କନକ ବ୍ୟୁରୋ:  ଡ୍ରଗ୍ସ କାରବାର ଅଭିଯୋଗ ଆଣି ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଆମେରିକା ଉଠାଇ ନେଇଛି । ଏପଟେ ଭାରତରେ ବଢ଼ିଚାଲିଛି ମାରିଜୁଆନା କାରବାର। ଓଡ଼ିଶାରୁ ବ୍ୟାଙ୍କକକ୍ ପର୍ଯ୍ୟନ୍ତ ଲମ୍ବିଛି ଚେର। ବ୍ୟାଙ୍କକକରୁ ଭୁବନେଶ୍ୱରରେ ପହଂଚିବା ପରେ, ବିଭିନ୍ନ ରାଜ୍ୟକୁ ଚାଲାଣ ହେଉଥିଲା ଏହି କୋଟିଏ ଟଙ୍କିଆ ନିଶା  I ତେବେ କେରଳି ଯୁବକ ବନ୍ଧା ହେବା ପରେ, ଭୁବନେଶ୍ୱରର ଏକ ହୋଟେଲରେ ପଶି, ଲୈଲା ମଜନୁକୁ ଉଠାଇ ଆଣିଥିଲା DRI I    ଗୋଟିଏ କିଲୋକୁ କୋଟିଏ ଟଙ୍କା I ହାଇଡ୍ରୋପୋନିକ ଉଇଡ ବା ମାରିଜୁଆନାର ହବ ପାଲଟିଛି ଭୂବନେଶ୍ବର I   

Advertisment

ଅଧିକ ପଢନ୍ତୁ : ଡ୍ରଗ୍ସ ବାହାନାରେ ଭେନେଜୁଏଲାର ତେଲ ଉପରେ ଟ୍ରମ୍ପଙ୍କ ଆଖି ; ଭାରତ ଉପରେ ପ୍ରଭାବ ପଡ଼ିବ କି ?

୪ ଦିନ ଭିତରେ ୧୨ କୋଟି ଟଙ୍କାର ମାରିଜୁଆନା ଧରା ପଡିବା ଘଟଣା ଏବେ ଚଞ୍ଚଲ୍ୟ ଖେଳାଇ ଦେଇଛି I  ଗତ ୩୧  ତାରିଖରେ ୪ କୋଟିର ମାରିଜୁଆନା ସହ ବନ୍ଧା ହୋଇଥିଲା ଜଣେ କେରଳୀ ଯୁବକ I ଘଟଣାକୁ ୭୨ ଘଣ୍ଟା ନପୂରୁଣୁ ପୁଣି ଜଣେ କେରଳୀ ଯୁବକ ପାଖରୁ ମିଳିଛି ୮ କୋଟି ଟଙ୍କାର ହାଇଡ୍ରୋଫୋନିକ୍ ୱିଡ୍। ଉଭୟଙ୍କ ଲିଙ୍କ ନେଇ ଖୋଳତାଡ଼ ବେଳେ, ସାମ୍ନାକୁ ଆସିଛି ଆଉ ସାଙ୍ଘାତିକ ତଥ୍ୟ I ଏହି ଅଭିଯୁକ୍ତ ମାନେ ବ୍ୟାଙ୍କକରୁ ବେଙ୍ଗାଲୁରୁକୁ ମାଲ୍ ସପ୍ଲାଏ ପାଇଁ ଆଣିଥିବା ଜଣା ପଡ଼ିଛି I ଅଭିଯୁକ୍ତ ମାନେ ଏୟାରପୋର୍ଟରୁ ଓହ୍ଲାଇ ସିଧା ହୋଟେଲରେ ପହଞ୍ଚିଥାନ୍ତେ I ସେଠାରେ ଥିବା ଜଣେ ମୁମ୍ବାଇ ଯୁବକ ଓ ତା’ ଗର୍ଲଫ୍ରେଣ୍ଡ ଏସବୁକୁ ବେଙ୍ଗାଳୁରୁକୁ ବସ୍ ଯୋଗେ ପଠାଇଥାନ୍ତେ I ଉଭୟ ପୁରୁଷ ଏବଂ ମହିଳାଙ୍କୁ ହୋଟେଲରୁ ଉଠାଇ ଆଣି ଅଟକ ରଖି, ପଚରାଉଚରା କରୁଛି ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ । 

ଅନ୍ତର୍ଜାତୀୟ ବଜାରରୁ ଏବେ ଭାରତକୁ ମାରିଜୁଆନା ସପ୍ଲାଇ ପାଇଁ ଭୁବନେଶ୍ବର ବୀମାନବନ୍ଦର ଗେଟ ୱେ ପାଲଟିଥିବା ବେଳେ କଷ୍ଟମ ବିଭାଗ ପାଇଁ ଏହା ଚ୍ୟାଲେଞ୍ଜ ପାଲଟିଛି । ସେପଟେ ଜର୍ମାନୀରୁ ଭାରତ ଭାୟା ମାଲେସିଆ ଦେଇ ଚାଲାଣ ନେଇ ସୁରାକ୍ ପାଇଛି କଷ୍ଟମ ବିଭାଗ । କେଜିଏ କାରବାର କଲେ ଦଲାଲ ପାଉଛି ୧୦ ଲକ୍ଷ ଟଙ୍କା। ନିଶା ସିଣ୍ଡିକେଟରେ ମହିଳା ଓ ସୁନ୍ଦରୀ ଯୁବତୀଙ୍କ ସମ୍ପୃକ୍ତି ନେଇ ପ୍ରମାଣ ମିଳିଛି ।    କ୍ବାଲାଲମପୁରରୁ ନିଶା ଚାଲାଣ ଘଟଣାର ପୂର୍ବରୁ ଦୁଇ ମହିଳାଙ୍କୁ  ବାନ୍ଧିଥିଲା କଷ୍ଟମ ବିଭାଗ I ଗତବର୍ଷ ପ୍ରାୟ ୧୦୦ କୋଟି ଟଙ୍କାର ମାରିଜୁଆନା ଜବତ କରିଥିଲା ସ୍ଵତନ୍ତ୍ର ଟିମ୍ । ପ୍ରଶ୍ନ ଉଠୁଛି, ଏୟାରପୋର୍ଟର ସୁରକ୍ଷା ବଳୟକୁ ଭେଦ କରି ଭୁବନେଶ୍ୱରକୁ କେମିତି ଆସୁଛି ମାରିଜୁଆନା ? 
କିଏ ଖାଉଛି ନିଶା, କାହିଁକି ସୁନ୍ଦରୀ ସାଜୁଛନ୍ତି ମାଷ୍ଟରମାଇଣ୍ଡ? 
ଏହି ନିଶା ସିଣ୍ଡିକେଟ୍ ପଛରେ ଥିବା ଶିଳ୍ପପତି, ବ୍ୟବସାୟୀମାନେ କିଏ ?