ଜଙ୍ଗଲୀ ବାବୁଙ୍କ ଘରେ ପୁଳା ପୁଳା ସୁନା ଓ ଟଙ୍କା, ଜବତ ହେଲା ପାଖାପାଖି ୧କିଲୋ ସୁନା ଓ ନଗଦ ୮ଳକ୍ଷ ୭୦ହଜାର ଟଙ୍କା

Advertisment

ସୋରୁମ୍‌ ଭଳି ସାମଗ୍ରୀ ରଖିଛନ୍ତି କୋରାପୁଟ ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପାଞ୍ଚଟି ସ୍ଥାନରେ ଚାଲିଛି ଚଢ଼ାଉ

ସୋରୁମ୍‌ ଭଳି ସାମଗ୍ରୀ ରଖିଛନ୍ତି କୋରାପୁଟ ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପାଞ୍ଚଟି ସ୍ଥାନରେ ଚାଲିଛି ଚଢ଼ାଉ

Vigilance raid

Vigilance raid Photograph: (KanakNews)

କନକ ବ୍ୟୁରୋ;  ଫରେଷ୍ଟରଙ୍କ ଘରେ କେଜିଏ ସୁନା । ଜଙ୍ଗଲ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ଆଖି ଖୋସି ହୋଇଗଲା ପରି ସୁନା ଅଳଙ୍କାର ଜବତ ହୋଇଛି। ଏହାର ପରିମାଣ ପ୍ରାୟ ୧କିଲୋଗ୍ରାମ ହେବ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ସେମିଳିଗୁଡା ଫରେଷ୍ଟର ନିରଞ୍ଜନ ଶତପଥିଙ୍କ ୫ଟି ଠିକଣାରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ବର ଝାରପଡ଼ା ସ୍ଥିତ ଘରେ ଚଢ଼ାଉ ବେଳେ ପୁଳା ପୁଳା ଟଙ୍କା ସହ ବିଦେଶୀ ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଛି । ୧କିଲୋଗ୍ରାମ ସୁନା ସହ ୮ଲକ୍ଷ ୭୦ହଜାର ନଗଦ ଟଙ୍କା ଜବତ କରାଯାଇଛି । ଜବତ ହୋଇଥିବା ଏହି ସମ୍ପତି ଦେଖି ଭିଜିଲାନ୍ସ ଅଧିକାରୀ ବି ଚକିତ ହୋଇଯାଇଛନ୍ତି । ହୀରା ମୁଦି ସହ ୩୦ରୁ ୪୦ହଳ କାନଫୁଲ, ପ୍ରାୟ ୧୦ଟି ସୁନା ଚେନ୍‌, ୧୦ରୁ ଅଧିକ ବଡ଼ ସୁନା ହାର ସହ କାନଫୁଲ, ସୁନା ମୁଦି, ସୁନା କଙ୍କଣ ସହ ପ୍ରାୟ ୮ହଳ ସୁନା ଚୁଡ଼ି, ୧୦ହଳରୁ ଅଧିକ ରୁପା ପାଉଞ୍ଜି, ରୁପା କଏନ୍‌ ଜବତ ହୋଇଛି। ରାଣୀ ହାର ଠାରୁ ଆରମ୍ଭ କରି ଲାଟେଷ୍ଟ ସୁନା ଅଳଙ୍କାର ରହିଛି ।

ଅଧିକ ପଢନ୍ତୁ: ଚଢାଉ ବେଳେ ହଟ୍ଟହଟ୍ଟା ଅବକାରୀ ଟିମ୍, ଗଞ୍ଜାମ ବେଙ୍ଗେଇ ଗାଁରେ ମଦ ପ୍ରସ୍ତୁତ ନେଇ ଖବର ପାଇବା ପରେ ହୋଇଥିଲା ରେଡ୍‌

ଏହାସହ ଦାମୀ ଘଣ୍ଟା ବି ରହିଛି। ଦାମୀ ପରଫ୍ୟୁମ ବି ଜବତ ହୋଇଛି। ମାଲେସିଆ, ଥାଇଲ୍ୟାଣ୍ଡ, ବ୍ୟାଙ୍ଗକକ୍‌ ଆଦି ଦେଶ ଗସ୍ତରେ ଯାଉଥିବା ବାବୁଙ୍କ ଘରୁ ବିଦେଶୀ ଟଙ୍କା ଜବତ ହୋଇଛି। ଫରେଷ୍ଟ ଗାର୍ଡରୁ ପଦୋନ୍ନତି ପାଇଁ ଫରେଷ୍ଟର ହୋଇଥିବା ଜଣେ ସରକାରୀ ବାବୁ ଅଳ୍ପ ଦିନ ଭିତରେ ପୁଳା ପୁଳା ସମ୍ପତି ଠୁଳ କରିଛନ୍ତି। ନିରଞ୍ଜନ ଶତପଥିଙ୍କ ପୁଅ ବ୍ୟବହାର କରୁଥିଲେ ଲାଟେଷ୍ଟ ଆଇଫୋନ୍। କେବଳ ଏତିକି ନୁହେଁ ଜଙ୍ଗଲ ବିଭାଗରେ ଥିବା ଏହି ବାବୁଙ୍କ ଘରୁ ଦାମୀ ଆସବାବପତ୍ର ରହିଛି। ଘର ସଜ୍ଜାରେ ବେଶ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଦାମି ଶାଗୁଆନ କାଠରେ ତିଆରି ହୋଇଛି ଫର୍ଣ୍ଣିଚର ।

ଶାଗୁଆନ କାଠରେ ତିଆରି ମୂର୍ତ୍ତି ବି ଘରେ ସଜା ହୋଇଛି । ନିରଞ୍ଜନ ଶତପଥିଙ୍କ ଘରର ସାଜସଜ୍ଜା ଓ ଜବତ ହୋଇଥିବା ସାମଗ୍ରୀ ଦେଖିଲେ ଅନୁମାନ କରିହେଉଛି ଯେ ବାବୁ ଜଣଙ୍କ ଓ ତାଙ୍କ ପରିବାର ବେଶ ସଉକିଆ ଥିଲେ । ଏବଂ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ। ନିରଞ୍ଜନଙ୍କ ପୁଅ ଟ୍ରେଣ୍ଡିଂ କରୁଥିବା କୁହାଯାଉଛି। ନିରଞ୍ଜନଙ୍କ ଘର ଦେଖିଲେ ସହଜରେ ଅନୁମାନ କରିହେବ ଯେ ସେ କେତେ ମୋଟା ଅଙ୍କର ଲାଞ୍ଚ କାରବାର କରୁଥିଲେ ଏବଂ ସେ କେତେ ଟଙ୍କାର ପିସି କାରବାର କରୁଥିଲେ। ବିଭିନ୍ନ ବ୍ୟାଙ୍କରେ ତାଙ୍କ ଆକାଉଣ୍ଟ ରହିଛି। ଝାରପଡ଼ା ଅଞ୍ଚଳରେ ଦୁଇଟି ବଡ଼ ବଡ଼ କୋଠା ରହିଛି । ଭୁବନେଶ୍ବର, ଜଗତସିଂପୁର, କୋରାପୁଟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଚଢ଼ାଉ ସମୟରେ ପୂଳା ପୂଳା ଟଙ୍କା ଓ କାଗଜପତ୍ର ଜବତ କରାଯାଇଛି। ଭିଜିଲାନ୍ସର ୬ଜଣ ଡିଏସପି ୭ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଏହି ଚଢ଼ାଉରେ ସାମିଲ ଅଛନ୍ତି। ନିରଞ୍ଜନ ଶତପଥିଙ୍କ ପୈତୃକ ଗ୍ରାମ ଜଗତସିଂହପୁର, ଭୁବନେଶ୍ବର ଝାରପଡା, କୋରାପୁଟ ଅନ୍ତର୍ଗତ ସେମିଲୁଗୁଡ଼ା ସରକାରୀ କ୍ୱାର୍ଟର ଏବଂ କାର୍ଯ୍ୟାଳୟରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe