କନକ ବ୍ୟୁରୋ : ଯାଜପୁରର ବରୀ ବ୍ଲକର ୭୦ ଭାଗ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ହେଲେ ଚାଷୀଙ୍କ ଆବଶ୍ୟକତାକୁ ଗୁରୁତ୍ବ ଦେଉନି ପ୍ରଶାସନ । ସରକାରୀ ବିହନ ନ ଆସିବାରୁ ଚଢ଼ା ଦରରେ ବିହନ କିଣୁଛନ୍ତି ଚାଷୀ । ଚଳିତବର୍ଷ ଏମିତି କିଛି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ବରୀ ବ୍ଲକର ଚିନାବାଦାମ ଚାଷୀ ।
‘ବୋକା ବିହାରୀ’ ବୋଲି ଡାକୁଥିଲେ ସହପାଠୀ; ଏବେ ଭାରତର ଯୁବ ବିଧାୟିକା
ବରୀ ଅଞ୍ଚଳ ଚିନା ବାଦାମ ଚାଷ ପାଇଁ ଏକ ସ୍ବତନ୍ତ୍ର ପରିଚୟ ରହିଛି । ବେଳେ ଅନେକ ଚାଷୀ ଚିନାବାଦାମ ଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ହେଲେ ଚଳିତ ବର୍ଷ ଚାଷୀଙ୍କୁ ନିରାଶ କରିଛନ୍ତି ସରକାର। ସରକାରଙ୍କ ଠାରୁ ଚିନାବାଦାମ ବିହନ ମିଳିନି । ଫଳରେ ବାଧ୍ୟ ହୋଇ ଚାଷୀ ଚଢ଼ା ଦରରେ ବିହନ କିଣି ଲଗାଉଥିବା ଅଭିଯୋଗ କରିଛନ୍ତି । ୪୦ କେଜି ବିହନକୁ ୪ ହଜାର ଟଙ୍କାରେ ଖୋଲା ବଜାରରୁ କିଣୁଥିବା କହିଛନ୍ତି ଚାଷୀ।
୩୪ ବର୍ଷ ଧରି ଆତଙ୍କ ଖେଳାଇଥିଲା ହିଡମା; ମାଓ କ୍ୟାରିୟରେ କରିଛି ୩୬୭ ହତ୍ୟା
ଏ ନେଇ ବ୍ଲକ କୃଷି ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଯେତେଥର ଗଲେ ଅଫିସରେ ଚେୟାର ଖାଲି ପଡ଼ିଥିବା ଦେଖିବାକୁ ମିଳୁଛି । ଫଳରେ ଚାଷୀ ଅଧିକାରୀଙ୍କୁ ନପାଇ ନିରାଶ ହୋଇ ଫେରୁଛନ୍ତି ।
ସହିଦଙ୍କ ଗାଁକୁ ଚାହୁଁନାହାନ୍ତି ସରକାର; ବୀରପୁଅ ଗାଁକୁ ପର କରିଦେଇଛି ପ୍ରଶାସନ
ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ବରୀ ବ୍ଲକରେ ଚାଷୀଙ୍କ ପାଇଁ ଏସବୁ ପ୍ରହସନ ପରି ମନେହେଉଛି ।
Follow Us