କନକ ବ୍ୟୁରୋ: ଧାନ କିଣିବାକୁ ସରକାର ତାରିଖ ଘୋଷଣା କଲେ । ହେଲେ ଏବେ ବି ଚାଷୀ ନିଜ ଅମଳ ଧାନର ବିକ୍ରିକୁ ନେଇ ଚିନ୍ତାରେ। ବରଗଡ ଜିଲ୍ଲାରୁ ଧାନ କିଣା ଆରମ୍ଭ କରିବେ ସରକାର । ହେଲେ ବରଗଡର ଚାଷୀ ଏବେ ପ୍ରତିବାଦ ପନ୍ଥା ଆପଣାଇଛନ୍ତି । କାରଣ ଜିଲ୍ଲାର ଅନେକ ଚାଷୀ ପଞ୍ଜିକରଣରୁ ପଡିଛନ୍ତି ବାଦ୍ । ଧାରଣା ଦେଉଥିଲେ ବି ଶୁଣିବାକୁ କେହି ନାହାନ୍ତି ।
ଅଧିକ ପଢନ୍ତୁ : ପଞ୍ଚାୟତ ଅଫିସ୍ ଆଗରେ ପଡି ରହିଛି ହଜାର ହଜାର ବସ୍ତା ଧାନ; ମାତ୍ର ୨୫ ହଜାର କ୍ବିଣ୍ଟାଲ ଧାନ କିଣା ଯାଇଥିବା ଅଭିଯୋଗ
ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁଭୁଥିଲା ଲକ୍ଷ୍ମୀପୁରାଣ। ଅମଳ ଧାନକୁ ନେଇ ଚାଲିଥିଲା ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। କିନ୍ତୁ ବ୍ୟତିକ୍ରମ ଏତିକି ଥିଲା ଯେ, ମହିଳାଙ୍କ ବଦଳରେ ମାଣବସା ଗୁରୁବାର ପୂଜା କରୁଥିଲେ ଚାଷୀ। ଆଉ କହୁଥିଲେ, ମାଆ ପ୍ରଶାସନିକ ବଡବାବୁଙ୍କୁ ସଦବୁଦ୍ଧି ଦିଅ। ଚାଷୀଙ୍କ କଥା ଶୁଣନ୍ତୁ ସରକାର । ଗତ ୪ ଦିନ ହେବ ଧାରଣାରେ ବସିଥିବା ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆଜି ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ପଞ୍ଜିକରଣରୁ ବଞ୍ଚିତ ଚାଷୀଙ୍କର ତୁରନ୍ତ ପଞ୍ଜିକରଣ କରିବାକୁ ଦାବି କରୁଛନ୍ତି ଚାଷୀ । ହେଲେ ଚାଷୀଙ୍କ ଦାବିକୁ କର୍ଣ୍ଣପାତ କରିବାକୁ ଯେପରି କେହି ନାହିଁ । ପଞ୍ଜିକରଣ ହୋଇନଥିବାରୁ ଚାଷୀଙ୍କ ଆନ୍ଦୋଳନ ଭିତରେ ଧାନ କିଣିବାକୁ ତାରିଖ ଘୋଷଣା କରିଛନ୍ତି ସରକାର । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା ।
ଅଧିକ ପଢନ୍ତୁ :ସରକାରୀ ବିଧିବ୍ୟବସ୍ଥାରେ ଚାଲୁନି ମଣ୍ଡି । କୁଚିଣ୍ଡା ଉପକଣ୍ଠରେ ଦଲାଲଙ୍କ ଇଚ୍ଛାରେ ଧାନ କିଣା ଚାଲିଥିବା ଅଭିଯୋଗ ।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁ ବରଗଡରେ ଚାଷୀ ଆନ୍ଦୋଳନରେ ବସିଛନ୍ତି ସେହି ଜିଲ୍ଲାରୁ ହିଁ ଧାନ କିଣା ଆରମ୍ଭ କରିବେ ସରକାର । ଚଳିତଥର ଧାନକିଣାରେ ମଣ୍ଡିରେ ଅବ୍ୟବସ୍ଥାକୁ ଦୂରେଇବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର। ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଏହାଛଡା ଆଗାମୀ ୨ ବର୍ଷରେ ୧୦୦ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି । ଚଳିତ ଆର୍ଥିକ ବର୍ଷରେ ୮୦ଟି ସମବାୟ ସମିତିରେ ୨୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ପାଇଁ ୨୦ କୋଟିର ବ୍ୟୟ ବରାଦ ହୋଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ । ପୂର୍ବଥର ଧାନକିଣାରେ କଟନୀଛଟନୀର ଲମ୍ବା ଅଭିଯୋଗ ଆସିଥିଲା। ସରକାର ମଧ୍ୟ ଏକଥାକୁ ମାନିଥିଲେ। ଚଳିତଥର ବିନା କଟନୀଛଟନୀରେ କିଭଳି ଧାନ ଉଠିବ ତାହା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/13/farmer-2025-11-13-20-04-39.jpg)