siddaramaiah dk shivakumar Photograph: (kanak news)
କନକ ବ୍ୟୁରୋ: ବ୍ରେକଫାଷ୍ଟ ବୈଠକ ପରେ ଲାଗୁଥିଲା ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ କର୍ଣ୍ଣାଟକରେ ସବୁ କିଛି ଠିକ ଠାକ ଅଛି । ମାତ୍ର କିଛିଦିନ ନଯାଉଣୁ ପୁଣି ପଦାରେ ପଡିଲାଣି ଡିକେ ଶିବକୁମାର ଓ ସିଦ୍ଦରମୈୟାଙ୍କ ମଧ୍ୟରେ ଚାଲିଥିବା କନ୍ଦଳ । ମୁଖ୍ୟମନ୍ତ୍ରୀ ଚୌକି ନେଇ ଉଭୟଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା ପୁଣି ରାଜ୍ୟ ରାଜନୀତିକୁ ସରଗରମ କରିଛି । ସେପଟେ ମିଳିଥିବା ସୂଚନା ଅନୁସାରେ ଉଭୟ ଡିକେ ଓ ସିଦ୍ଦରମୈୟା ଆଜି ମଲ୍ଲିକାର୍ଜୁନ ଖଡ଼ଗେ ଓ ସୋନିଆ ଗାନ୍ଧୀଙ୍କୁ ଭେଟିବେ । କଂଗ୍ରେସର ଭୋଟ୍ ଚୋର, ଗାଦୀ ଛାଡ଼ ରାଲି ପରେ ଏହି ସାକ୍ଷାତ କାର୍ଯ୍ୟକ୍ରମ ରହିଛି ।
ସେପଟେ ଶନିବାର କଂଗ୍ରେସ ବିଧାୟକ ଏଚ୍.ଏ. ଇକବାଲ ହୁସେନ କହିଛନ୍ତି ଯେ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଜାନୁଆରି ୬ କିମ୍ବା ୯ ସୁଦ୍ଧା ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ।। ରାମନଗର ବିଧାୟକ ତଥା ଶିବକୁମାରଙ୍କ ଜଣେ ଦୃଢ଼ ସମର୍ଥକ ହୁସେନ କହିଛନ୍ତି ଯେ, ଏହି ତାରିଖରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କର୍ଣ୍ଣାଟକର ସବୁଠାରୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ହେବେ ଏବଂ ସ୍ୱର୍ଗତ ଡି. ଦେବରାଜ ଉର୍ସଙ୍କ ରେକର୍ଡ ଭାଙ୍ଗିବେ। ଆଉ ଏହାପରେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାର ୯୯% ସମ୍ଭାବନା ଅଛି।
ଆହୁରି ପଢ଼ନ୍ତୁ ; କିଏ ହେବେ ତିରୁବନନ୍ତପୁରମ୍ ମେୟର? ବିଜେପିର ଐତିହାସିକ ବିଜୟ ପରେ ବଢ଼ିଲା ଚର୍ଚ୍ଚା
ଗତ ସପ୍ତାହର ଶନିବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଏକାଠି ବ୍ରେକଫାଷ୍ଟ କରିବା ସହ ସେମାନଙ୍କ ମଧ୍ୟରେ କୌଣସି ମତାନ୍ତର ନଥିବା କହିଥିଲେ । ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଏହି ଭେଟଘାଟ ପରେ ମିଳିତ ସାମ୍ବାଦିକ କରିଥିଲେ ସିଦ୍ଦରମୈୟା ଓ ଡିକେ । ଦୁହେଁ ଦୁହିଁଙ୍କ ଭିତରେ ସବୁ କିଛି ଠିକ୍ ଅଛି ବୋଲି କହିଥିଲେ । ତେବେ ଜାଣିରଖିବା ଉଚିତ ଯେ, ମୁଖ୍ୟମନ୍ତ୍ରୀ ଚେୟାରକୁ ନେଇ କଳି ଭିତରେ ସେଦିନ ସକାଳୁ ସିଦ୍ଦରମୈୟାଙ୍କ ବାସଭବନରେ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର । କାହିଁକି ନା ତାଙ୍କୁ ବ୍ରେକଫାଷ୍ଟ ପାଇଁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ଚର୍ଚ୍ଚା ହେଉଥିଲା ଏଥିପାଇଁ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଥିଲା । ଏହାପରେ ଚର୍ଚ୍ଚା ହେଲା ଯେ, କର୍ଣ୍ଣାଟକ କଂଗ୍ରେସର କଳି ତୁଟିଲା, ହେଲେ ଏବେ କିଛି ଦିନ ପରେ ପୁଣି ସେହି ଚର୍ଚ୍ଚା ସାମ୍ନାକୁ ଆସିଛି ।
Follow Us