କନକ ବ୍ୟୁରୋ:  ଚଢ଼ାଉ କରିବାକୁ ଯାଇ ହଟ୍ଟହଟ୍ଟା ଅବକାରୀ ଟିମ୍ । ଅବକାରୀ ଟିମକୁ ଚିକିଟି ଅଞ୍ଚଳ ଜରଡ଼ା ଗାଁରେ ଅଟକ ରଖିଲେ ଗ୍ରାମବାସୀ। ସୂଚନା ଅନୁସାରେ, ଜଙ୍ଗଲରେ ମଦ ରନ୍ଧା ହେଉଥିବା ଖବର ପାଇଥିଲା ଅବକାରୀ ବିଭାଗ । ଜଙ୍ଗଲରେ ଚଢ଼ାଉ ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ବିରୋଧ କରିଥିଲେ ଗ୍ରାମବାସୀ ।

Advertisment

ଅବକାରୀ ଟିମ କୁ ଅଟକ ରଖିଥିଲେ ଗ୍ରାମବାସୀ । ଗାଡ଼ି ଆଗରେ ଗଛ ପକାଇ ରାସ୍ତାରୋକ କରିଥିଲେ । ୧୦ରୁ ଊର୍ଦ୍ଧ୍ୱ ଗାଡ଼ିକୁ ଅଟକ ରଖାଯାଇଥିବା ସୂଚନା ମିଳିଛି ।  ବେଙ୍ଗେଇ ଗାଁର ଯୁବାସାହିର ଘଟଣା । ସପ୍ତାହେ ପୂର୍ବରୁ ଏଇଠି ଚଢ଼ାଉ ହୋଇଥିଲା । ଆଜି ପୁଣି ସମାନ ଗାଁରେ ଚଢ଼ାଉ ଯୋଗୁଁ ଉତ୍ତେଜନା ଦେଖିବାକୁ ମିଳିଛି। ତେବେ ପୁଲିସ, ମାଜିଷ୍ଟ୍ରେଟ ବୁଝାସୁଝା ପରେ ପଛକୁ ହଟିଛନ୍ତି ଗ୍ରାମବାସୀ । ସେପଟେ ଅବକାରୀ ଟିମ୍‌କୁ ଉଦ୍ଧାର କରିଛି ଜରଡ଼ା ପୁଲିସ ।