ମୁଖ୍ୟମନ୍ତ୍ରୀ ଟଙ୍କା ଦେଇଥିଲେ; ପୋଷାକ ବାଣ୍ଟି ପାରିଲାନି ଗଣଶିକ୍ଷା ବିଭାଗ

Advertisment

ଗଣଶିକ୍ଷାମନ୍ତ୍ରୀଙ୍କ ଏହି ଚେତାବନୀକୁ ୨୪ଘଣ୍ଟା ବିତିଲାଣି । କିନ୍ତୁ ଫଳ ଶୂନ । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଚୁପ୍ ବସି ଯାଇଛନ୍ତି ମନ୍ତ୍ରୀ । ପୋଷାକ ବଣ୍ଟାରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାଙ୍କୁ ମନ୍ତ୍ରୀଙ୍କ ହାତ ଯାଇନି । ଅପବାଦ ମୁଣ୍ଡାଉଛନ୍ତି ସରକାର ।

ଗଣଶିକ୍ଷାମନ୍ତ୍ରୀଙ୍କ ଏହି ଚେତାବନୀକୁ ୨୪ଘଣ୍ଟା ବିତିଲାଣି । କିନ୍ତୁ ଫଳ ଶୂନ । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଚୁପ୍ ବସି ଯାଇଛନ୍ତି ମନ୍ତ୍ରୀ । ପୋଷାକ ବଣ୍ଟାରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାଙ୍କୁ ମନ୍ତ୍ରୀଙ୍କ ହାତ ଯାଇନି । ଅପବାଦ ମୁଣ୍ଡାଉଛନ୍ତି ସରକାର ।

Uniforms

Uniforms Photograph: (Kanak News)

କନକ ବ୍ୟୁରୋ : ସ୍କୁଲ ପିଲାଙ୍କୁ ପୋଷାକ ବାଣ୍ଟିବା ପାଇଁ ବର୍ଷକ ତଳୁ ଟଙ୍କା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହା ଭିତରେ ବର୍ଷ ଶେଷ ହେବାକୁ ବସିଲାଣି । କିନ୍ତୁ ବିଡମ୍ବନାର ବିଷୟ ମୁଖ୍ୟମନ୍ତ୍ରୀ ଟଙ୍କା ଦେଇଥିଲେ ବି ବହୁ ପିଲାଙ୍କୁ ଆଜି ପର୍ଯ୍ୟନ୍ତ ପୋଷାକ ମିଳିଲାନି । ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବି ଏଥିପାଇଁ କାହାକୁ ଉତ୍ତରଦାୟୀ କରୁନାହାନ୍ତି । ଯାହାକୁ ନେଇ ମୋହନ ସରକାରଙ୍କ ମୁଣ୍ଡରେ ଲାଗିଛି ଅପବାଦ ।

ଗଣଶିକ୍ଷାମନ୍ତ୍ରୀଙ୍କ ଏହି ଚେତାବନୀକୁ ୨୪ଘଣ୍ଟା ବିତିଲାଣି । କିନ୍ତୁ ଫଳ ଶୂନ । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଚୁପ୍ ବସି ଯାଇଛନ୍ତି ମନ୍ତ୍ରୀ । ପୋଷାକ ବଣ୍ଟାରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାଙ୍କୁ ମନ୍ତ୍ରୀଙ୍କ ହାତ ଯାଇନି । ଅପବାଦ ମୁଣ୍ଡାଉଛନ୍ତି ସରକାର । ସେପଟେ କେନ୍ଦ୍ରାପଡା ଜିଲ୍ଲାର ବହୁ ପିଲାଙ୍କୁ ଆଜି ବି ପୋଷାକ ମିଳିନି । ଏଥିପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ଭେଣ୍ଡର ଚୟନ ବିଳମ୍ବକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ ଓ ଅବିଭାବକ ।

ଅଧିକ ପଢ଼ନ୍ତୁ : ବାଟବଣା ସ୍କୁଲ ପିଲାଙ୍କ ପୋଷାକ ବଣ୍ଟନ, କାଲି ସୁଦ୍ଧା ପୋଷାକ ବଣ୍ଟନର ରିପୋର୍ଟ ଦେବାକୁ ଡିଇଓଙ୍କୁ ଚିଠି ଲେଖିଛି ଓସେପା

ପୋଷାକ ବାଣ୍ଟିବା ପାଇଁ ସରକାର ମୁଖ୍ୟମନ୍ତ୍ରୀ ବଜେଟରେ ବ୍ୟବସ୍ଥା କରିଥିଲେ । ଟଙ୍କା ବି ଦିଆଯାଇଥିଲା। ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଗଣଶିକ୍ଷା ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଏହା ସଫଳ ହୋଇପାରିଲା ନାହିଁ । ଅନ୍ୟପଟେ ଏକାଧିକ ବିଭାଗକୁ ମାଡି ବସିଥିବା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବି ଏତେ ବଡ ତ୍ରୁଟି ପାଇଁ କୌଣସି ଅଧିକାରୀଙ୍କୁ ଏପର୍ଯ୍ୟନ୍ତ ଉତ୍ତରଦାୟୀ ନକରିବା ସନ୍ଦେହକୁ ବଢ଼ାଇଛି ।

କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତରବରିଆ ଭାବେ ବହୁ ଜିଲ୍ଲାରେ ପୋଷାକ ବଣ୍ଟାନ କରାଯାଇଛି । ହେଲେ, ଆଉ କେତେକ ଜିଲ୍ଲା ଶିକ୍ଷା ଅଧିକାରୀ ସରକାରଙ୍କ ନିର୍ଦ୍ଦେଶକୁ ଫୁରେ ଉଡାଇ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe