ଅର୍ଥ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି : ଚାଟ୍‌ଜିପିଟି ସହ ଏହି ଟୁଲ୍‌ ବ୍ୟବହାର କରିପାରିବେନି ସରକାରୀ କର୍ମଚାରୀ ?

ବର୍ତ୍ତମାନ ଡିଜିଟାଲ ଯୁଗରେ ଶହଶହ ଏଆଇ ଆପ୍‌ରେ କାମ ହେଉଛି । ଅଧିକ କାମକୁ କମ୍‌ ସମୟରେ ସାରିବା ଲାଗି ନୂଆ ନୂଆ ଟୁଲ୍‌ର ବ୍ୟବହାର ବି କରାଯାଉଛି

ଅଦ୍ୟତନ ହୋଇଛି
Finance Dep. Rule

Finance Dep. Rule Photograph: (kanak news)

କନକ ବ୍ୟୁରୋ: ସହଜରେ କାମ କରିବାକୁ କେନ୍ଦ୍ର କର୍ମଚାରୀମାନେ ଚାଟଜିପିଟି ଓ ଡିପସିକ୍‌ର ବ୍ୟବହାର କରୁଛନ୍ତି । ହେଲେ ଏହା କରିବା ଦ୍ବାରା କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଗୋପନୀୟତା ନଷ୍ଟ ହେଉଛି । ଯାହାକୁ ନେଇ ସରକାର ଅଡୁଆରେ ପଡୁଛନ୍ତି । ସେଇଥି ଲାଗି ତ ଏହି ଦୁଇ ଏଆଇ ଟୁଲ୍‌ ବ୍ୟବହାର ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି । ଯେଉଁପରି ଭାବରେ କେନ୍ଦ୍ରୀୟ କର୍ମଚାରୀ ଏହାର ବ୍ୟବହାର ନକରିବେ ସେଇଥି ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଯେଉଁମାନେ ଏହି ଟୁଲ ବ୍ୟବହାର କରୁଛନ୍ତି ସେମାନେ ଅଫିସର ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଆପ୍‌ରେ ଦାଖଲ କରୁଛନ୍ତି । ତେଣୁ ଏହା ଲିକ୍‌ ହେଉଛି । ଯାହା କି ଅପରାଧ ।ତେଣୁ ଏହି ଟୁଲ୍‌ର ବ୍ୟବହାର ନକରିବା ଭଲ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । 

କେନ୍ଦ୍ର ସରକାରଙ୍କ ବଡ଼ ନିର୍ଦ୍ଦେଶ
ଚାଟଜିପିଟି ଓ ଡିପସିକ୍‌ ବ୍ୟବହାର ନକରିବାକୁ ପରାମର୍ଶ
ଚୋରି ହେଉଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌
ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜରୁରୀ ନିର୍ଦ୍ଦେଶନାମା
ବ୍ୟକ୍ତିଗତ ଲାପଟପ୍‌ରେ ବ୍ୟବହାର କର
ଅଫିସ କମ୍ପ୍ୟୁଟରରେ ନୁହେଁ

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ଯେଉଁ କର୍ମଚାରୀମାନେ ଏଆଇ ଟୁଲ୍‌ ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନେ ନିଜ ବ୍ୟକ୍ତିଗତ ଲାପଟପ୍‌ରେ ବ୍ୟବହାର କରିପାରିବେ । ହେଲେ ସରକାରୀ କମ୍ପ୍ୟୁଟରରେ କୌଣସି ପ୍ରକାର ଟୁଲ୍‌ ବ୍ୟବହାର ନକରିବାକୁ ସ୍ପଷ୍ଟଭାବରେ କୁହାଯାଇଛି । ନିଇତି କୋଟି କୋଟି ଲୋକଙ୍କ ଫାଇଲ କାମ ହେଉଛି । ତେଣୁ ଏଥିଲାଗି କର୍ମଚାରୀଙ୍କୁ ଦୃଷ୍ଟିଦେବାକୁ ପଡ଼ିବ ବୋଲି କୁହାଯାଇଛି ।

