କନକ ବ୍ୟୁରୋ : 
ଦିଲ୍ଲୀ ନିର୍ବାଚନ---୨୦୨୫
ଦିଲ୍ଲୀରେ ହେଉଛି ତ୍ରିମୁଖୀ ଲଢ଼େଇ 
ବିଜେପି, ଆପ୍‌ ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର
୭୦ ବିଧାନସଭା ଆସନ ପାଇଁ ନିବାର୍ଚନ  
ମୋଟ ୬୯୯ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି 
ଆପ୍ ଓ କଂଗ୍ରେସ ୭୦ ଆସନରେ ପ୍ରାର୍ଥୀ ଦେଇଛନ୍ତି
ଏନଡିଏ ମେଣ୍ଟରୁ ବିଜେପି ୬୮ ଆସନରେ ଲଢୁଛି
ବାକି ୨ ଆସନରେ ଲଢୁଛନ୍ତି ଜେଡିୟୁ ଓ ଏଲଜେପି(ଆର)
ବିଏସ୍‌ପି ୭୦ ଓ ଏନ୍‌ସିପି ୩୦ ଆସନରେ ପ୍ରାର୍ଥୀ ଦେଇଛି 
୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର 
୮୩ ଲକ୍ଷ ୭୬ ହଜାର ୬୪୫ ପୁରୁଷ ଭୋଟର 
୭୨ ଲକ୍ଷ ୩୬ ହଜାର ୯୫୨ ମହିଳା ଭୋଟର
ପ୍ରଥମ ଥର ଭୋଟ ଦେବେ ୨ ଲକ୍ଷ ୮ ହଜାର ଭୋଟର
୮୩୦ ଶତାୟୁ ଭୋଟର 
ମତଦାନ କେନ୍ଦ୍ରରେ ୩୦ ହଜାର ପୋଲିସ, ୨୨୦ ପାରା ମିଲିଟାରୀ ଫୋର୍ସ ମୁତୟନ ରହିବେ

Advertisment

ମୁଖ୍ୟମନ୍ତ୍ରୀ ଚେହେରା କିଏ?
ତିନି ପ୍ରମୁଖ ଦଳ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନାହାନ୍ତି
ଆପ୍ ବିଜୟୀ ହେଲେ କ୍ରେଜିୱାଲ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ସନ୍ଦେହ
ମୁଖ୍ୟମନ୍ତ୍ରୀ ଚେହେରା ନେଇ ବିଜେପି ଓ କଂଗ୍ରେସ କାର୍ଡ ଖୋଲିନାହାନ୍ତି
ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ହଟିବ ପରଦା 
ଦିଲ୍ଲୀ ନୂଆ ନା ପୁରୁଣା ମୁଖ୍ୟମନ୍ତ୍ରୀ ପାଇବ ତାହାକୁ ଅପେକ୍ଷା 

ଫ୍ଲାସବ୍ୟାକ୍‌ରେ ଦିଲ୍ଲୀ ନିର୍ବାଚନ
ଗତ ଦୁଇଟି ନିର୍ବାଚନରେ ବାଜି ମାରିଛି ଆମ ଆଦମୀ ପାର୍ଟି
କଂଗ୍ରେସର ଗଡ଼ ଭାଙ୍ଗି ଶାସନ କ୍ଷମତା ଅକ୍ତିଆର କରିଛି ଆପ୍
୨୦୧୫ ଓ ୨୦୨୦ରେ ପୂର୍ଣ୍ଣ ବହୁମତ ସହ ସରକାର ଗଢିଥିଲା ଆପ୍ 
୨୦୧୫ ନିର୍ବାଚନରେ ୬୭ଟି ଆସନ ଜିତିଥିଲା ଆପ୍
୬୨ ଆସନ ସହ ୨୦୨୦ରେ ଆପ୍ ସରକାର ଗଢ଼ିଥିଲା 
୨୦୨୪ ସେପ୍ଟେମ୍ବର ଯାଏଁ ମୁଖ୍ୟମନ୍ତ୍ରୀ ଥିଲେ ଅରବିନ୍ଦ କ୍ରେଜିୱାଲ
ଉଭୟ ନିର୍ବାଚନରେ ବିଜେପି ଯଥାକ୍ରମେ ୩ ଓ ୮ ଆସନ ଜିତିଥିଲା
ଗତ ୨ଟି ନିର୍ବାଚନରେ ଦିଲ୍ଲୀରେ ଖାତା ଖୋଲିପାରିନି କଂଗ୍ରେସ
--

୨୦୨୦ ବିଧାନସଭା ନିର୍ବାଚନ ଫଳାଫଳ
ଦଳ        ଆସନ        ଭୋଟ୍‌
ଆପ୍        ୬୨         ୫୩.୫୭% 
ବିଜେପି     ୦୮         ୩୮.୫୧%
କଂଗ୍ରେସ    ୦୦        ୪.୨୬% 

୨୦୧୫ ବିଧାନସଭା ନିର୍ବାଚନ ଫଳାଫଳ 
ଦଳ        ଆସନ        ଭୋଟ୍‌
ଆପ୍        ୬୭         ୫୪.୦୩%
ବିଜେପି     ୦୩         ୩୨.୨୦%
କଂଗ୍ରେସ    ୦୦        ୯.୭୦%

