କନକ ବ୍ୟୁରୋ : ସରକାରୀ ସମ୍ପତ୍ତି ଲୁଟ୍ ହେବା ଦେଖିଛନ୍ତି କି ? ଆମେ କହିବୁ କେମିତି ହଡ଼ପ ହୁଏ ସରକାରୀ ଜମି । ବ୍ରହ୍ମପୁର ସହରର ଛାତି ଉପରେ ଘଟିଥିବା ଏମିତି କିଛି ଘଟଣା ଘଟିଛି । କନକ ନ୍ୟୁଜ୍ କ୍ୟାମେରାରେ ଧରାପଡ଼ିଛି ବ୍ରହ୍ମପୁର ମହାନଗର ନିଗମର କ୍ବାର୍ଟର୍ସ କେଳେଙ୍କାରୀ । ସରକାରୀ କ୍ବାର୍ଟର୍ସକୁ ମାଡ଼ି ବସିଛନ୍ତି ଅଣକର୍ମଚାରୀ । ଏ ହେଉଛି ଲାଞ୍ଜିପଲ୍ଲୀରେ ଥିବା ମହାନଗର ନିଗମର ସରକାରୀ କ୍ବାର୍ଟର୍ସ । ଯେଉଁଠି ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କଠାରୁ ଉପଜିଲ୍ଲାପାଳ ଓ ଏସ୍ପି ସମସ୍ତେ ରହୁଛନ୍ତି । ଆଉ ତାରି ପାଖରେ ସରକାରୀ କ୍ବାର୍ଟର୍ସ ହାତେଇଛନ୍ତି କିଛି ଅଣକର୍ମଚାରୀ । ବର୍ଷ ବର୍ଷ ଧରି ସରକାରୀ କ୍ବାର୍ଟର୍ସକୁ ମାଗଣା ଘର ବନାଇ ଦେଇଛନ୍ତି କିଛି ଲୋକ । ହେଲେ କେବେ ବି ମହାନଗର ନିଗମ ଏ ବାବଦରେ ଥରୁଟିଏ ବି ନେଇନି କାର୍ଯ୍ୟାନୁଷ୍ଠାନ ।
ଅଧିକ ପଢ଼ନ୍ତୁ---ଏଇଠୁ ଆବିଷ୍କୃତ ହୋଇଥିଲା ନିଆରା ବୌଦ୍ଧକୀର୍ତ୍ତି ; ଏବେ ଅବହେଳିତ
ସହରର ଛାତି ଉପରେ ଗଢ଼ିଉଠିଛି ଲାଞ୍ଜିପଲ୍ଲୀ ସରକାରୀ କ୍ବାର୍ଟର୍ସ । ଏଠାରେ ମୋଟ ୭୬ଟି କ୍ବାର୍ଟର୍ସ ରହିଛି । ହେଲେ କ୍ବାର୍ଟର୍ସ ଆଲର୍ଟ ହୋଇଛି ମାତ୍ର ୧୧ ଜଣଙ୍କୁ । ଅର୍ଥାତ୍ ୬୫ଟି କ୍ବାର୍ଟର୍ସକୁ ମାଡ଼ି ବସିଛନ୍ତି ପୂର୍ବତନ କର୍ମଚାରୀ ଓ ଅଣକର୍ମଚାରୀ । ସର୍ଭେ ବେଳେ ଜଣାପଡ଼ିଛି ଜବରଦଖଲରେ ରହିଛି ୪୧ଟି କ୍ବାର୍ଟର୍ସ । ହେଲେ ଏମାନଙ୍କୁ ସରକାରୀ କ୍ବାର୍ଟର୍ସରେ ରହିବାକୁ ଅନୁମତି ଦେଲା କିଏ ? ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ଖାଲି ସେତିକି ନୁହେଁ ସରକାରୀ କ୍ବାର୍ଟର୍ସରେ ଚାଲୁଛି ୩ଟି ଅଙ୍ଗନବାଡ଼ି, ଗୋଟିଏ ୱାର୍ଡ ଅଫିସ୍, ଗୋଟିଏ ଟ୍ରାନ୍ସଫର୍ମର ଓ ୪ଟି ପାଣିଟାଙ୍କି । ଆଉ ଏଇଥିରୁ ହିଁ ଜଳଜଳ ଦିଶୁଛି, ସରକାରୀ ସମ୍ପତ୍ତିକୁ କେମିତି ଲୁଟ୍ କରାଯାଏ । ପ୍ରଶ୍ନ ଉଠୁଛି, କାହା ବଳରେ ମାଡ଼ିବସିଲେ ସରକାରୀ କ୍ବାର୍ଟର୍ସ ? କ’ଣ କରୁଥିଲା ମହାନଗର ନିଗମ ? କ୍ବାର୍ଟର୍ସ କେଳେଙ୍କାରୀ ପଛରେ କାର୍ପଟଦାର କିଏ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/13/government-qtr-2025-12-13-18-42-59.png)