ବିଦ୍ୟାଳୟରେ ଭୁତ ଭୟ, ପିଏମଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ନିବାସରେ ଆତଙ୍କ

Advertisment

ପ୍ରଥମେ ଗୁଣିଆ ଡାକିଲେ ଓ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମେଡିକାଲ ନେଲେ ସ୍କୁଲ କର୍ତ୍ତୃପକ୍ଷ ।

ପ୍ରଥମେ ଗୁଣିଆ ଡାକିଲେ ଓ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମେଡିକାଲ ନେଲେ ସ୍କୁଲ କର୍ତ୍ତୃପକ୍ଷ ।

Ghost scare in school

Ghost scare in school Photograph: (KanakNews)

କନକ ବ୍ୟୁରୋ:  ବିଦ୍ୟାଳୟରେ ଭୁତ ଭୟ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ପିଏମଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସରେ ଭୁତ ଆତଙ୍କ I ଭୟରେ ବିଦ୍ୟାଳୟ ଛାଡ଼ୁଛନ୍ତି ଛାତ୍ର ଛାତ୍ରୀ I ଗତ ସୋମବାର ଭୁତ ଭୟରେ ୧୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତଙ୍କୁ ବିଳମ୍ବିତ ରାତିରେ ଚିକିତ୍ସା ପାଇଁ ମେଡିକାଲକୁ ଆଣିବା ପରେ ଘଟଣାଟି ଲୋକ ଲୋଚନକୁ ଆସିଛି I 

ବିଦ୍ୟାଳୟରେ ନାହିଁ ପାଣି; ଘରୁ ପାଣି ଆଣିଲେ ମେଣ୍ଟୁଛି ଶୋଷ

ଅସୁସ୍ଥ ଛାତ୍ରୀମାନଙ୍କୁ ମେଡିକାଲ ନେବା ବଦଳରେ ପ୍ରଥମେ ଗୁଣିଆ ଡାକି ଝଡ଼ାଫୁଙ୍କା କରାଯାଇଥିଲା । ଏହାପରେ ଛାତ୍ରୀମାନଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ମେଡିକାଲ ନେଇଥିବା ଭଳି ସାଙ୍ଘାତିକ ତଥ୍ୟ ସାମନାକୁ ଆସିଛି I ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନ୍ୟପଟେ ହଷ୍ଟେଲରେ ଭୁତ ଥିବା କେହି ଜଣେ କହିଥିବାରୁ ଛାତ୍ରୀମାନେ ଭୟରେ ଏମିତି ହେଉଛନ୍ତି ଓ ବର୍ତମାନ ସମସ୍ତେ ସୁସ୍ଥ ଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe