କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କାଁଥିଭଉଁରୀ ପଞ୍ଚାୟତରେ ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଗାଁର ଏକ ସରକାରୀ ଜାଗାରେ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବେଆଇନ ଭାବେ ପକ୍କା ଘର ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ଗ୍ରାମବାସୀମାନେ ଦୃଢ଼ ବିରୋଧ କରିବା ସହ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଥିଲେ ।
ସୂଚନା ଅନୁଯାୟୀ, କାଁଥିଭଉଁରୀ ଗାଁର ଏକ ନିର୍ଦ୍ଦିଷ୍ଟ ସରକାରୀ ଜାଗାକୁ ଜବରଦଖଲ କରି କିଛି ବ୍ୟକ୍ତି ଗୃହ ନିର୍ମାଣ କରୁଥିଲେ । ଏହା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଏକଜୁଟ ହୋଇ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଗ୍ରାମବାସୀମାନେ ତୁରନ୍ତ ଏନେଇ ଭୋଗରାଇ ତହସିଲଦାରଙ୍କୁ ଅବଗତ କରାଇଥିଲେ ।ଅଭିଯୋଗ ପାଇବା ପରେ ପ୍ରଶାସନ ତତ୍ପରତା ଦେଖାଇଥିଲା । ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଆରଆଇ ସମ୍ପୃକ୍ତ ନିର୍ମାଣକାରୀ ବ୍ୟକ୍ତିଙ୍କୁ ଗୃହ ନିର୍ମାଣ ପାଇଁ ଆବଶ୍ୟକୀୟ ସରକାରୀ ଅନୁମତି ପତ୍ର ମାଗିଥିଲେ । ତେବେ ନିର୍ମାଣ କରୁଥିବା ବ୍ୟକ୍ତିମାନେ କୌଣସି ବୈଧ କାଗଜପତ୍ର ଦେଖାଇବାରେ ବିଫଳ ହୋଇଥିଲେ । ଫଳରେ ଆରଆଇ ତୁରନ୍ତ ବେଆଇନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି ।
ଅଧିକ ପଢ଼ନ୍ତୁ--ପକ୍କାଘର ପାଇଁ ୧୫ ବର୍ଷର ଅପେକ୍ଷା ; ପ୍ରଶାସନର କେବେ ନଜର ପଡ଼ିବ ଏହି ଅସହାୟ ପରିବାର ଉପରେ ?
ଅନ୍ୟପଟେ, କେବଳ କାମ ବନ୍ଦ କଲେ ହେବ ନାହିଁ ବରଂ ବେଆଇନ ଭାବେ ନିର୍ମିତ ଅଂଶକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି । ଏହା ସହିତ ପଞ୍ଚାୟତରେ ଅନ୍ୟ ଯେଉଁ ସବୁ ସରକାରୀ ଜମି ଜବରଦଖଲ ହୋଇ ରହିଛି, ସେଗୁଡିକୁ ମଧ୍ୟ ଚିହ୍ନଟ କରି ଜବରଦଖଲମୁକ୍ତ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/07/baleswar-2025-12-07-15-56-31.jpg)