୨୦୧୩ ବିଧାନସଭା ନିର୍ବାଚନ ଫଳାଫଳ 
ଦଳ        ଆସନ        ଭୋଟ୍‌
ଆପ୍        ୨୮         ୨୯.୪୯% 
ବିଜେପି     ୩୧         ୩୩.୦୭%
କଂଗ୍ରେସ    ୦୮        ୨୪.୫୫% 

୨୦୨୪ ଲୋକସଭା ନିର୍ବାଚନ ଫଳାଫଳ
ଦଳ        ଆସନ        ଭୋଟ୍‌
ଆପ୍        ୦୦        ୨୪.୧୭%
ବିଜେପି     ୦୭         ୫୪.୩୫%
କଂଗ୍ରେସ    ୦୦        ୧୮.୯୧%

୨୦୧୯ ଲୋକସଭା ନିର୍ବାଚନ ଫଳାଫଳ
ଦଳ        ଆସନ        ଭୋଟ୍‌
ଆପ୍        ୦୦        ୧୮.୨୦%
ବିଜେପି     ୦୭         ୫୬.୮୫%
କଂଗ୍ରେସ    ୦୦        ୨୨.୬୩%

୨୦୧୪ ଲୋକସଭା ନିର୍ବାଚନ ଫଳାଫଳ 
ଦଳ        ଆସନ        ଭୋଟ୍‌
ଆପ୍        ୦୦        ୩୨.୯୦% 
ବିଜେପି     ୦୭         ୪୬.୪୦%
କଂଗ୍ରେସ    ୦୦        ୧୫.୧୦%

            
ରୋଚକ ହୋଇଛି ଦିଲ୍ଲୀ ରାଜନୀତି
୨୦୨୦ ନିର୍ବାଚନ ପରେ ରୋଚକ ହୋଇଛି ଦିଲ୍ଲୀ ରାଜନୀତି
ଇଣ୍ଟିଆ ମେଣ୍ଟରେ ଥାଇ ଅଲଗା ଅଲଗା ଲଢୁଛନ୍ତି ଆପ୍ ଓ କଂଗ୍ରେସ
ଦିଲ୍ଲୀ ଅବକାରୀ ନୀତିକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେପି-ଆପ୍
ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ କରି ରଦ୍ଦ କରିଥିଲେ ଉପରାଜ୍ୟପାଳ 
ଅବକାରୀ ନୀତି ଦୁର୍ନୀତି ମାମଲାରେ କ୍ରେଜିୱାଲଙ୍କୁ ଗିରଫ କରିଥିଲା ଇଡି
ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପଦରେ ରହି ଗିରଫ ହୋଇଥିଲେ
୨୧ ମାର୍ଚ୍ଚ ୨୦୨୪ରେ କ୍ରେଜିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ଜେଲରେ ଥିବାବେଳେ ସମାନ ମାମଲାରେ ଗିରଫ କରିଥିଲା ସିବିଆଇ
୫ ମାସରୁ ଅଧିକ ସମୟ କେଜ୍ରିୱାଲ ଜେଲରେ କାଟିଥିଲେ
୧୩ ସେପ୍ଟେମ୍ବରରେ ଜାମିନ୍‌ ପାଇ ମୁକୁଳିଥିଲେ କ୍ରେଜିୱାଲ
୧୭ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ 
୨୧ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଆତିଶୀ
କ୍ରେଜିୱାଲଙ୍କ ପୂର୍ବରୁ ଗିରଫ ହୋଇଥିଲେ ମନୀଷ ସିସୋଦିଆ 
ସେହି ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ସିସୋଦିଆ
ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଜେଲ ଯିବାକୁ ପଡ଼ିଥିଲା
ତୁଙ୍ଗ ନେତା ଜେଲରେ ଥିବା ବେଳେ ଲୋକସଭା ନିର୍ବାଚନକୁ ଓହ୍ଲାଇଥିଲା ଦଳ
ଲୋକସଭା ନିର୍ବାଚନରେ ମାତ୍ ଖାଇଥିଲା ଆମ୍‌ ଆଦମୀ ପାର୍ଟି
ଲୋକସଭା ନିର୍ବାଚନରେ ସାଙ୍ଗଠନିକ ଶକ୍ତି ଦେଖାଇଥିଲା ବିଜେପି 
୨୦୨୪ରେ ସମସ୍ତ ୭ ଲୋକସଭା ଆସନ ହାତେଇଥିଲା ବିଜେପି
ଲୋକସଭା ନିର୍ବାଚନ ଏକାଠି ଲଢ଼ିଥିଲେ ଆପ୍ ଓ କଂଗ୍ରେସ
ଆପ୍ ୪ ଓ କଂଗ୍ରେସ ୩ଟି ଆସନରେ ଲଢ଼ି ଖାତା ଖୋଲିପାରିନଥିଲେ

ଆପ୍‌ର ୧୫ ଗ୍ୟାରେଣ୍ଟି 
ରୋଜଗାରର ଗ୍ୟାରେଣ୍ଟି
ମହିଳା ସମ୍ମାନ ଯୋଜନାରେ ପ୍ରତି ମହିଳାଙ୍କୁ ୨୧୦୦ ଟଙ୍କା
ସଞ୍ଜିବନୀ ଯୋଜନାରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣା ଚିକିତ୍ସା
ପାନୀୟଜଳ ବାବଦକୁ ଭୁଲ୍ ବିଲ୍‌ ଥିଲେ ଛାଡ଼
୨୪ ଘଣ୍ଟା ପାନୀୟ ଜଳ ଯୋଗାଣ
ୟୁରୋପ ଭଳି ହେବ ଦିଲ୍ଲୀ ସଡ଼କ
ଯମୁନା ନଦୀର ପାଣି ପରିଷ୍କାର ହେବ
ଡକ୍ଟର ଆମ୍ବେଦକର ସ୍କଲାରସିପ୍ ଯୋଜନାର ଆରମ୍ଭ
ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ଯାତ୍ରା, ଦିଲ୍ଲୀ ମେଟ୍ରୋ ଭଡ଼ାରେ ରିହାତି
ପୂଜାରୀ ଓ ଗ୍ରନ୍ଥୀ ସମ୍ମାନ ଯୋଜନାରେ ପ୍ରତିମାସ ୧୮ ହଜାର ଟଙ୍କା
ଦିଲ୍ଲୀରେ ଭଡ଼ାଟିଆଙ୍କୁ ମାଗଣା ବିଜୁଳି ଓ ପାଣି ସୁବିଧା
ପୁରୁଣା ସ୍ବେରେଜକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି
ନୂଆ ରାସନକାର୍ଡ ହିତାଧିକାରୀ ଚିହ୍ନଟ କରାଯିବ
ଅଟୋଚାଳକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା 
ଝିଅଙ୍କ ବିବାହ ପାଇଁ ୧ ଲକ୍ଷ, ପିଲାଙ୍କୁ ମାଗଣା କୋଚିଂ

ବିଜେପିର ସଂକଳ୍ପପତ୍ର
ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ପ୍ରଭାବୀ ଓ ଦୁର୍ନୀତିମୁକ୍ତ କରାଯିବ
ମହିଳା ସମୃଦ୍ଧି ଯୋଜନାରେ ଗରିବ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା 
ମୁଖ୍ୟମନ୍ତ୍ରୀ ମାତୃତ୍ବ ସୁରକ୍ଷା ଯୋଜନାରେ ଗର୍ଭବତୀଙ୍କୁ ୨୧ ହଜାର ଟଙ୍କା 
ଗରିବ ମହିଳାଙ୍କୁ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର 
ଦୀପାବଳି ଓ ହୋଲିରେ ମାଗଣାରେ ଗୋଟିଏ ଲେଖାଏଁ ସିଲିଣ୍ଡର ପ୍ରଦାନ
ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା
ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବୀମାରେ ଅତିରିକ୍ତ ୫ ଲକ୍ଷର ମାଗଣା ଚିକିତ୍ସା 
ଜେ.ଜେ. କ୍ଲଷ୍ଟରରେ ଅଟଳ କ୍ୟାଣ୍ଟିନ୍‌ରେ ୫ ଟଙ୍କାରେ ମିଲ୍ 
ସ୍ବାସ୍ଥ୍ୟ, ଯାତାୟତ, ବିଜୁଳି, ପାନୀୟଜଳ ସହ ଜଡ଼ିତ ସମସ୍ୟାର ତ୍ବରିତ୍ବ ସମାଧାନ
ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି 
ପୂର୍ବ ସରକାର କରିଥିବା ଦୁର୍ନୀତିର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ
କେଜିରୁ ପିଜି ପର୍ୟ୍ୟନ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ମାଗଣା ଶିକ୍ଷା 
ପ୍ରତିଯୋଗିତା ମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ବାର୍ଷିକ ୧୫ ହଜାର ଟଙ୍କା 
ବି.ଆର ଆମ୍ବେଦକର ଷ୍ଟାଇପେଣ୍ଡ ଯୋଜନାରେ ମାସିକ ୧୦୦୦ ଟଙ୍କା 
ପିଏମ ସ୍ବନୀଧି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟାକୁ ଦୁଇଗୁଣା ଲକ୍ଷ୍ୟ
ଅଟୋ, ଟ୍ୟାକ୍ସି ଚାଳକ ଓ ଘରୋଇ ସହାୟକଙ୍କ ପାଇଁ ୱେଲଫେୟାର ବୋର୍ଡ 
ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନା ରାଶି ୬ ହଜାରରୁ ୯ ହଜାରକୁ ବୃଦ୍ଧି 

କଂଗ୍ରେସର ଘୋଷଣାନାମା
ସରକାର ଗଠନର ୬ ମାସ ମଧ୍ୟରେ ଲୋକପାଳ ବିଲ୍ 
ମହିଳାଙ୍କ ପାଇଁ 'ପ୍ୟାରୀ ଦିଦି ଯୋଜନା'  
ଗରିବ ପରିବାରର ଜଣେ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା
ସମସ୍ତ ନାଗରିକଙ୍କୁ ୨୫ଲକ୍ଷ ପର୍ୟ୍ୟନ୍ତ ମାଗଣା ଚିକିତ୍ସା ସୁବିଧା
ବେକାର ଯୁବକ ଯୁବତୀଙ୍କୁ ଘରୋଇ କ୍ଷେତ୍ରରେ ୧ ବର୍ଷର ଆପ୍ରେଣ୍ଟିସିପ୍ 
ଚାକିରି ମିଳିବା ଯାଏ ମାସିକ ମିଳିବ ୮,୫୦୦ ଟଙ୍କାର ଷ୍ଟାଇପେଣ୍ଡ
୫୦୦ ଟଙ୍କାରେ ଗ୍ୟାସ୍‌ ସିଲିଣ୍ଡର ସହ ମାଗଣାରେ ରାସନ କିଟ୍
୫ କିଲୋ ଚାଉଳ, ୨ କିଲୋ ଚିନି, ୧ ଲିଟର ଖାଇବା ତେଲ, ୬ କିଲୋ ଡାଲି 
ସମସ୍ତ ପରିବାରକୁ ୩୦୦ ୟୁନିଟ୍ ପର୍ୟ୍ୟନ୍ତ ମାଗଣା ବିଜୁଳି 
ପୁଣି ଆସିବ ଶୀଲା ଦୀକ୍ଷିତଙ୍କ ସମୟରେ ଥିବା ଜନକଲ୍ୟାଣକାରୀ ଯୋଜନା 
ଅନୁସୂଚିତ ଜାତି ବର୍ଗଙ୍କୁ ଆର୍ଥିକ ସଶକ୍ତ କରିବାକୁ ୧୫% ସରକାରୀ କାମ 
ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଛାତ୍ର ବୃତ୍ତି ରାଶି ବୃଦ୍ଧି
ସରକାରୀ ସଂସ୍ଥାରେ ଜନସଂଖ୍ୟା ଆଧାରରେ ଓବିସି ବର୍ଗର ପ୍ରତିନିଧିତ୍ବ 
ଓବିସି ବର୍ଗ ପାଇଁ ସଂରକ୍ଷଣକୁ ସୁନିଶ୍ଚିତ କରିବା
ମଣ୍ଡଳ ଆୟୋଗର ପ୍ରତିଟି ସୁପାରିଶ ଲାଗୁ ହେବ
ପାରମ୍ପରିକ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ପାଇଁ ଋଣ ପ୍ରଦାନ
--
ପ୍ରତିଶ୍ରୁତିର ବର୍ଷା (୨୧୦୦ ବନାମ ୨୫୦୦)
ମହିଳା ସମୃଦ୍ଧି ଯୋଜନାରେ ପ୍ରତିମାସ ୨୫୦୦ ଟଙ୍କା 
ଗର୍ଭବତୀ ମହିଳାଙ୍କୁ ୨୧,୦୦୦ ଟଙ୍କାର ଆର୍ଥିକ ସହାୟତା
ଗରିବ ପରିବାରର ମହିଳାଙ୍କୁ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର
ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାରେ ଗରିବ ଝିଅ ବିବାହ ପାଇଁ ୫୦ ହଜାର 
ଦିଲ୍ଲୀରେ ସରକାରୀ ନିଯୁକ୍ତିରେ ମହିଳାଙ୍କୁ ୩୩% ସଂରକ୍ଷଣ

ଆପ୍ 
ସରକାରକୁ ଆସିଲେ ମହିଳାଙ୍କୁ ମାସିକ ୨୧୦୦ ଟଙ୍କା 
୫୦୦ ଟଙ୍କାରେ ରୋଷେଇ ଗ୍ୟାସ ସିଲିଣ୍ଡର 
ମହିଳାଙ୍କ ପାଇଁ ଡିଟିସି ବସରେ ମାଗଣା ଯାତ୍ରା ସେବା ଜାରି ରହିବ

କଂଗ୍ରେସ
ସରକାର ଗଢ଼ିଲେ ପ୍ୟାରୀ ଦିଦି ଯୋଜନାରେ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା
୫୦୦ ଟଙ୍କାରେ ରୋଷେଇ ଗ୍ୟାସ ସିଲିଣ୍ଡ

ସ୍ବାସ୍ଥ୍ୟ (ମାଗଣା ଚିକିତ୍ସାର ଗ୍ୟାରେଣ୍ଟି)
ବିଜେପି
ସରକାର ଗଢ଼ିଲେ ଦିଲ୍ଲୀରେ ଲାଗୁ ହେବ ଆୟୁଷ୍ମାନ ଯୋଜନା 
ମୋହଲା କ୍ଲିନିକ ସ୍ଥାନରେ ଛିଡ଼ାହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର 
ପ୍ରତି ଜିଲ୍ଲାରେ ସୁପର ସ୍ପେଶାଲିଟି ହସ୍ପିଟାଲ ଖୋଲାଯିବ 
ଆପ୍
୬୦ରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ସଞ୍ଜିବନୀ ଯୋଜନା ଅଣାଯିବ
ସରକାରୀ ଓ ବେସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା 
କଂଗ୍ରେସ
ସରକାରକୁ ଆସିଲେ ୨୫ ଲକ୍ଷ ପର୍ୟ୍ୟନ୍ତ ମାଗଣା ଚିକିତ୍ସା ସୁବିଧା 
ଦିଲ୍ଲୀର ସମସ୍ତ ଲୋକ ସ୍ବାସ୍ଥ୍ୟବୀମାର ଲାଭ ପାଇବେ

ଶିକ୍ଷା (ପିଲାଙ୍କୁ ମାଗଣା ପାଠ)
ବିଜେପି
ଗରିବ ପିଲାଙ୍କୁ ସରକାରୀ ଶିକ୍ଷାନୁଷ୍ଠାନରେ କ.ଏରୁ ଚ.ଏ ଯାଏଁ ମାଗଣା ଶିକ୍ଷା
ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଯୁବକଙ୍କୁ ୧୫ ହଜାର ଟଙ୍କା
ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ହଜାରେ ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ
ଆପ୍
ସମସ୍ତ ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍କୁଲରେ ମାଗଣା ଶିକ୍ଷା
ଦଳିତ ଛାତ୍ରଛାତ୍ରୀଙ୍କ ପାଇଁ ବି.ଆର. ଆମ୍ବେଦକର ଛାତ୍ର ବୃତ୍ତି
ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟରେ ପଢ଼ିବାକୁ ଚାହୁଁଥିବା ଦଳିତ ଛାତ୍ରଛାତ୍ରୀଙ୍କୁ ସୁଯୋଗ
କଂଗ୍ରେସ
ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବୃଦ୍ଧି
ପୂର୍ବାଞ୍ଚଳ ବ୍ୟକ୍ତିଙ୍କ ପିଲାଙ୍କ ପାଇଁ ମାଗଣା ଲାଇବ୍ରେରୀ 
ଦିଲ୍ଲୀର କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ମେଧା ବୃତ୍ତି 

ଯୁବବର୍ଗ (ନିଯୁକ୍ତିର ଗ୍ୟାରେଣ୍ଟି)
ବିଜେପି 
ଦିଲ୍ଲୀରେ ଯୁବବର୍ଗଙ୍କ ପାଇଁ ୫୦ ହଜାର ସରକାରୀ ନିଯୁକ୍ତି 
୨୦ ଲକ୍ଷ ଯୁବକଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି 
ଆପ୍
କ୍ଷମତାକୁ ଆସିଲେ ଯୁବବର୍ଗଙ୍କ ନିଯୁକ୍ତିକୁ ପ୍ରାଥମିକତା 
ସରକାରକୁ ଆସିଲେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ
କଂଗ୍ରେସ
ବେକାର ଯୁବବର୍ଗଙ୍କୁ ଘରୋଇ କ୍ଷେତ୍ରରେ ୧ ବର୍ଷର ଆପ୍ରେଣ୍ଟିସିପ୍ 
ଚାକିରି ମିଳିବା ଯାଏଁ ମାସିକ ୮,୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି 

ବିଜୁଳି 
ବିଜେପି 
୨୦୦ ୟୁନିଟ୍ ପର୍ୟ୍ୟନ୍ତ ବିଜୁଳି ବ୍ୟବହାର କରୁଥିଲେ ସମ୍ପୂର୍ଣ୍ଣ ମାଗଣା 
ଆପ୍
ସମସ୍ତଙ୍କୁ ୨୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି 
କଂଗ୍ରେସ
୩୦୦ ୟୁନିଟ୍ ମାଗଣା ବିଜୁଳି ଦେବ କଂଗ୍ରେସ

ଗମନାଗମନ (ମହିଳାଙ୍କୁ ପ୍ରାଥମିକତା) 
ବିଜେପି 
ମହିଳାଙ୍କ ପାଇଁ ବସ୍‌ରେ ମାଗଣା ଯାତାୟତ ସୁବିଧା
ଦିଲ୍ଲୀକୁ ଇ-ବସ୍ ସିଟି ଭାବେ ଗଢ଼ା ତୋଳିବାକୁ ଘୋଷଣା
ଆପ୍
ଛାତ୍ରଛାତ୍ରୀଙ୍କ ପାଇଁ ଡିଟିସି ବସ୍‌ରେ ମାଗଣା ଯାତ୍ରା ସୁବିଧା
କେନ୍ଦ୍ର ସହାୟତାରେ ମେଟ୍ରୋ ଭଡ଼ାରେ ୫୦% ରିହାତି
କଂଗ୍ରେସ
ସ୍କୁଲ ଛାତ୍ରଛାତ୍ରୀଙ୍କୁ ଡିଟିସି ବସ୍‌ରେ ସ୍ୱତନ୍ତ୍ର ପାସ୍ ସୁବିଧା

ଯମୁନାକୁ ନେଇ ରାଜନୀତି
ବିଜେପି 
ଯମୁନା ରିଭର ଫ୍ରଣ୍ଟର ବିକାଶ 
୩ ବର୍ଷରେ ଯମୁନାକୁ ପରିଷ୍କାର ଲକ୍ଷ୍ୟ
ଆପ୍
ଯମୁନା ନଦୀକୁ ପରିଷ୍କାର କରିବା ପ୍ରାଥମିକତା
କଂଗ୍ରେସ
ଯମୁନା ନଦୀ ଅପରିଷ୍କାର ପାଇଁ ଆପ ଓ ବିଜେପିକୁ ଟାର୍ଗେଟ୍‌

ମହାଲଢ଼େଇ
ନୂଆଦିଲ୍ଲୀ ଆସନ 
ଅରବିନ୍ଦ କ୍ରେଜିୱାଲ (ଆପ୍)
ଦିଲ୍ଲୀର ୩ ଥରର ମୁଖ୍ୟମନ୍ତ୍ରୀ
ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ
୨୦୧୩ରୁ ଲଗାତାର ଏହି ଆସନରୁ ଲଢୁଛନ୍ତି
ସନ୍ଦୀପ ଦୀକ୍ଷିତ (କଂଗ୍ରେସ)
ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ
ପ୍ରଥମଥର କ୍ରେଜିୱାଲଙ୍କ ବିପକ୍ଷରେ ପ୍ରାର୍ଥୀ
କଂଗ୍ରେସକୁ କମବ୍ୟାକ୍‌ କରାଇବାକୁ ଲକ୍ଷ୍ୟ
ପୂର୍ବ ନୂଆଦିଲ୍ଲୀରୁ ୨ଥର ସାଂସଦ ରହିଛନ୍ତି
ପ୍ରବେଶ ବର୍ମା (ବିଜେପି)
ବିଜେପିର ବିଧାୟକ ପ୍ରାର୍ଥୀ
ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ
ପଶ୍ଚିମ ଦିଲ୍ଲୀ ଆସନରୁ ୨ଥର ସାଂସଦ
୨୦୨୦ରେ କ୍ରେଜିୱାଲଙ୍କୁ ଆତଙ୍କବାଦୀ କହି ଚର୍ଚ୍ଚାରେ ଥିଲେ

ଜଙ୍ଗପୁରା 
ମନୀଷ ସିସୋଦିଆ (ଆପ୍)
ପ୍ରଥମଥର ପାଇଁ ଏହି ଆସନରୁ ଲଢୁଛନ୍ତି 
ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲ ଯାଇଥିଲେ 
କ୍ରେଜିୱାଲ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଥିଲେ
ପୂର୍ବ ୨ଟି ନିର୍ବାଚନରେ ଏହି ଆସନରେ ଆପ୍‌ ବିଜୟୀ 
ତରବିନ୍ଦର ସିଂ ମାରୱା (ବିଜେପି)
ଏହି ଆସନରୁ ୩ ଥର ବିଧାୟକ ରହି ସାରିଛନ୍ତି
ଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲଢି ହାରିଥିଲେ 
ଏଥର ତରବିନ୍ଦରଙ୍କୁ ପ୍ରାର୍ଥୀ କରିଛି ବିଜେପି

କାଲକାଜୀ 
ଆତିଶୀ (ଆପ୍)
ପ୍ରଥମଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ 
୨୦୨୦ ନିର୍ବାଚନରେ ଏହି ଆସନରେ ବିଜୟୀ ହୋଇଥିଲେ 
ଶିକ୍ଷାରେ ସଂସ୍କାର ଆଣି ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି
ରମେଶ ବିଧୁରୀ (ବିଜେପି)
ଦକ୍ଷିଣ ଦିଲ୍ଲୀ ଆସନରୁ ୨ ଥର ସାଂସଦ ଥିଲେ
ତୁଗଲକବାଦ୍‌ ଆସନରୁ ବିଜେପି ଟିକେଟରେ ୩ ଥର ବିଧାୟକ
ନିର୍ବାଚନମଣ୍ଡଳରେ ରହିଛି ଦବଦବା
ଅଳକା ଲାମ୍ବା (କଂଗ୍ରେସ)
ପୂର୍ବରୁ ଆପ୍ ଦଳର ନେତ୍ରୀ ଥିଲେ 
ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ
ଛାତ୍ର ସଂସଦ ନିର୍ବାଚନରୁ ରାଜନୈତିକ କ୍ୟାରିୟର ଆରମ୍ଭ
ଆପ୍ ଓ ବିଜେପି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବାର ଦକ୍ଷତା 

ପ୍ରମୁଖ ଚେହେରା
ଅରବିନ୍ଦ କ୍ରେଜିୱାଲ (ନୂଆଦିଲ୍ଲୀ, ଆପ୍)
ମନୀଷ ସିସୋଦିଆ (ଜଙ୍ଗପୁରା, ଆପ୍)
ଆତିଶୀ ( କାଲକାଜୀ, ଆପ୍)
ସୋମନାଥ ଭାରତୀ (ମାଲବ୍ୟ ନଗର, ଆପ୍)
ସୈତ୍ୟନ୍ଦ୍ର ଜୈନ ( ଶାକୁରବସ୍ତି, ଆପ୍) 
ସୌରଭ ଭରଦ୍ବାଜ ( ଗ୍ରେଟର କୈଳାଶ, ଆପ୍) 
ଅଳକା ଲାମ୍ବା (କାଲକାଜୀ, କଂଗ୍ରେସ)
ସନ୍ଦୀପ ଦୀକ୍ଷିତ (ନୂଆଦିଲ୍ଲୀ, କଂଗ୍ରେସ)
ପ୍ରବେଶ ବର୍ମା (ନୂଆଦିଲ୍ଲୀ, ବିଜେପି)
ତରବିନ୍ଦର ସିଂ ମାରୱା (ଜଙ୍ଗପୁରା, ବିଜେପି)
ରମେଶ ବିଧୁରୀ (କାଳକାଜୀ,ବିଜେପି)

ଦିଲ୍ଲୀ ରାଜନୀତିରେ ଆପ୍‌ର ଉତଥାନ
୨୦୧୧ରେ ଆନ୍ନା ହଜାରେଙ୍କ ଆନ୍ଦୋଳନରୁ କ୍ରେଜିୱାଲଙ୍କ ଅଭ୍ୟୁଦୟ 
ଇଣ୍ଡିଆ ଏଗନେଷ୍ଟ କରପସନ୍‌ ଆନ୍ଦୋଳନରୁ ୨୦୧୨ରେ ଜନ୍ମ ନିଏ ଆମ୍‌ ଆଦ୍‌ମୀ ପାର୍ଟି
ଦୁର୍ନୀତିର ମୂଳପୋଛ ପାଇଁ ଜନ ଲୋକପାଳ ବିଲ୍ ପାରିତ କରିବାକୁ ଦାବି କରନ୍ତି
ଅନେକ ସାଧାରଣ ଲୋକଙ୍କୁ ଦଳରେ ସାମିଲ କରି ଦିଲ୍ଲୀବାସୀଙ୍କ ବିଶ୍ବାସଭାଜନ ହୁଏ ଆପ୍
୧୫ ବର୍ଷର ଶୀଲା ଦୀକ୍ଷିତ ସରକାର ଉପରେ ଦୁର୍ନୀତିର ସଙ୍ଗୀନ ଅଭିଯୋଗ ଆଣନ୍ତି କ୍ରେଜିୱାଲ
ଦଳ ଗଠନ ପରେ ଦୁର୍ନୀତିମୁକ୍ତ ସରକାର ଗଠନ ପାଇଁ ନାରା ଦେଇ ଦିଲ୍ଲୀବାସୀଙ୍କ ବିଶ୍ବାସ ଜିତନ୍ତି
ସରକାର ବିରୋଧୀ ହାୱାର ଫାଇଦା ଉଠାଇବାରେ ସଫଳ ହୁଏ ଆମ୍ ଆଦମୀ ପାର୍ଟି
୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଗଡ଼ରେ କରିସ୍ମା କରେ ଆପ୍
ପ୍ରଥମଥର ପାଇଁ ଦିଲ୍ଲୀ ବିଧାନସଭା ଦଖଲ କରେ ଅଣକଂଗ୍ରେସ ଓ ଅଣବିଜେପି ଦଳ
ପ୍ରଥମ ନିର୍ବାଚନରେ ୭୦ରୁ ୨୮ଟି ଆସନରେ ବାଜିମାତ କରି ସରକାର ଗଢ଼େ ଆପ୍
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନିଅନ୍ତି ଅରବିନ୍ଦ କ୍ରେଜିୱାଲ
ଆବଶ୍ୟକ ସଂଖ୍ୟା ନଥିବାରୁ ଜନ ଲୋକପାଳ ବିଲ ପାରିତ କରିପାରେନି ଦଳ
୨୦୧୪ ଫେବ୍ରୁଆରୀରେ ଦିଲ୍ଲୀରେ ଭାଙ୍ଗିଯାଏ ଆପ୍ ସରକାର
ଲୋକସଭା ନିର୍ବାଚନରେ ୪୦୦ ଆସନରେ ଲଢ଼ି ମାତ୍ର ୪ ଆସନରେ ବିଜୟୀ ହୁଏ ଦଳ
କିନ୍ତୁ ୨୦୧୪ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ଆପ୍ ଖାତା ଖୋଲିପାରେନି
ଆପର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠେ
କିନ୍ତୁ ୨୦୧୫ରେ ହୋଇଥିବା ବିଧାନସଭା ନିର୍ବାଚନରେ ଜବରଦସ୍ତ କମବ୍ୟାକ୍ କରେ ଆପ୍
ଆପର ପ୍ରଦର୍ଶନ ଜାତୀୟ ରାଜନୀତିରେ ଚହଳ ସୃଷ୍ଟି କରେ
୭୦ ଆସନରୁ ୬୭ରେ ବିଜୟୀ ହେବା ସହ ଏକାକୀ ସରକାର ଗଢେ ଆପ୍
ଦୀର୍ଘବର୍ଷ ଧରି ଗଡ଼ ଥିବା ଦିଲ୍ଲୀରେ ଖାତା ଖୋଲିବାରେ ସକ୍ଷମ ହୁଏନି କଂଗ୍ରେସ
ଏହାପରେ ଆଉ ପଛକୁ ଫେରିନି ଆମ୍‌ ଆଦମୀ ପାର୍ଟି
୨୦୨୦ ବିଧାନସଭା ନିର୍ବାଚନରେ ମଧ୍ୟ ୬୨ ଆସନରେ ବିଜୟୀ ହୋଇ ସରକାର ଗଢ଼େ
୨୦୨୨ ବିଧାନସଭା ନିର୍ବାଚନରେ ପଞ୍ଚାବରେ ପାୱାର ସୋ ଦେଖାଏ ଆପ୍
କଂଗ୍ରେସର ଅନ୍ତଃକନ୍ଦଳ ଓ ସରକାରୀ ବିରୋଧୀ ହାୱାର ଫାଇଦା ଉଠାଏ 
ପଞ୍ଜାବରେ ୧୧୭ ଆସନରୁ ୯୨ ଆସନରେ ବିଜୟୀ ହୁଏ ଆପ୍
ଦିଲ୍ଲୀ ଦଖଲ ପରେ ପଞ୍ଜାବରେ ବିଜୟ ବାନା ଉଡାଏ ଆମ ଆଦମୀ ପାର୍ଟି
ପରେ ଗୁଜୁରାଟ, ଜମ୍ମୁ-କାଶ୍ମୀର, ଗୋଆ ବିଧାନସଭା ନିର୍ବାଚନରେ ଉପସ୍ଥିତି ଜାହିର କରେ
୨୦୨୪ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ପୁଣି ମାତ୍ ଖାଇଛି ଦଳ
୨୦୨୫ ବିଧାନସଭା ନିର୍ବାଚନରେ ଦଳ ପୁଣି କରିସ୍ମା କରିବ ନା ବିଶ୍ବାସ ହରାଇବ?

