଁ, ସରକାର ମଧ୍ୟ ଚିନ୍ତିତ । ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ସେପଟେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରି ଡିଜିସିଏ ଇଣ୍ଡିଗୋର ୫ପ୍ରତିଶତ ଉଡ଼ାଣ କାଟ୍ କରିଛି ।

Advertisment

ଗୋଟିଏ ସପ୍ତାହ ହେଲାଣି ଲାଗି ରହିଛି ଇଣ୍ଡିଗୋ ଅଚଳାବସ୍ଥା, ୭ ଦିନରେ ୪ ହଜାର ୭ ଶହରୁ ଅଧିକ ବିମାନ ଉଡ଼ାଣ ବାତିଲ, ଚେତାବନୀ ଦେଲା ଡିଜିସିଏ

ଆଜିକୁ ୮ଦିନ ହେବ । ସବୁଠି ଇଣ୍ଡିଗୋ ବିଭ୍ରାଟର ଚର୍ଚ୍ଚା । ହତାଶ, ହନ୍ତସନ୍ତ ଯାତ୍ରୀଙ୍କ ସମସ୍ୟାର ବଡ ପ୍ରସଙ୍ଗ ପାଲଟିଛି । ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଆଜି ବସିଥିବା ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାରଙ୍କ ନିୟମ ଜନତାଙ୍କ ସୁବିଧା ଓ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ । କାହାକୁ ହଇରାଣ ହରକତ କରିବାକୁ ନୁହେଁ । ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ବାବଦରେ ସୂଚନା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ 

ପୁଣି ଅଧା ଆକାଶରେ ଟଳିଲା  ବଡ଼ ବିପଦ : ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ସେପଟେ ସଂସଦରେ ଉଠିଛି ଇଣ୍ଡିଗୋ ତାତି । ବିଭ୍ରାଟକୁ ବିରୋଧୀ ବଡ଼ ପ୍ରସଙ୍ଗ କରୁଥିବାବେଳେ ସରକାର ମଧ୍ୟ ଜବାବ ରଖୁଛନ୍ତି । ଏହି କ୍ରମରେ ଆଜି ଲୋକସଭାରେ ବିବୃତି ରଖିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ । କେନ୍ଦ୍ରମନ୍ତ୍ରୀ କହିଛନ୍ତିଟ୍ଟ

  • କ୍ରମଶଃ ବିମାନ ଉଡ଼ାଣ ସ୍ବାଭାବିକ ହେଉଛି
  • ଉଡ଼ାଣ ଓ ବିମାନବନ୍ଦର ସ୍ଥିତିରେ ସୁଧାର ଆସୁଛି
  • ଇଣ୍ଡିଗୋର ଉଡ଼ାଣରେ ୫% କାଟ୍ କରାଗଲା
  • କାଲି ସୁଦ୍ଧା ସଂଶୋଧିତ ସୂଚୀ ଜାରି କରିବ ଇଣ୍ଡିଗୋ
  • ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ 
  • ଭାରତୀୟ ବଜାରରେ ଅଧିକ ଏୟାରଲାଇନ୍ସଙ୍କୁ ସୁଯୋଗ ଦିଆଯିବ 

ସେପଟେ ଆଜି ମଧ୍ୟ ୬ଶହରୁ ଅଧିକ ବିମାନ ଉଡ଼ାଣର ବାତିଲ ଯାତ୍ରୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଘରେ ସୁରକ୍ଷିତ ପହଞ୍ଚାଇବାକୁ ସରକାରଙ୍କୁ ଗୁହାରି କରିଛନ୍ତି ।

ପ୍ରତିଶୃତି ମୁତାବକ ବାତିଲ ଟିକେଟର ଟଙ୍କା ଫେରାଉଛି ଇଣ୍ଡିଗୋ । ୭୫୦କୋଟି ଟଙ୍କାର ଟିକେଟ ଟଙ୍କା ଫେରସ୍ତ କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ କାରଣ ଦର୍ଶାଅ ନୋଟିସର ଉତ୍ତର ଆଧାରରେ ସରକାର ଏୟାରଲାଇନ୍ସ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିପାରନ୍ତି ।