କନକ ବ୍ୟୁରୋ : ସହରରୁ ଗୋରୁ ହଟେଇବାକୁ ନିର୍ମାଣ ହେଲା ଗୋଶାଳା। ହେଲେ ଉଦଘାଟନ ପରଠୁ ଗୋଶାଳା ଗେଟରୁ ତାଲା ଫିଟୁନି । ସହର ଭିତରେ ଗୋରୁପଲ ହାଉ ଯାଉ ହେଉଥିଲା ବେଳେ ସ୍ଥିତି ସୁଧୁରିବାର ନାଁ ଧରୁନି । 

Advertisment

ଅମଳ ଆଗରୁ ଉଜୁଡ଼ିଗଲା ଫସଲ; ଭାଙ୍ଗିଗଲା ଚାଷୀର ସ୍ବପ୍ନ

ସହର ସାରା ମାଳ ମାଳ ଗୋରୁ ପଲ । ଯୁଆଡ଼େ ଚାହିଁବ ଏଣେ ତେଣେ ବୁଲୁଛନ୍ତି ଗାଇଗୋରୁ । ଏ ଚିତ୍ର ବ୍ରହ୍ମପୁର ସହରର। ହୁଗୁଳାପଟା ଠାରେ ମହାନଗର ନିଗମ ପକ୍ଷରୁ ଅଧ କୋଟିରୁ ଅଧିକ ଟଙ୍କାରେ ଗୋଶାଳା ନିର୍ମାଣ ହୋଇଛି ।  ଚାରଣ ଭୂମିଠାରୁ ଭେଟେନାରୀ ଡାକ୍ତର ଯାଏଁ ଏଠାରେ ସବୁ ସୁବିଧା ଅଛି, ତଥାପି ଚୁକ୍ତି ସ୍ଵାକ୍ଷର କରୁନି କାମ ପାଇଥିବା ସଂସ୍ଥା। ଦୀର୍ଘ ୩ ମାସ ତଳୁ ଏହା ଉଦଘାଟନ ହୋଇଥିଲେ ବି ଏଜେନ୍ସିର ମନମାନି ଯୋଗୁଁ ଗୋଶାଳା ଫାଟକ ଖୋଲି ପାରୁନି ।

ଯାଜପୁର ଜିଲ୍ଲାରେ ଅସୁସ୍ଥ ସ୍ବାସ୍ଥ୍ୟସେବା ; ମୁଖ୍ୟ ଚିକିତ୍ସାଳୟରେ ଫାଙ୍କା ପଡ଼ିଛି ୮୩ ଡାକ୍ତର ପଦବୀ

 ଗାଁରେ କମୁଛି, ସହରରେ ବଢୁଛି ଗୋରୁଙ୍କ ସଂଖ୍ୟା। ରାତି ପାହିଲେ ବ୍ରହ୍ମପୁରରେ  ହଜାର ହଜାର ଲୋକଙ୍କ ଭିଡ଼ ଲାଗେ । ହେଲେ ସହରର ମୁଖ୍ୟ ଛକମାନଙ୍କରେ ଗୋରୁପଲଙ୍କ ଭିଡ଼ ଅସମ୍ଭାଳ । ସେପଟେ ଗୋସାଣି ନୂଆ ଗାଁରେ ପୁଣି  ଏକ ଗୋଶାଳା ତିଆରି ହେବାକୁ ଯାଇଛି ।

ରାଜରାସ୍ତାରେ ସଂସ୍କୃତ ଶିକ୍ଷକ ଆଶାୟୀଙ୍କ ବିକ୍ଷୋଭ

 ବଡ଼ ସହର, ବଡ଼ ସମସ୍ୟା । ସଡ଼କ ଦୁର୍ଘଟଣାରେ ବ୍ରହ୍ମପୁର ଦେଶରେ ରେକର୍ଡ କଲାଣି । ଏଭଳି ସ୍ଥିତିରେ ଗୋଶାଳା ଚାଲୁ ହେବା ଜରୁରି ହେଲାଣି।