ବିହାରରୁ ବ୍ରହ୍ମପୁର, ଭାୟା ଭୁବନେଶ୍ବର;ଏମିତି ଚାଲିଛି ବେଆଇନ ବନ୍ଧୁକ କାରବାର

Advertisment

ବିହାରରୁ ବନ୍ଧୁକ ଆଣି ଡିଲିଭରି ପାଇଁ ବ୍ରହ୍ମପୁର ଯିବା ବେଳେ ୨ ଅଭିଯୁକ୍ତଙ୍କୁ ମାଡ଼ିବସିଛି କମିସନରେଟ ପୁଲିସର ସ୍ପେସାଲ୍ କ୍ରାଇମ୍ ୟୁନିଟ୍ । ବନ୍ଧୁକ ଡିଲ୍‌ର ଚେର କେଉଁ ଯାଏଁ ଲମ୍ବିଛି ତାର ଖୋଳତାଡ଼ ଲାଗି ରାଜ୍ୟ ବାହାରକୁ ଯିବ ପୁଲିସ । ଯାହାର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସର ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ।

ବିହାରରୁ ବନ୍ଧୁକ ଆଣି ଡିଲିଭରି ପାଇଁ ବ୍ରହ୍ମପୁର ଯିବା ବେଳେ ୨ ଅଭିଯୁକ୍ତଙ୍କୁ ମାଡ଼ିବସିଛି କମିସନରେଟ ପୁଲିସର ସ୍ପେସାଲ୍ କ୍ରାଇମ୍ ୟୁନିଟ୍ । ବନ୍ଧୁକ ଡିଲ୍‌ର ଚେର କେଉଁ ଯାଏଁ ଲମ୍ବିଛି ତାର ଖୋଳତାଡ଼ ଲାଗି ରାଜ୍ୟ ବାହାରକୁ ଯିବ ପୁଲିସ । ଯାହାର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସର ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ।

Crime in bbsr

Crime in bbsr Photograph: (kanak news)

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ବରରୁ ପୁଣି ଜବତ ହେଲା ବେଆଇନ ବନ୍ଧୁକ ଏବଂ କାର୍‌ବାଇନ୍‌ । ବିହାରରୁ ବନ୍ଧୁକ ଆଣି ଡିଲିଭରି ପାଇଁ ବ୍ରହ୍ମପୁର ଯିବା ବେଳେ ୨ ଅଭିଯୁକ୍ତଙ୍କୁ ମାଡ଼ିବସିଛି କମିସନରେଟ ପୁଲିସର ସ୍ପେସାଲ୍ କ୍ରାଇମ୍ ୟୁନିଟ୍ । ବନ୍ଧୁକ ଡିଲ୍‌ର ଚେର କେଉଁ ଯାଏଁ ଲମ୍ବିଛି ତାର ଖୋଳତାଡ଼ ଲାଗି ରାଜ୍ୟ ବାହାରକୁ ଯିବ ପୁଲିସ । ଯାହାର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସର ସ୍ପେସାଲ୍ କ୍ରାଇମ୍ ୟୁନିଟ୍ । ଗୋଡ଼ାଇ ଗୋଡାଇ ଭୁବନେଶ୍ବର ଖଣ୍ଡଗିରି ନିକଟରୁ ୨ ଅଭିଯୁକ୍ତଙ୍କୁ ଧରିଛି ପୁଲିସ । ଅଭିଯୁକ୍ତଙ୍କ ଠାରୁ ୧୦ଟି ମାଉଜର, ଗୋଟିଏ କାର୍‌ବାଇନ୍, ୩୧ ରାଉଣ୍ଡ ଜୀବନ୍ତ ଗୁଳି ଏବଂ ଗୋଟିଏ ଚାରି ଚକିଆ ଗାଡ଼ି ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳର ସୁମନ୍ତ ନାୟକ ଓ ଢ଼େଙ୍କାନାଳର ସୌଭାଗ୍ୟ ନାୟକ । ସୁମନ୍ତ ନାଁରେ ପୂର୍ବରୁ ୬ଟି ମାମଲା ଥିବାବେଳେ ସୌଭାଗ୍ୟ ନାଁରେ ୪ଟି ମାମଲା ରହିଛି । ଦୁଇ ଅଭିଯୁକ୍ତଙ୍କୁ କମିସନରେଟ ପୁଲିସ କାର୍ଯ୍ୟାଳୟରେ ଝାଳବୁହା ଜେରା ପରେ କୋର୍ଟ ଚାଲାଣ କରାଯାଇଛି । 

୨ ଅଭିଯୁକ୍ତଙ୍କ ବିହାର ଲିଙ୍କ୍‌ ନେଇ ଚାଲିଛି ଖୋଳତାଡ଼ । ଏମାନେ ୧୦ଟି ବନ୍ଧୁକ ଡେଲିଭରି ପାଇଁ ବିହାରରୁ ବ୍ରହ୍ମପୁର ଯାଉଥିଲେ । ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ରାଜ୍ୟ ବାହାରକୁ ଯିବ କମିସନରେଟ ପୁଲିସ । ଗତ ନଭେମ୍ବର ୧୫ ତାରିଖରେ ମଧ୍ୟ ରାଜଧାନୀରୁ ଜବତ ହୋଇଥିଲା ୫ଟି ମାଉଜର ଏବଂ ଗୋଟିଏ କାର୍‌ବାଇନ୍ । ମାମଲାରେ ୨ ବିହାରୀ ସପ୍ଲାୟରଙ୍କୁ ବି ଗିରଫ କରାଯାଇଥିଲା । ଏହାର ୨୦ ଦିନ ଭିତରେ ରାଜଧାନୀରୁ ପୁଣି ବନ୍ଧୁକ ଏବଂ କାର୍‌ବାଇନ୍ ଜବତ ହେବା ଆଇନ କାନୁନ ବ୍ୟବସ୍ଥା ଉପରେ ଉଠାଇଛି ପ୍ରଶ୍ନ । 

ଅଧିକ ପଢ଼ନ୍ତୁ--ବାପା ସିଆର୍‌ପିଏଫ୍‌ ଯବାନ, ପୁଅ ଆତଙ୍କବାଦୀ: ଧରା ପଡ଼ିଲା ୧୯ ବର୍ଷୀୟ ଆତଙ୍କବାଦୀ ସାଜିଦ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe