କନକ ବ୍ୟୁରୋ : ପୁଣି ଗାଜା – ହମାସ  ଅଶାନ୍ତ ହୋଇଛି । ଇସ୍ରାଏଲ୍ ଗାଜା-ହମାସଙ୍କ ଦୁଇଜଣ ବ୍ରିଗେଡ କମାଣ୍ଡରଙ୍କୁ ହତ୍ୟା କରିଛି । ଯାହା ପୁଣି ଏବେ ହମାସକୁ ଅଶାନ୍ତ କରିଦେଇଛି । ଇସ୍ରାଇଲ ହମାସ କମାଣ୍ଡର ମହମ୍ମଦ ଅଲ୍ ହାବିଲ୍ ଏବଂ ଇସଲାମିକ ଜିହାଦାର ଅଲ୍ଲୀ ରାଜିଆନାନା କୋକୋଙ୍କୁ ହତ୍ୟା କରାଯାଇଛି । ଯୁଦ୍ଧରେ ବିରତି ଘୋଷଣା ହୋଇଥିଲେ ମଧ୍ୟ  ଉଲ୍ଲଙ୍ଘନ କରାଯାଇଥିଲା । ନିୟମର ଉଲଙ୍ଘନ କରି ଏଭଳି ଚରମ ନିଷ୍ପତ୍ତି ନିଆଯାଇଛି । ଇସ୍ରାଇଲ୍ ପ୍ରତିରକ୍ଷା ବାହିନୀ ଓ ଇସ୍ରାଇଲ୍ ସୁରକ୍ଷା ସଂସ୍ଥା ଏକ ମିଳିତ ଷଡଯନ୍ତ୍ର ଆପଣେଇ କମାଣ୍ଡର ଦୁଇଜଣଙ୍କୁ ହତ୍ୟା କରିଛନ୍ତି । 

Advertisment

ଅଲ ହାବିଲ ବନ୍ଦୀ ଅବସ୍ଥାରେ ଥିବାବେଳେ ନିୟମ ଉଲଙ୍ଘନ କରି ତାଙ୍କୁ ଇସ୍ରାଇଲ୍ କର୍ପୋରାଲ୍ ନୋଆ ମାର୍ସିଆନୋଙ୍କୁ ଅତି ନିର୍ମମ ଭାବେ ହତ୍ୟା  ଅଭିଯୋଗ ଆସିଥିଲା । ରାଜିଆନା ଇସଲାମିକ ଜିହାଦର କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ । ଆଇଡିଏଫର ସୂଚନା ଅନୁସାରେ ଯୁଦ୍ଧ ବିରତି ଆକ୍ରମଣକୁ ଉଲଙ୍ଘନ କରିବା ପରେ ବିମାନ ଆକ୍ରମଣ କରାଯାଇଥିଲା । ୭ ଆକ୍ଟୋବରେ ନୋଆ ମାର୍ସିଆନୋଙ୍କୁ ଅପହରଣ କରାଯାଇଥିଲା । ତାପରେ ତାଙ୍କୁ ବନ୍ଦୀ କରାଯାଇଥିଲା । ବନ୍ଦୀ ଥିବାବେଳେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଖବର ପ୍ରସାରଣ ପରେ ଇସ୍ରାଇଲ୍ ସେନାଙ୍କ ମନରେ ବ୍ୟାପକ କ୍ରୋଧ ସୃଷ୍ଟି କରିଥିଲା ।

ଅଧିକ ପଢନ୍ତୁ : ୨୬୨ କୁମ୍ଭୀରଙ୍କୁ ମାରିଲା ଇସ୍ରାଏଲ୍ ସେନା ; ଜାଣନ୍ତୁ, କାରଣ...

ଇସ୍ରାଏଲ୍ ସେନା ଗଣମାଧ୍ୟମ ସମ୍ମୁଖରେ  କହିଛି ଯେ ମାର୍ସିଆନୋ ସେନାଙ୍କୁ ନ୍ୟାୟ ଦିଆଯାଇଛି  ଏବଂ ଯେଉଁମାନେ ବାକି ଅଛନ୍ତି ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ନ୍ୟାୟ ଦିଆଯିବ । ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦିଆଯିବ । ଇସ୍ରାଏଲ୍ ଆହୁରି ସ୍ପଷ୍ଟ କରିଛି ଯେ ଅସ୍ତ୍ର ବିରତି ଲଗାଯିବା ସତ୍ତ୍ବେ ବି ଏଭଳି ପଦକ୍ଷେପ ଅତି ନିଷ୍ଠୁର ମଣିଷର ପରିଚୟ ଦେଇଥାଏ । ରାଜୟାନା କେବଳ ଆତଙ୍କବାଦୀ ସଙ୍ଗଠନ ଏବଂ ପ୍ରତିରକ୍ଷା ଯୋଜନା ପାଇଁ ଦାୟୀ ନଥିଲେ ବରଂ ସେ ଉତ୍ତର ଗାଜାରେ ଆକ୍ରମଣ ଅଟକ ରଖିବାର ଯୋଜନାରେ ମଧ୍ୟ ସାମିଲ ଥିଲେ । ଆଇଡିଏଫର ସୂଚନା ଅନୁଯାୟୀ ଇସ୍ରାଏଲ୍ ଏବଂ ଏହାର ରାଜ୍ୟ ବିରୁଦ୍ଧରେ ଯେଉଁ ଆତଙ୍କବାଦୀମାନେ ଯୋଡି ହୋଇ ରହିଥିଲେ ସେମାନଙ୍କୁ ଟାର୍ଗେଟ୍ କରି ଏହି ବିମାନ ଆକ୍ରମଣ କରାଯାଇଥିଲା । ଯାହାକି ଏବେ ଇସ୍ରାଏଲର ମୁଣ୍ଡବାନ୍ଧାର କାରଣ ପାଲଟିଛି । ରାଜିଆନାଙ୍କୁ ହତ୍ୟା କରିବା ଘଟଣା ସାରା ଇସଲାମିକ ଜିହାଦଙ୍କ ପାଇଁ ବଡ ଘଟଣା କହିଲେ ଅତ୍ୟୁକ୍ତି ହେବନାହିଁ ।