କନକ ବ୍ୟୁରୋ: ବାଟବଣା ସ୍କୁଲ ପିଲାଙ୍କ ପୋଷାକ ବଣ୍ଟନ । ଚଳିତ ଶିକ୍ଷାବର୍ଷ ଶେଷ ହେବାକୁ ବସିଲାଣି, କିନ୍ତୁ ପିଲାଙ୍କୁ ୟୁନିଫର୍ମ ମିଳିଲାନି । ବାରମ୍ବାର ଖବର ବାଜିବା ପରେ ବିଭାଗର ନିଦ ଭାଂଗିଛି। କାଲି ସୁଦ୍ଧା ପୋଷାକ ବଣ୍ଟନର ରିପୋର୍ଟ ଦେବାକୁ ଡିଇଓଙ୍କୁ ଚିଠି ଲେଖିଛି ଓସେପା । ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ।
ଅଧିକ ପଢନ୍ତୁ: ପରିଚାଳନା କଳି ! ପିଲାଙ୍କୁ ଅବହେଳା, କାହା ଭୁଲ ପାଇଁ ଆଜି ପର୍ଯ୍ୟନ୍ତ ପିଲାଙ୍କୁ ମିଳିନି ପୋଷାକ ?
ସ୍କୁଲ ପିଲାଙ୍କ ମାଗଣା ପୋଷାକ ଏମିତି ବାଟବଣା ହୋଇଛି ଯେ ସ୍କୁଲ ହତାକୁ ଆସିପାରୁନି। କନକ ନ୍ୟୁଜରେ ବାରମ୍ୱାର ଖବର ପ୍ରସାରଣ ସତ୍ୱେ ସବୁ ପିଲାଙ୍କୁ ୟୁନିଫର୍ମ ସିନା ମିଳିନି, ଓସେପାର ନିଦ କିନ୍ତୁ ଭାଙ୍ଗିଛି। ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଜରୁରୀ ଚିଠି ଲେଖିଛି। ଜିଲ୍ଲାର ସବୁ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶତ ପ୍ରତିଶତ ପୋଷାକ ବଣ୍ଟନ ହୋଇଛି ନା ନାହିଁ ତାହାର ରିପୋର୍ଟ ମଗାଯାଇଛି। ଏନେଇ କାଲି ସୁଦ୍ଧା ବଣ୍ଟନର ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓସେପାର ଚିଠିକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି ସାଂଘାତିକ ଅଭିଯୋଗ। କେନ୍ଦ୍ରାପଡ଼ା ବ୍ଲକ ଓ ପୌରାଞ୍ଚଳରେ ୭୫ପ୍ରତିଶତ ଛାତ୍ରଛାତ୍ରୀ ୟୁନିଫର୍ମ ପାଇନାହାନ୍ତି। ଜିଲ୍ଲାର ୨୫ପ୍ରତିଶତ ପିଲାଙ୍କୁ ପୋଷାକ ମିଳିନି। ଅବିଭାବକଙ୍କ ଅଭିଯୋଗ ଭେଣ୍ଡରକୁ ବରାଦ ଦେଇ ଏବେ ଟଙ୍କା ଚଳୁ କରିବାକୁ ଚକ୍ରାନ୍ତ ଚାଲିଛି ।
ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ଶିକ୍ଷା ବର୍ଷ ଆରମ୍ଭରୁ ଠିକ ସମୟରେ ପୋଷାକ ବଣ୍ଟନ ପାଇଁ ବ୍ୟବସ୍ଥା ହୋଇଥିଲା। କିନ୍ତୁ କିଛି ଜାଗାରେ ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳା ପାଇଁ ପୋଷାକ ପାଇବାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ। ବାର୍ଷିକ ପରୀକ୍ଷା ଏବେ ମୁଣ୍ଡ ଉପରେ ଥିବାବେଳେ ଏପର୍ଯ୍ୟନ୍ତ ୟୁନିଫର୍ମ ପହଁଚି ପାରୁନି। ଜିଲ୍ଲା ଶିକ୍ଷା ଅଧିକାରୀ ଓ ଏସଏଚଜିଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଅନିୟିମିତତା ସାମନାକୁ ଆସିଛି। ତେବେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଶୁଣନ୍ତୁ କଣ କହୁଛନ୍ତି ମନ୍ତ୍ରୀ । ଏବେ ଓସେପା ପକ୍ଷରୁ ନିର୍ଦ୍ଦେଶ ପରେ ପ୍ରମାଣପତ୍ର ପ୍ରସ୍ତୁତ ପାଇଁ କିଛି ଡିଇଓ ପ୍ରଧାନ ଶିକ୍ଷକଙ୍କ ଉପରେ ଚାପ ପକାଉଥିବା ଖବର ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/06/school-2026-02-06-21-01-12.jpg)