ଚକ୍ରବ୍ୟୁହରେ ‘ଆପ୍’
-    ୨୦୨୦ ବିଧାନସଭା ନିର୍ବାଚନରେ ତୃତୀୟ ଥର ପାଇଁ ସରକାର ଗଢିଥିଲା ଆପ୍
-    ଦୁର୍ନୀତିମୁକ୍ତ ଶାସନର ନାରା ଦେଇ କ୍ଷମତାକୁ ଆସିଥିବା ଆପ୍ ଉପରେ ଲାଗିଥିଲା ଦୁର୍ନୀତିର ଦାଗ
-    ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ ଆପ୍ ପାଇଁ ସୃଷ୍ଟି କଲା ଅଡୁଆ
-    ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପ୍ରଥମେ ଜେଲର ହାୱା ଖାଇବାକୁ ପଡିଲା
-    ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲଙ୍କୁ ମଧ୍ୟ ଗିରଫ କରିଥିଲା ଇଡି
-    ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପଦରେ ଥାଇ ଗିରଫ ହୋଇଥିଲେ କ୍ରେଜିୱାଲ 
-    ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ମନ୍ତ୍ରୀ ସତୈନ୍ଦ୍ର ଜୈନ ମଧ୍ୟ ବିଭିନ୍ନ ମାମଲାରେ ଜେଲ ଯାଇଥିଲେ
-    ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଶୀଶମହଲକକୁ ନେଇ ଆପକୁ ଟାର୍ଗେଟ କରିଥିଲେ ବିରୋଧୀ
-    ଆମ ଆଦମୀ କହି କିଭଳି ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଥିଲେ ସେନେଇ କ୍ରେଜିୱାଲ ଟାର୍ଗେଟ କରିଥିଲା ବିଜେପି
-    ପରେ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଆପକୁ ଘେରିଛି
-    ଶୀଶମହଲରେ ସାଂସଦ ସ୍ବାତି ମାଲିୱାଲଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ଆସିଥିଲା
-    ଯାହା କ୍ରେଜିୱାଲ ସରକାର ପାଇଁ ସଙ୍କଟ ସୃଷ୍ଟି କରିଥିଲା 
-    ତୃତୀୟ ପାଳିରେ ଉପରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ତିକ୍ତତା ବେଶ ଚର୍ଚ୍ଚାରେ ଥିଲା 
-    ବିଭିନ୍ନ ପ୍ରସଙ୍ଗ ଓ ଯୋଜନାକୁ ନେଇ ଉଭୟ ଏଲଜି ଓ ଦିଲ୍ଲୀ ସରକାର ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଥିଲା
-    ଯମୁନାକୁ ପରିଷ୍କାର ପ୍ରତିଶ୍ରତି ଆପ୍ ପାଇଁ ବୁମେରାଂ ହୋଇଛି
-    ଯମୁନାର ଦୂଷିତ ପାଣିକୁ ନେଇ ଆପକୁ ଘେରିଛନ୍ତି ବିଜେପି ଓ କଂଗ୍ରେସ
-    କେଜ୍ରିୱାଲ ଗିରଫ ହେବା ପରେ ଆପର ସ୍ଥିତିକୁ ନେଇ ଉଠିଥିଲା ପ୍ରଶ୍ନ
-    ଜାମିନ ପାଇ ଜେଲରୁ ମୁକୁଳିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କେଜ୍ରିୱାଲ
-    ଚଳିତ ନିର୍ବାଚନରେ କେଜ୍ରିୱାଲ ଆପର ପ୍ରଚାର ମଙ୍ଗ ଧରିଛନ୍ତି
-    ଟିକେଟ ନ ପାଇ ଅନେକ ବିଧାୟକ ଏବେ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି
-    ଯାହା ଆପ୍ ପାଇଁ ଚ୍ୟାଲେଞ୍ଜ ଛିଡା କରିଛି