କନକ ବ୍ୟୁରୋ : ପାରାଦୀପରେ ବୁଲିଲା ଖଣ୍ଡା । ବିରାଟ ଖଣ୍ଡା ଧରି ନିଶାସକ୍ତ ଯୁବକର ଉନ୍ମତ୍ତ କାଣ୍ଡ । ପାରାଦୀପ ଅଠରବାଙ୍କୀ ମେଡିକାଲ ରାସ୍ତାରେ ଖଣ୍ଡା ଧରି ଲୋକଙ୍କୁ ଭୟଭୀତ କରାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ପାରାଦୀପ ଅଠରବାଙ୍କୀ ଛକ ନିକଟରୁ ଶହେ ମିଟର ଦୂରରେ ରହିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ।

Advertisment

ଅଧିକ ପଢ଼ନ୍ତୁ : ନିଶା କରିଦେଲା ପୁଅକୁ ପିଶାଚ : ପେଟ୍ରୋଲ ଢାଳି ମାଆକୁ ପୋଡିଦେଲା ପୁଅ

ତେବେ ମେଡିକାଲ ରାସ୍ତାରେ ବିଦେଶୀ ମଦଦୋକାନ ଥିବାରୁ ବିଭିନ୍ନ ସମୟରେ ନିଶାଶକ୍ତ ଯୁବକଙ୍କ ଆଡ୍ଡା ଜମୁଥିବା ଅଭିଯୋହ ହେଉଛି । ଭିଡିଓ ଭାଇରାଲ୍ ହେବା ପରେ, ମେଡିକାଲକୁ ଯାଆସ କରୁଥିବା ଲୋକେ ଭୟଭୀୟ ଅଛନ୍ତି । ତେବେ ସମ୍ପୃକ୍ତ ଯୁବକର ପରିଚୟ ମିଳିପାରିନାହିଁ ।