କନକ ବ୍ୟୁରୋ : ହୁ ହୁ ହୋଇ ବଢ଼ୁଥିବା ସୁନା ଦରରେ ହଠାତ ବିରାମ ଲାଗିଛି । ଦର ସ୍ଥିର ହୋଇନାହିଁ କିନ୍ତୁ ଗତ ୪ ଦିନ ମଧ୍ୟରେ ସୁନା ଦର ୧୦ ଗ୍ରାମ ପ୍ରତି ୭ ହଜାରରୁ ଅଧିକ କମ୍ ହୋଇଛି । କେବଳ ଭାରତରେ ନୁହେଁ ଅନ୍ତର୍ରାଷ୍ଟ୍ରୀୟ ବଜାର ସହ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ସହ ଘରୋଇ ବଜାରରେ ମଧ୍ୟ ଦର ହ୍ରାସ ପାଇଛି । ସପ୍ତାହ ଆରମ୍ଭରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପ୍ରତି ଦାମ ୧ ଲକ୍ଷ ୩୦ ହଜାର ଟଙ୍କା ପାର ହୋଇଥିଲା । ହେଲେ ସପ୍ତାହର ଶେଷ କାରବାର ଦିନରେ ଏହା ୧ ଲକ୍ଷ ୨୩ ହଜାରକୁ ଖସିଛି ।
ପ୍ରଥମେ ଜାଣିବା ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦର ସୋମବାର ଦିନ ୧୦ ଗ୍ରାମ ପ୍ରତି ୧,୩୦,୬୨୪ ଟଙ୍କା ଥିଲା । ହେଲେ ଶୁକ୍ରବାର ସୁଦ୍ଧା ଦର ହ୍ରାସ ପାଇ ୧,୨୩,୨୫୫ ଟଙ୍କାରେ ପହଂଚିଛି । ସେହିଭଳି ଘରୋଇ ବଜାରରେ ମଧ୍ୟ ସୁନାଦର ହ୍ରାସ ପାଇବାରେ ଲାଗିଛି । ଇଣ୍ଡିଆନ ବୁଲିୟନ ଜୁଏଲର୍ସ ଆସୋସିଏସନର ୱେବସାଇଟ୍ ମୁତାବକ ସୋମବାର କାରବାର ଆରମ୍ଭ ହେବା ବେଳକୁ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ପ୍ରତି ଦର ୧,୨୬,୭୩୦ ଟଙ୍କା ଥିଲା । ସନ୍ଧ୍ୟା ସୁଦ୍ଧା ଏହି ଦାମ ବଢ଼ି ୧,୨୭,୬୩୩ ଟଙ୍କାରେ ପହଂଚିଥିଲା । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଦର ହ୍ରାସ ପାଇଁ ୧,୨୧,୫୧୮ ଟଙ୍କା ଅର୍ଥାତ ୧୦ ଗ୍ରାମ ଉପରେ ୬,୧୧୫ ଟଙ୍କା ହ୍ରାସ ପାଇଛି ।
ଆସିଲା ବଡ଼ ଖବର : କମିଲା ସୁନା ଦର , ଆଗକୁ ଆହୁରି କମିପାରେ ସୁନା ରେଟ୍
ସୂଚନା ଥାଉ କି, ବୁଲିୟନ ଜୁଏଲର୍ସ ୱେବସାଇଟରେ ଅପଲୋଡ଼ ହୋଇଥିବା ଦର ସାରା ଦେଶରେ ଲାଗୁ ହୋଇଥାଏ । ହେଲେ ଆପଣ ଗହଣା କିଣିବା ବେଳେ ଏଥିରେ ୩ ପ୍ରତିଶତ ଜିଏସଟି ସହ ମେକିଂ ଚାର୍ଜ ଲାଗୁ ହୋଇଥିଏ । ଭିନ୍ନ ଭିନ୍ନ ସହର ଓ ଭିନ୍ନ ଭିନ୍ନ ଗହଣା ଦୋକାନରେ ଗଢେଇ ମଜୁରୀ ବା ମେକିଂ ଚାର୍ଜ ଅଲଗା ଥାଏ ।
ମାଗଣା ସୁନା ଦେଉଛି ଅମ୍ବାନୀଙ୍କ କମ୍ପାନି : ୧୦ ଲକ୍ଷ ପର୍ଯ୍ୟନ୍ତ ଜିତିପାରିବେ ପୁରସ୍କାର
ସୁନା ଦର ହ୍ରାସ ପଛରେ ଥିବା କାରଣ ବାବଦରେ ଯଦି କହିବା ତେବେ ରିପୋର୍ଟ ମୁତାବକ ସୁନା ଉପରେ ନିବେଶ କରୁଥିବା ନିବେଶକାରୀ ଏବେ ଲାଭ ଉଠାଇବା ଚକ୍କରରେ ଅଛନ୍ତି । ଯାହାର ସିଧା ପ୍ରଭାବ ସୁନାର ଦାମ ଉପରେ ପଡ଼ିଛି । ଏହା ବ୍ୟତୀତ ଆମେରିକା ଓ ଚୀନର ଟାରିଫ୍ ଟେନସନ୍ କମି କମି ଆସୁଥିବାରୁ ସୁନାର ଦାମ୍ ମଧ୍ୟ କମ ହେବା ଅନ୍ୟ ଏକ କାରଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/26/gold-2025-10-26-14-46-23.jpg)