କନକ ବ୍ୟୁରୋ:  ବିକ୍ରି ହେଉଛି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ । ସରକାରୀ ସ୍ତରରେ ଦଲିଲ କରି ଜଙ୍ଗଲ ଓ ସମୁଦ୍ରକୁ ରାଜ୍ୟ ବାହାର କମ୍ପାନୀ ହାତରେ ଟେକି ଦିଆଯିବା ଖବର କନକ ନ୍ୟୁଜରେ ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ଏହା କିପରି ସମ୍ଭବ ହେଲା ତାହାକୁ ନେଇ ସରକାରୀ ସ୍ତରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲତାଡ ଆରମ୍ଭ ହୋଇଛି । ସାମୁଦ୍ରିକ ଅଭୟାରଣ୍ୟ ଭାବେ ଗହୀରମଥା ଘୋଷଣା ହେବାର ୨୮ ବର୍ଷ ପରେ ବି ଗହୀରମଥାର ଜମିବାଡି କିଣାବିକା ହେବା ପଛର କାରଣ ଖୋଜୁ ଖୋଜୁ ଯେଉଁ ତଥ୍ୟ ହାତରେ ଲାଗିଛି ତାହା ସବୁ ମହଲକୁ ଆଶ୍ଚର୍ଯ୍ୟ ଚକିତ କରିଛି ।

Advertisment

ଆଜିଠୁ ମିଶନ୍ ଅଲିଭ ରିଡ୍‌ଲେ : ୭ ମାସ ପାଇଁ ପାରାଦୀପ ସମୁଦ୍ର ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଲାଗିଲା କଟକଣା

କେବଳ ବାହାର ରାଜ୍ୟର କମ୍ପାନୀ ନୁହେଁ ରାଜନଗର ବ୍ଲକର ଏକମାତ୍ର ସ୍ୱୟଂ ସମ୍ପୂର୍ଣ ମହାବିଦ୍ୟାଳୟ ମଧ୍ୟ ସମୁଦ୍ରକୁ କିଣି ନେଇଛି । ସରକାରୀ ମାନ୍ୟତା ପ୍ରାପ୍ତ ମହାବିଦ୍ୟାଳୟ  ୪ ଏକର ୫୪ ଡେସମିଲ ବଙ୍ଗୋପସାଗର ସମୁଦ୍ରକୁ କିଣିବା ଘଟଣା ସରକାରୀ ତଥ୍ୟରୁ ଜଣାପଡିଛି। ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ପାଠ ପଢାଉଥିବା ମହାବିଦ୍ୟାଳୟ ଜୈବ ବିବିଧତାରେ ପରିପୂର୍ଣ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଥିବା ସମୁଦ୍ରକୁ କିଣିନେବା ଘଟଣା ଆଲୋଡନ ସୃଷ୍ଟି କରିଛି । ରାଜନଗର ବ୍ଲକର ମହିଂଶାସୁର ଠାରେ ରହିଛି ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ । ରାଜନଗର ବ୍ଲକର ଏହା  ଏକମାତ୍ର ସ୍ୱୟଂ ସମ୍ପୂର୍ଣ ମହାବିଦ୍ୟାଳୟ । ମହାବିଦ୍ୟାଳୟ ପକ୍ଷରୁ ବଙ୍ଗୋପସାଗର ସମୁଦ୍ରକୁ କିଣାଯାଇଛି। ଏ ସମସ୍ତ ଘଟଣାର ତଦନ୍ତ କରାଯାଇ ସରକାରୀ ପ୍ରକ୍ରିୟାରେ ସମସ୍ତ ପଟ୍ଟା ଗୁଡିକୁ ସରକାରୀ ଖାତାକୁ ଫେରାଇ ଅଣାଯିବା ନେଇ କହିଛନ୍ତି ରାଜନଗର ତହସିଲଦାର ।