କନକବ୍ୟୁରୋ : ବଢ଼ିଲା ଆମ ଆଦମୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ସମସ୍ୟା । ଚଢ଼ାଉ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଆଜି ସୌରଭ ଭରଦ୍ୱାଜଙ୍କ ଘରେ ଚଢାଉ କରାଯାଇଥିବା ଜଣାଯାଇଛି । ତାଙ୍କ ଉପରେ ଦୁର୍ନୀତି କରିଥିବାର ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ହସ୍ପିଟାଲ ନିର୍ମାଣ ଦୁର୍ନୀତି ସହ ଜଡିତ। ହସ୍ପିଟାଲ ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଖବର ମିଳିବା ପରେ ଆଜି ଇଡି ତାଙ୍କ ଘରେ ଚଢ଼ଉ କରିଥିବା ସାମ୍ନାକୁ ଆସିଛି ।
ଇଡି ଟିମ୍ ସୌରଭ ଭରଦ୍ୱାଜଙ୍କ ସହ ଜଡିତ ୧୩ଟି ସ୍ଥାନରେ ଚଢାଉ କରିଥିବା ଜଣାଯାଇଛି । ହସ୍ପିଟାଲ ନିର୍ମାଣ ଦୁର୍ନୀତି ପ୍ରାୟ ୫୫୯୦ କୋଟି ଟଙ୍କାର। ୨୦୧୮-୧୯ ବର୍ଷରେ, ଦିଲ୍ଲୀ ସରକାର ୨୪ଟି ହସ୍ପିଟାଲ ନିର୍ମାଣ ପାଇଁ ୫୫୯୦ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ଆଇସିୟୁ ହସ୍ପିଟାଲ ୬ ମାସରେ ନିର୍ମାଣ ହେବାର ଥିଲା, କିନ୍ତୁ ୩ ବର୍ଷ ପରେ ମଧ୍ୟ କାମ ଅସମ୍ପୂର୍ଣ୍ଣ ରହିଲା ।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଅନେକରେ ଗୁରୁତର ଅନିୟମିତତାର ଅଭିଯୋଗ ଆସିଛି । ୮ ୦୦ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ, କେବଳ ୫୦% କାମ ସମାପ୍ତ ହୋଇଥିଲା। ଏଲଏନଜେପି ହସ୍ପିଟାଲର ଖର୍ଚ୍ଚ ୪୮୮ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୧୩୫ କୋଟି ଟଙ୍କା ହୋଇଥିଲା । ଏହା ସତ୍ତ୍ବେ କାମ ମଧ୍ୟ ମନ୍ଥର ଗତିରେ ଆଗେଇଥିଲା। ଅନେକ ସ୍ଥାନରେ ଅନୁମୋଦନ ବିନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଏଥିରେ ଠିକାଦାରଙ୍କ ଭୂମିକା ସନ୍ଦେହଜନକ ବୋଲି ଜଣାପଡିଥିଲା ।
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/08/26/21-2025-08-26-14-35-53.jpg)