କନକ ବ୍ୟୁରୋ: କୁମ୍ଭୀରଙ୍କୁ ହତ୍ୟା କଲା ଇସ୍ରାଏଲ୍ ସେନା । ଇସ୍ରାଏଲ୍ ସେନା ଅଧିକୃତ ଓ୍ୱେଷ୍ଟ ବ୍ୟାଙ୍କର ଅବୈଧ ବସତି ପେଟଜେଲ ନିକଟ ଏକ ଫାର୍ମରେ ୨୬୨ କୁମ୍ଭୀରକୁ ଇସ୍ରାଏଲ୍ ସେନା ହତ୍ୟା କରିଥିବା ଖବର ଆସିଛି । ତେବେ ରିପୋର୍ଟ ମୁତାବକ, ଇସ୍ରାଏଲ୍ ସେନା ଏକ ଘାଟି ପ୍ରସ୍ତୁତ କରିବା ସହ ଏହାରି ଭିତରେ କୁମ୍ଭୀରମାନଙ୍କ ଉପରକୁ ଆଖି ବୁଜା ଗୁଳିଚାଳନା କରିଥିଲା । ଯାହା ଫଳରେ ସେଠାରେ ୨୬୨ କୁମ୍ଭୀର ଆଖି ବୁଜିଥିଲେ ।
ଫାର୍ମ ଭିତରେ ମୋଟ ଉପରେ ୮୦୦ କୁମ୍ଭୀର ଥିଲେ । ତେଣୁ ପ୍ରଥମେ କୁମ୍ଭୀର ଥିବା ହ୍ରଦକୁ ଶୁଖାଯାଇଥିଲା । ଏହାପରେ କୁମ୍ଭୀରମାନଙ୍କ ଉପରକୁ ଗୁଳି ମରାଯିବା ସହିତ ଶହ ଶହ କୁମ୍ଭୀରଙ୍କୁ ଟ୍ରକରେ ଭର୍ତ୍ତି କରି ନିଆଯାଇଥିଲା । ତେବେ ଜାଣିରଖିବା ଉଚିତ ଯେ, ଏହି ଫାର୍ମଟି ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଥିଲା । ଆଉ କୁମ୍ଭୀରଙ୍କ ଚମଡ଼ା ବ୍ୟବସାୟ ମଧ୍ୟ କରୁଥିଲା ।
କୁମ୍ଭୀର ହତ୍ୟା ପଛର କାରଣ ?
ଇସ୍ରାଏଲ୍ ସେନାର କହିବା କଥା, କୁମ୍ଭୀରଗୁଡ଼ିକ ସାଧାରଣ ଲୋକଙ୍କ ପାଇଁ ବିପଦ ଥିଲେ । ଯେହେତୁ କି, ଫାର୍ମଟିର ସଠିକ୍ ରକ୍ଷଣାବେକ୍ଷଣ କରାଯାଉନଥିଲା । ତେବେ ଏହି ଫାର୍ମଟି ୧୯୯୦ ଦଶକରେ ତିଆରି ହୋଇଥିଲା ବୋଲି ଜଣାପଡ଼ିଛି ।
ରିପୋର୍ଟ ମୁତାବକ ଏହି ଫାର୍ମର ମାଲିକ ବିଟାନ୍ ଏହି ଅଞ୍ଚଳକୁ ସୁରକ୍ଷିତ ରଖିବାକୁ ମନା କରିଦେଇଥିଲେ, ଯାହାକୁ ସୁରକ୍ଷା ଅଧିକାରୀମାନେ ନିକଟସ୍ଥ ଜନବସତି ପାଇଁ ଏକ ଗମ୍ଭୀର ବିପଦ ବୋଲି କହିଥିଲେ । ଏହାସହ ବିଟାନ୍ ଟଙ୍କା ପାଇଁ କୁମ୍ଭୀରଙ୍କୁ ହତ୍ୟା କରୁଥିଲେ। ଏହାପରେ ଯେତେବେଳେ ଆଇନ ପରିବର୍ତ୍ତନ ହେଲା ସେତେବେଳେ ଶହ ଶହ କୁମ୍ଭୀର ତାଙ୍କ ପାଖରେ ରହିଯାଇଥିଲେ । ଯାହାଫଳରେ ସେ ଏହାର ଉତ୍ତମ ରକ୍ଷଣାବେକ୍ଷଣା କରୁନଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/08/12/israel-crocodiles-2025-08-12-12-09-38.webp)