କନକ ବ୍ୟୁରୋ : ଟୋକନ ସମସ୍ୟା, କଟନି ଛଟନି ଭଳି ସମସ୍ୟାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଥିବାବେଳେ ନିଆଁରେ ଘିଅ ଢ଼ାଳିଛନ୍ତି ଯୋଗାଣ ମନ୍ତ୍ରୀ । ୧୫୦ କ୍ୱିଣ୍ଟାଲ ତଳକୁ ଧାନ କିଣା ହେଉଥିବା ଚାଷୀଙ୍କୁ ମିଳିବ ୩୧ଶହ ଟଙ୍କା । ବାକି ଚାଷୀ ପାଇବେ ୨୩ ଶହ ଟଙ୍କା । ମନ୍ତ୍ରୀଙ୍କ ଏପରି ବୟାନ ଚାଷୀଙ୍କୁ ନିରାଶ କରିଛି ।

Advertisment

ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେଡି କହିଛି, ଏମ୍‌ଏସ୍‌ପିକୁ ନେଇ ସରକାର ଫେଲ୍‌ । ୧୮ ଜିଲ୍ଲାରେ ମିଲରଙ୍କ ପାଖରୁ ଧାନ ସଂଗ୍ରହ ହୋଇନାହିଁ । ଜବାବ ରଖି ବିଜେପି କହିଛି, ସରକାର ଚାଷୀଙ୍କୁ ବୋନସ୍ ଦେବା ପରେ ଧାନ ଚାଷ ବଢ଼ିଛି । ପୂର୍ବ ସରକାର ୧୦୦ ଟଙ୍କା ବୋନସ୍‌ କହି ୨୪ ବର୍ଷ ଧରି ଟଙ୍କାଟିଏ ବି ଦେଇନଥିଲା ।

ଅଧିକ ପଢ଼ନ୍ତୁ : କଳାହାଣ୍ଡି ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥା; କଡା ନିର୍ଦ୍ଦେଶ ସତ୍ତ୍ବେ ଅମାନିଆ ମିଲର୍‌

ସବୁଠି ଧାନ କିଣାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ । କେଉଁଠି ଟୋକନ୍ ତ କେଉଁଠି ଧାନ ବିକ୍ରି ଟଙ୍କାକୁ ନେଇ ଚାଷୀ ହନ୍ତସନ୍ତ ହେଉଛନ୍ତି । ଚାଷୀଙ୍କ ସମସ୍ୟାକୁ ନେଇ ନବରଙ୍ଗପୁରରେ ଚକାଜାମ୍ କରିଛି ବିଜେଡି । ଖୋର୍ଦ୍ଧାରେ ପୂଜାର୍ଚ୍ଚନା ପରେ ମଣ୍ଡି ଖୋଲି ଥିବାରୁ ଚାଷୀଙ୍କ ମଧ୍ୟରେ ଉତ୍ସାହ କହିଲେ ନସରେ । ଏସବୁ ଭିତରେ ମନ୍ତ୍ରୀଙ୍କ ବୟାନ ଚାଷୀଙ୍କ ଦ୍ୱନ୍ଦ୍ୱକୁ ବଢ଼ାଇ ଦେଇଛି ।