କନକ ବ୍ୟୁରୋ : ଟାର୍ଗେଟ ନଥିବାରୁ ପଞ୍ଚାୟତ ଅଫିସ୍ ସାମ୍ନାରେ ପଡ଼ି ରହିଛି ୫ହଜାର ବସ୍ତାରୁ ଅଧିକ ଧାନ । ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍ ଟିକ୍ରାପଡ଼ା ପଞ୍ଚାୟତରେ କୃଷିସମବାୟ ସମିତିରେ ଖରିଫ୍ ଧାନ କିଣିବା ପାଇଁ ମଣ୍ଡି ଖୋଲା ଯାଇଥିଲା । ଚଳିତ ବର୍ଷ ଏହି ମଣ୍ଡିରୁ ୫୧ ହଜାର କ୍ଵିଣ୍ଟାଲରୁ ଅଧିକ ଧାନ କିଣିବା ଯୋଜନା କରାଯାଇଛି । ଅଦ୍ୟାବଧି ୨୫ ହଜାର କ୍ଵିଣ୍ଟାଲ ଧାନ କିଣା ସରିଲାଣି । କିନ୍ତୁ ଗତ ୧୩ ଜାନୁଆରୀ ଠାରୁ ଟାର୍ଗେଟ ସରିଯିବା ଯୋଗୁଁ ମଣ୍ଡି ସାମ୍ନାରେ ୫ହଜାରରୁ ଅଧିକ ଧାନ ବସ୍ତା ପଡ଼ିରହିଛି । ଟ୍ରକରେ ବି ଧାନ ରଖାଯାଇଛି । ସବୁ ମିଶାଇ ପାଖପାଖି ୮ହଜାର କ୍ବିଣ୍ଟାଲ ଧାନ ଥିବା ଜଣାପଡ଼ିଛି । ଏହି ମଣ୍ଡିରେ ଟିକ୍ରାପଡ଼ା, ଝିଙ୍କିଦୁଙ୍ଗୁରି ଏବଂ ଯୁରବନ୍ଧ ପଞ୍ଚାୟତ ଅଞ୍ଚଳର ଚାଷ ଧାନ ବିକିବା ପାଇଁ ଆଣିଛନ୍ତି । ପଞ୍ଚାୟତ ଅଫିସ୍ ସାମ୍ନାରେ ଧାନ ବସ୍ତା ରଖିଥିବାରୁ ହିତାଧିକାରିମାନେ ଅଫିସ୍ ଭିତରକୁ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ପଞ୍ଚାୟତ ଅଫିସ୍ ଆଗରେ ପଡି ରହିଛି ହଜାର ହଜାର ବସ୍ତା ଧାନ; ମାତ୍ର ୨୫ ହଜାର କ୍ବିଣ୍ଟାଲ ଧାନ କିଣା ଯାଇଥିବା ଅଭିଯୋଗ
ଟାର୍ଗେଟ ନଥିବାରୁ ପଞ୍ଚାୟତ ଅଫିସ୍ ସାମ୍ନାରେ ପଡ଼ି ରହିଛି ୫ହଜାର ବସ୍ତାରୁ ଅଧିକ ଧାନ । ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍ ଟିକ୍ରାପଡ଼ା ପଞ୍ଚାୟତରେ କୃଷିସମବାୟ ସମିତିରେ ଖରିଫ୍ ଧାନ କିଣିବା ପାଇଁ ମଣ୍ଡି ଖୋଲା ଯାଇଥିଲା । ଚଳିତ ବର୍ଷ ଏହି ମଣ୍ଡିରୁ ୫୧ ହଜାର କ୍ଵିଣ୍ଟାଲରୁ ଅଧିକ ଧାନ କିଣିବା ଯୋଜନା କରାଯାଇଛି ।
/kanak/media/media_files/2025/01/20/dBBpszK4QyfDR9Euekel.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)