କନକବ୍ୟୁରୋ :  ଘରେ ପତ୍ନୀ ସହ ଶୋଇଥିଲେ ଭେନଜୁଏଲା ରାଷ୍ଟ୍ରପତି ନିକୋଲାସ ମଦୁରୋ ।  ବେଡ ରୁମରୁ  ଉଠାଇ ନେଲା ଆମେରିକା। ଭେନଜୁଏଲା କାରାକାସ୍ର  ମିଲିଟାରୀ ବେସରେ କଡା ସୁରକ୍ଷା ବଳୟ ଭିତରେ ଏକ ଘରେ ରହିଥିବା ବେଳେ ଚଢାଇ କରିଥିଲେ ଆମେରିକାର ଫୋର୍ସ । ନିକୋଲାସ ମଦୁରୋଙ୍କ ସହ ତାଙ୍କ ପତ୍ନୀ ଙ୍କୁ ବେଡରୁମରୁ ଘୋଷାଡି ନେଇଥିବା ନେଇ ଆନ୍ତଜାତୀୟ ଗଣମାଧ୍ୟମ ସଂସ୍ଥା ସିଏନଏନ୍ ରିପୋର୍ଟ କରିଛି ।  ନିକୋଲାସ ମଦୁରୋଙ୍କୁ ଆମରିକାର ଏକ ଯୁଦ୍ଧବିମାନରେ ଅଣାଯାଇଥିବା ଫଟୋ ସେୟାର କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।  

Advertisment

ଅନନ୍ୟ ଜନନାୟକଙ୍କ ଜୟନ୍ତୀରେ ମଞ୍ଚରେ ଏକାଠି ହେଲେ ସବୁ ଦଳର ନେତା; ରାଜନୀତିରୁ ଉପରକୁ ଉଠି କଲେ ସ୍ମୃତି ଚାରଣ

ଭେନଜୁଏଲା ରାଷ୍ଟ୍ରପତି ନିକୋଲାସ ମଦୁରୋଙ୍କ ବିରୋଧରେ ଡ୍ରଗ୍ସ ଏବଂ ଆତଙ୍କବାଦୀ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।  ଭେନଜୁଏଲାର ବିଭିନ୍ନ ଠିକଣା ଉପରେ ବୋମାବର୍ଷଣ କରିଛି ଆମେରିକା ।  ଆମେରିକା ଭେନଜୁଏଲା ଉପରେ ଶାସନ କରିବ ବୋଲି କହିଛନ୍ତି ଟ୍ରମ୍ପ  ।  ଏହି ଅପରେସନ୍ ଆମେରିକାର ମିଲିଟାରୀ ଶକ୍ତିର ପ୍ରଦର୍ଶନ କରୁଛି ବୋଲି କହିଛନ୍ତି । 

ବିଶ୍ବ ଇତିହାସରରେ ପ୍ରଥମ ଥର କୌଣସି ଦେଶ ଉପରେ ନିଶା କାରବାର ଅଭିଯୋଗରେ ଆକ୍ରମଣ ହୋଇଛି ।  ଆମେରିକାର ଭେନଜୁଏଲା ଉପରେ ଏଭଳି ଆକ୍ରମଣକୁ ନେଇ ନିନ୍ଦା କରିଛନ୍ତି ଋଷ  ଓ ଚୀନ ।  ଘଟଣାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଉଠାଇବାକୁ ଦାବି କରିଛି ଋଷିଆର ବୈଦେଶିକ ମନ୍ତ୍ରଣାଳୟ ।  ଚୀନର ବୈଦେଶିକ ମନ୍ତ୍ରଳାୟ କହିଛି ଆମେରିକାର ଏଭଳି ଆକ୍ରମଣ ଆନ୍ତର୍ଜାତୀୟ ଆଇନର ଉଲ୍ଲଘଂନ କରୁଛି । ସ୍ବାଧୀନ ଦେଶ ଉପରେ ଫୋର୍ସ ପଠାଇ ଆକ୍ରମଣ କରିବା ନିନ୍ଦାଜନକ ।  ଏହାଦ୍ବାରା ଲାର୍ଟିନ ଆମେରିକା, କାରିବିଆନ୍ ଅଂଚଳରେ ଶାନ୍ତି ଓ ସୁରକ୍ଷା ଉପରେ ଭୟ ସୃଷ୍ଟି ହୋଇଛି । 

ଆମେରିକାର ଆକ୍ରମଣ ପରେ ଭାରତୀୟ ନାଗରିକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।  କୌଣସି କାମ ନ ଥିଲେ ଭେନଜୁଏଲା ନ ଯିବାକୁ ପରାମର୍ଶ ଦେଇଛି ଭାରତ ବୈଦେଶିକ ମନ୍ତ୍ରଣାଳୟ ।  ଯେଉଁମାନେ ଭେନଜୁଏଲାରେ ଅଛନ୍ତି ସେମାନଙ୍କ ସତର୍କ ରହିବାକୁ ପରାମର୍ଶ ଜାରି କରିଛି ଭାରତ ।  ସେଠାରେ ବୁଲାବୁଲି ନକରିବାକୁ ପରାମର୍ଶ ଦିଆଯାଇଛି ।  ଏବଂ ଭାରତର ଦୂତାବାସ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛି ବୈଦେଶିକ ମନ୍ତ୍ରଣାଳୟ ।  ଏଥିପାଇଁ ଉଭୟ ହ୍ବାଟସଆପ୍  ଏବଂ ଯୋଗଯୋଗ ନମ୍ବର ଜାରି କରିଛି ଭାରତ ।

ଶନିବାର ରାତିରେ ଆମେରିକା ରାଜଧାନୀ କାରାକାସ୍ ସମେତ ଭେନେଜୁଏଲାର ଚାରିଟି ସହରକୁ ଟାର୍ଗେଟ କରିଛି । କାରାକାସ୍ ବ୍ୟତୀତ ମିରାଣ୍ଡା, ଆରାଗୁଆ ଓ ଲାଗୁଏରାକୁ ଆକ୍ରମଣ କରାଯାଇଥିଲା। ଆମେରିକା ଏହି ଅଞ୍ଚଳରେ ଥିବା ସାମରିକ ପ୍ରତିଷ୍ଠାନ ଉପରେ ସାତୋଟି ଏୟାର ଷ୍ଟ୍ରାଇକ୍ କରିଥିଲା। ସ୍ଥାନୀୟ ସମୟ ରାତି ପ୍ରାୟ ୨ଟା ବେଳେ ପ୍ରଥମ ଆକ୍ରମଣ ହୋଇଥିଲା।

ଆମେରିକାର ଗଣମାଧ୍ୟମ ସଂସ୍ଥା ସିବିଏସ୍ ନ୍ୟୁଜ୍ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି  ଟ୍ରମ୍ପ୍ ଭେନେଜୁଏଲା  ଭିତରର ସାମରିକ ଘାଟି ଓ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭାଇରାଲ ଫଟୋରେ ମାଦୁରୋଙ୍କ ଧରାପଡ଼ିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।  ଗିରଫ ପରେ ତୁରନ୍ତ ମାଦୁରୋଙ୍କୁ ଏକ ଅଜଣା ସ୍ଥାନକୁ ନିଆଯାଇଥିଲା ଏବଂ ପରେ ଏକ ଯୁଦ୍ଧ ଜାହାଜକୁ ସ୍ଥାନାନ୍ତର କରାଯାଇଥିଲା ।  ଭେନେଜୁଏଲାର ମୁଖ୍ୟ ସାମରିକ ଦୁର୍ଗ ଫୋର୍ଟ ଟିଉନାରେ କାରାକାସ୍ ସହରର ପଶ୍ଚିମରେ ଥିବା ଲା କାର୍ଲୋଟା ସାମରିକ ଘାଟିରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ହିଗୁରୋଟ୍ ବିମାନବନ୍ଦରରେ ମଧ୍ୟ ଆକ୍ରମଣ ହୋଇଛି  ।

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ପଦରୁ ହଟାଇବା, ପ୍ରତିବନ୍ଧକ ବୃଦ୍ଧି କରିବା  ଏବଂ ଏହି ଅଞ୍ଚଳରେ ସାମରିକ ଉପସ୍ଥିତି ବୃଦ୍ଧି କରିବା ପାଇଁ ବାରମ୍ବାର ଧମକ ଦେଉଥିଲେ।  କାରିବିଆନ୍ ଓ ପ୍ରଶାନ୍ତ ମହାସାଗରରେ ଡ୍ରଗ୍ସ କାରବାର ଅଭିଯୋଗରେ ଦୁଇ ଡଜନରୁ ଅଧିକ ଜାହାଜକୁ ଟାର୍ଗେଟ୍ କରିବା ପାଇଁ ଭେନେଜୁଏଲାରେ ଗ୍ରାଉଣ୍ଡ ଅପରେସନ କରିବାକୁ ନିକଟରେ ଟ୍ରମ୍ପ ଘୋଷଣା କରିଥିଲେ। । ଅନ୍ୟପକ୍ଷରେ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଟ୍ରମ୍ପ ପ୍ରଶାସନର  ‘ସାମରିକ ଆକ୍ରମଣ’କୁ ନିନ୍ଦା କରିବା ସହ ଦେଶରେ ଜାତୀୟ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।  ଜାତିସଂଘ ଏଥିରେ ତୁରାନ୍ତ ହସ୍ତକ୍ଷେପ କରିବାକୁ ମଧ୍ୟ ଦାବି ହୋଇଛି ।