କନକ ବ୍ୟୁରୋ: ଜମ୍ମୁକୁ ଦୋହଲାଇଦେବା ଭଳି ଏକ ବଡ଼ ଆତଙ୍କବାଦୀ ଷଡ଼୍ଯନ୍ତ୍ରକୁ ପଣ୍ଡ କରିଛି ପୁଲିସ । ରିୟାସି ଜିଲ୍ଲାର ୧୯ ବର୍ଷୀୟ ମହମ୍ମଦ ସାଜିଦ୍କୁ ଏହି ମାମଲାରେ ଗିରଫ କରାଯାଇଛି । ସାଜିଦ୍ ମୋବାଇଲ୍ ଫୋନ୍ ଜରିଆରେ ପାକିସ୍ତାନ ଓ ଅନ୍ୟ ଦେଶରେ ଥିବା ଆତଙ୍କବାଦୀଙ୍କଠାରୁ ନିର୍ଦ୍ଦେଶ ପାଉଥିଲା । ସୁଜୱାନ୍ରେ ଚେକିଂ ବେଳେ ସେ ଧରାପଡ଼ିଛି । ତାକୁ ୬ ଦିନିଆ ରିମାଣ୍ଡରେ ନେଇଛି ପୁଲିସ । ସୂଚନା ଅନୁଯାୟୀ, ବହୁ ଯୁବକଙ୍କୁ ସାଜିଦ୍ ଅନଲାଇନ୍ ଜରିଆରେ ଟ୍ରେନିଂ ଦେଉଥିଲା । ସେମାନଙ୍କର ବ୍ରେନୱାସ୍ କରି ଆତଙ୍କବାଦୀ ସଜାଉଥିଲା । ଅଭିଯୁକ୍ତର ମୋବାଇଲରୁ ପାକିସ୍ତାନ ଓ ଅନ୍ୟ ବିଦେଶୀ ନମ୍ବର ସହ ଯୋଗାଯୋଗର ପ୍ରମାଣ ମିଳିଛି । ବାହୁ ଫୋର୍ଟ ଥାନାରେ ବିଏନ୍ଏସ୍ର ଧାରା ୧୧୩-୩ ଅଧୀନରେ ରୁଜୁ ହୋଇଛି ମାମଲା ।
ଶୁଭଙ୍କରଙ୍କ ବିବାଦୀୟ ବୟାନ ; ‘ଶ୍ରୀମନ୍ଦିରକୁ ଗଲେ ଭାଙ୍ଗିଯାଏ ପ୍ରେମୀଯୁଗଳଙ୍କ ସଂପର୍କ’
ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ସାଜିଦ୍ର ବାପା ମହମ୍ମଦ ଅସଲମ ସିଆର୍ପିଏଫ୍ରେ କାମ କରନ୍ତି । ପୁଅ କିପରି ଭାବେ ଆତଙ୍କବାଦୀ ସାଜିଲା, ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ସାଜିଦର ପରିବାର ତିନି ବର୍ଷ ପୂର୍ବେ ରିୟାସିରୁ ଜମ୍ମୁର ବଠିଣ୍ଡି ଅଞ୍ଚଳକୁ ଯାଇଥିଲେ । ପଡ଼ୋଶୀଙ୍କ ସୂଚନା ଅନୁସାରେ, ସାଜିଦ୍ ପାଠପଢ଼ାରେ ଭଲ ଥିଲା । କିନ୍ତୁ ଲୋକଙ୍କ ସହ ଅଧିକ ମିଶୁ ନ ଥିଲା । ପୁଲିସ୍ କହିଛି, ସାଜିଦ୍ ସୀମାପାର୍ରୁ ନିର୍ଦ୍ଦେଶ ପାଉଥିଲା । ସ୍ଥାନୀୟ ଯୁବକଙ୍କୁ ଜିହାଦୀ କରାଇବାରେ ସାହାଯ୍ୟ କରୁଥିଲା ।
ବାପା ସିଆର୍ପିଏଫ୍ ଯବାନ, ପୁଅ ଆତଙ୍କବାଦୀ
ଜମ୍ମୁକୁ ଅସ୍ଥିର କରିବାକୁ ଯୋଜନା
ଷଡ଼୍ଯନ୍ତ୍ରକୁ ପଣ୍ଡ କଲା ଜମ୍ମୁ ପୁଲିସ
ସଫଳ ହେଲାନି ଜମ୍ମୁରେ ବିସ୍ଫୋରଣ ଯୋଜନା
ଧରାପଡ଼ିଲା ୧୯ ବର୍ଷୀୟ ଆତଙ୍କୀ ସାଜିଦ୍
ବାପା ସିଆର୍ପିଏଫ୍ ଯବାନ, ପୁଅ ଆତଙ୍କୀ
୬ ଦିନିଆ ପୁଲିସ୍ ରିମାଣ୍ଡରେ ଗଲା ସାଜିଦ
ଫୋନ୍ ଜରିଆରେ ପାକିସ୍ତାନରୁ ଆସୁଥିଲା ନିର୍ଦ୍ଦେଶ
ଅନଲାଇନ୍ରେ ସ୍ଥାନୀୟ ଯୁବକଙ୍କର କରୁଥିଲା ବ୍ରେନୱାସ୍
ବାହୁ ଫୋର୍ଟ ଥାନାରେ ମାମଲା ରୁଜୁ
ରିୟାସି ଜିଲ୍ଲାର ବାସିନ୍ଦା ଥିଲା ସାଜିଦ୍
ତିନି ବର୍ଷ ପୂର୍ବେ ପରିବାର ସହ ଜମ୍ମୁର ବଠିଣ୍ଡିକୁ ଯାଇଥିଲା
ପଡ଼ୋଶୀଙ୍କ କହିବା ଅନୁଯାୟୀ, ସାଜିଦ୍ ପାଠପଢ଼ାରେ ଭଲ ଥିଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/28/28-2025-11-28-14-35-05.jpg)