କନକ ବ୍ୟୁରୋ : ଧାନ ଅମଳ ବେଳକୁ ଚାଷୀ ମୁଣ୍ଡରେ ଚିନ୍ତା । ଅଜଣା ରୋଗ ଗ୍ରାସି କଳା ପଡ଼ିଗଲାଣି ଧାନ କେଣ୍ଡା । ଫଳରେ ନଷ୍ଟ ହୋଇଯାଇଛି ଏକର ଏକର ଫସଲ । କୃଷି ବିଭାଗ କହୁଛି, ନେକ୍ ବ୍ଲାଷ୍ଚ୍ ରୋଗ ପୋକ ପାଇଁ ନଷ୍ଟ ହୋଇଛି ଫସଲ ।
ଆଉ ଦିନ କେଇଟାରେ ଅମଳ ହୋଇଥାନ୍ତା ଫସଲ । ଚାଷୀର ସ୍ବପ୍ନକୁ ଚୁରମାର କରିଦେଲା ଅଜଣା ରୋଗ ପୋକ । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ତେଲିଯୋର ଗାଁର ଏକର ଏକର ଧାନ କ୍ଷେତ ଏବେ ଅଜଣା ରୋଗ ପୋକ କବଜାରେ । ଧାନ କେଣ୍ଡା ସବୁ କଳା ହୋଇ ଫସଲ ନଷ୍ଟ ହୋଇଯାଇଛି । ବାରମ୍ବାର କୃଷି ବିଭାଗକୁ ଏନେଇ ଜଣାଯାଇଛି । ହେଲେ ଏବେ ସୁଦ୍ଧା ବିଭାଗ ଘଟଣାସ୍ଥଳକୁ ଯାଇନି କି ଅନୁଧ୍ୟାନ କରିନି ସ୍ଥିତି ।
ଅଧିକ ପଢ଼ନ୍ତୁ--ଦିନ ୧୨ଟା ବାଜିଲାଣି, ଏହି ଜାଗାରେ ପଡ଼ିନି ଗୋଟିଏ ବି ଭୋଟ୍ ; ଜାଣନ୍ତୁ, କାରଣ...
ଚାଷୀଙ୍କ ମତରେ ଜଳବାୟୁ ପରିବର୍ତ୍ତନ ପାଇଁ ଧାନରେ ନୂଆ ରୋଗ ପୋକ ଲାଗିଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହୁଛନ୍ତି, ନେକ୍ ବ୍ଲାଷ୍ଟ ରୋଗ ପାଇଁ ଫସଲ ନଷ୍ଟ ହୋଇଛି । ଖୁବଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦିଆଯିବ । ଋଣ, ହାତ ଉଧାରି କରି ଚାଷ କରିଥିବା ଚାଷୀ ଏବେ କ’ଣ କରିବ ତାକୁ ନେଇ ଚିନ୍ତାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/06/farmer-2025-11-06-17-55-12.jpg)