ଭାରତରେ କାମ କରୁଛି ଶହଶହ ବିଦେଶୀ ଆପ୍‌

ବର୍ତ୍ତମାନ ଡିଜିଟାଲ ଯୁଗରେ ଶହଶହ ଏଆଇ ଆପ୍‌ରେ କାମ ହେଉଛି । ଅଧିକ କାମକୁ କମ୍‌ ସମୟରେ ସାରିବା ଲାଗି ନୂଆ ନୂଆ ଟୁଲ୍‌ର ବ୍ୟବହାର ବି କରାଯାଉଛି । ତେଣୁ କେନ୍ଦ୍ର ସରକାରଙ୍କ ଅଧୀନରେ ଯେଉଁମାନେ କାମ କରୁଛନ୍ତି ସେମାନେ ବି ଟୁଲ୍‌ ବ୍ୟବହାର କରୁଛନ୍ତି । ହେଲେ ଏହି ଟୁଲ୍‌ରେ ଅନେକ ଗୋପନୀୟତା ନଷ୍ଟ ହେଉଛି । ସୂଚନା ଅନୁସାରେ ଭାରତରେ, ଚାଜ୍‌ଜିପିଟି, ଜେମିନି ଓ ଡିପସିକ୍‌ ଭଳି ଅନେକ ଟୁଲ୍‌ କାମ କରୁଛି । ତେଣୁ ନିଜ କାମକୁ ସହଜ ଓ ଶୀଘ୍ର କରିବା ଲାଗି ଅନେକ ଏହାର ବ୍ୟବହାର ମଧ୍ୟ କରୁଛନ୍ତି । ବେଳେ ବେଳେ ଏଆଇ ଟୁଲ୍‌ ନିର୍ଦ୍ଦିଷ୍ଟ କିଛି ଆକ୍ସିସ୍‌ ମାଗୁଥିବାର ଦେଖାଯାଇଛି । ଯାହାଦ୍ବାରା ଗୋପନୀୟତା ନଷ୍ଟ ହେଉଥିବା ଜଣାପଡୁଛି । 

ଅଧିକ ଲୋକପ୍ରିୟ ଡିପ୍‌ସିକ୍‌

ଚୀନ ଦ୍ବାରା ନିର୍ମାଣ ହୋଇଥିବା ଡିପ୍‌ସିକ୍‌ ଆପ୍‌ ଭାରତରେ ସର୍ବାଧିକ ଲୋକପ୍ରିୟତା ହାସଲ କରିଛି । କମ୍‌ ଖର୍ଚ୍ଚରେ ଅଧିକ କାମ କରି ବିଭିନ୍ନ ଇଣ୍ଟଷ୍ଟ୍ରିରେ ଏହା ସଫଳତା ହାସଲ କରିଛି । ୨୦ ଜାନୁଆରୀ ୨୦୨୫ରେ ଡିପସିକ୍‌ ଆର-ୱାନ୍‌ ଚାର୍ଜବୋଟ୍‌ ହଠାତ୍‌ ଲୋକପ୍ରିୟତାରେ ରେକର୍ଡ ସୃଷ୍ଟି କରିଥିଲା । ଖାଲି ଲୋକପ୍ରିୟତା ବଢିଛି ତାହା ନୁହେଁ ବରଂ ଗୋପନୀୟତା ଉପରେ ବି ପ୍ରଶ୍ନ ଛିଡ଼ା କରିଛି । ମୋଟ୍‌ ଉପରେ ଏଆଇ ଟୁଲ୍‌ରେ ଶୀଘ୍ର କାମ ହେଉଛି ଏଥିରେ କୌଣସି ଦ୍ବିମତ ନାହିଁ । ହେଲେ ଯେଉଁପରି ଭାବରେ ଗୋପନୀୟତା ହ୍ରାସ ପାଉଛି ସେନେଇ ବି ପ୍ରଶ୍ନ ଉଠିଛି । ତେଣୁ ଏହି ଆପ୍‌ ବ୍ୟବହାର ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ଅନେକ ସମୟରେ ଦେଖାଯାଇଛି କି ଚାଇନା ଆପ୍‌ରେ ଗୋପନୀୟତା ନଷ୍ଟ ହେଉଛି । ତେଣୁ ଆପ୍‌ ବ୍ୟବହାର ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଯେଉଁମାନେ ନିର୍ଦ୍ଦେଶ ମାନିବେ ନାହିଁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe