କନକ ବ୍ୟୁରୋ: କେରଳର ତିରୁବନନ୍ତପୁରମ୍ ନଗର ନିଗମ ନିର୍ବାଚନରେ ବିଜେପି ବିଜୟ ଲାଭ କରିବା ପରେ ନୂଆ ମେୟର କିଏ ହେବ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବିଜେପି ଏଥିପାଇଁ କେରଳର ପୂର୍ବତନ ପୁଲିସ ଡିଜି ଆର. ଶ୍ରୀଲେଖାଙ୍କୁ ମନୋନୀତ କରିପାରେ ବୋଲି ଚର୍ଚ୍ଚା ହେଉଛି । ଆର୍. ଶ୍ରୀଲେଖା ହେଉଛନ୍ତି କେରଳର ପ୍ରଥମ ମହିଳା ଆଇପିଏସ୍ ଅଫିସର ଓ କେରଳର ପ୍ରଥମ ମହିଳା ପୁଲିସ ଡିଜି। ତେବେ ବିଜେପି ହାଇକମାଣ୍ଡଙ୍କ ଉପରେ ଶ୍ରୀଲେଖା ଚୂଡ଼ାନ୍ତ ନିଷ୍ପତ୍ତି ଛାଡ଼ିଛନ୍ତି।
ଆହୁରି ପଢ଼ନ୍ତୁ : ପଶ୍ଚିମବଙ୍ଗର ପୁରୁଣା ଭୋଟର ତାଲିକାରେ ବଡ଼ ତ୍ରୁଟି: ବହୁଲୋକଙ୍କ ବାପାମାଆଙ୍କ ନାଁ ସମାନ, କିଏ ୧୫ ବର୍ଷରେ ବାପା
ମିଳିଥିବା ସୂଚନା ଅନୁସାରେ, ତିରୁବନନ୍ତପୁରମରେ ବିଜେପି ବିଜୟ ଉତ୍ସବ ପାଳନ କରିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି। ଆସନ୍ତାବର୍ଷ କେରଳରେ ବିଧାନସଭା ନିର୍ବାଚନ ଥିବା ବେଳେ ରାଜ୍ୟର ରାଜଧାନୀରେ ବିଜୟକୁ ଗୁରୁତ୍ବ ଦେଉଛି ବିଜେପି । ୪ ଦଶନ୍ଧିରୁ ଅଧିକ ସମୟ ଧରି ତିରୁବନନ୍ତପୁରମ୍ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ-ଏଲଡିଏଫର ଅଭେଦ୍ୟ ଦୁର୍ଗ ଥିଲା। ଏହି ଦୁର୍ଗ ଅଧିକାର କରି ବିଜେପି ସେହି ରେକର୍ଡ ଭାଙ୍ଗିଛି । ତିରୁବନନ୍ତପୁରମକୁ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ଗଡ଼ ବୋଲି ମଧ୍ୟ କୁହାଯାଏ। ପରିବର୍ତ୍ତିତ ପରିସ୍ଥିତିରେ ଥରୁରଙ୍କ ରାଜନୈତିକ ଆଭିମୁଖ୍ୟ ବଦଳୁଥିବା ବେଳେ ତିରୁବନନ୍ତପୁରମ୍ ନଗର ନିଗମରେ ବିଜେପିର ବିଜୟ ନେଇ ଚର୍ଚ୍ଚା ଜୋର ଧରିଛି।
- କିଏ ହେବେ ତିରୁବନନ୍ତପୁରମ୍ ମେୟର?
- ବିