କନକ ବ୍ୟୁରୋ : କାନ୍ଦିଲେ, ଗର୍ଜିଲେ, ଆଣ୍ଠୁମାଡ଼ି କାନ ଧରିଲେ । ମେରିଟ୍ ଲିଷ୍ଟ ପାଇଁ ରାଜଧାନୀର ଓଏସଏସସି ଅଫିସ ସମ୍ମୁଖରେ ଧାରଣା ଦେଲେ ଶହଶହ ପରୀକ୍ଷାର୍ଥୀ । ଗତ ମେ’ ୧୭ ତାରିଖରେ ୭୨୯ LTR ସଂସ୍କୃତ ଶିକ୍ଷକ ପଦବୀ ପାଇଁ ୫୦୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ହେଲେ ଏଯାଏଁ ଏମାନଙ୍କ ମେରିଟ୍ ଲିଷ୍ଟ୍ ବାହାରିନଥିବାରୁ ବିକ୍ଷୋଭ କରିଛନ୍ତି ପରୀକ୍ଷାର୍ଥୀ ।
ଅଧିକ ପଢ଼ନ୍ତୁ--ନୂଆପଡା ଉପନିର୍ବାଚନ ପାଇଁ ହାଇଭୋଲଟେଜ ପ୍ରଚାର, ଆଜି ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ବଡ଼କଥା ହେଉଛି ଏହି ସଂସ୍କୃତ ଶିକ୍ଷକ ପରୀକ୍ଷାର୍ଥୀଙ୍କ ସହ ଏକା ସଙ୍ଗେ ବିଜ୍ଞାନ ଶିକ୍ଷକ ପଦବୀ ପାଇଁ ବି ପରୀକ୍ଷା ହୋଇଥିଲା । ଆଉ ବିଜ୍ଞାନ ଶିକ୍ଷକଙ୍କ ରେଜଲ୍ଟ ବାହାରି ଡକ୍ୟୁମେଣ୍ଟ ଭେରିଫିକେସନ୍ ସରିଲାଣି । ଏପରିକି ଆସନ୍ତା ୧୫ ତାରିଖରେ ନିଯୁକ୍ତି ଦେବାକୁ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ହେଲେ ସଂସ୍କୃତ ଶିକ୍ଷକଙ୍କ ପଦବୀ ପାଇଁ ଡକ୍ୟୁମେଣ୍ଟ ଭେରିଫିକେସନ୍ ସରିଥିଲେ ବି ଏପର୍ଯ୍ୟନ୍ତ ରେଜଲ୍ଟ ବାହାରି ପାରୁନି । ଯାହାକୁ ନେଇ ଓଏସଏସସି କାର୍ଯ୍ୟାଳୟ ଘେରାଉ କରିଛନ୍ତି ଆଶାୟୀ । ଏପଟେ ତୁରନ୍ତ ରେଜଲ୍ଟ ବାହାର କରି ନିଯୁକ୍ତି ଦିଅନ୍ତୁ ସରକାର, ନହେଲେ ସାମୂହିକ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ପରୀକ୍ଷାର୍ଥୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/06/teacher-protest-2025-11-06-16-53-50.jpg)