କନକ ବ୍ୟୁର: କୁଚିଣ୍ଡା ଉପକଣ୍ଠରେ ଧାନ ମଣ୍ଡି ପରିଚାଳନା ପାଇଁ ଆବଶ୍ୟକୀୟ ଭିତିଭୁମି ନାହିଁ । ସରକାରଙ୍କ ନୀତି ନିୟମରେ ଧାନର ମାନ ନିର୍ଣ୍ଣୟକୁ ମାନୁ ନାହାନ୍ତି ଚାଷୀ । ଏହି ଘଟଣାକୁ ସ୍ୱୀକାର କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ଏହାପରେ ପ୍ରାୟ ସବୁ ମଣ୍ଡିରେ ମିଲର ଓ ଦଲାଲଙ୍କ ରାଜ ଦେଖିବାକୁ ମିଳିଛି । ସିଧାସଳଖ ୪ରୁ ୫କେଜି କଟନିଛଟନିରେ ମିଲକୁ ଯାଉଛି ଧାନ । ମିଲରଙ୍କୁ ମଣ୍ଡି ମନା ଓ ହେବନି ଦଲାଲ ରାଜ। ସରକାରଙ୍କ ଏହି ନିୟମ, ନିୟମ ବାଟରେ । ମଣ୍ଡି ଚାଲିଛି ମିଲରଙ୍କ ରାସ୍ତାରେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଚାଷୀ କହୁଛନ୍ତି, ସରକାରୀ କର୍ମଚାରୀ ମଣ୍ଡି ବୁଲି ମିଲର ନିୟମ ମାନିବାକୁ ପରାମର୍ଶ ଦେଉଛନ୍ତି । ଧାନକିଣା ବିକା ଭିତରେ ଆଉ ଏକ ନୂଆ ସମସ୍ୟା ଦେଖାଦେଇଛି । କିଛି ଚାଷୀ ଛତିଶଗଡ଼ ଧାନକିଣା ପଦ୍ଧତିରେ ଓଡ଼ିଶା ସରକାର ଧାନ କିଣନ୍ତୁ ବୋଲି କହିଥିବା ବେଳେ ସରକାରଙ୍କ ନୀତିକୁ ବିରୋଧ କରିଛନ୍ତି । ସେପଟେ ଏବାବଦରେ କୌଣସି ସରକାରୀ ଅଧିକାରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲୁନାହାନ୍ତି । ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି, ଚାଷୀ କିପରି ଧାନ ବିକି ୩୧ଶହ ଟଙ୍କା ପାଇବେ ସେନେଇ ସମସ୍ତଙ୍କୁ କୁହାଯାଇଛି । ପ୍ରଥମେ ଭିତିଭୂମିର ଠିକ କରି, ପରେ ବିଧି ବ୍ୟବସ୍ଥା ଧାନ କିଣିବାକୁ ଦାବି କରିଛନ୍ତି ଚାଷୀ ।
ସରକାରୀ ବିଧିବ୍ୟବସ୍ଥାରେ ଚାଲୁନି ମଣ୍ଡି । କୁଚିଣ୍ଡା ଉପକଣ୍ଠରେ ଦଲାଲଙ୍କ ଇଚ୍ଛାରେ ଧାନ କିଣା ଚାଲିଥିବା ଅଭିଯୋଗ ।
କୁଚିଣ୍ଡା ଉପକଣ୍ଠରେ ଧାନ ମଣ୍ଡି ପରିଚାଳନା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ । ସରକାରଙ୍କ ନୀତି ନିୟମରେ ଧାନର ମାନ ନିର୍ଣ୍ଣୟକୁ ମାନୁ ନାହାନ୍ତି ଚାଷୀ । ଏହି ଘଟଣାକୁ ସ୍ୱୀକାର କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।
/kanak/media/media_files/2024/12/14/Pxh2RMhnk4t9ccUydVnx.jpg)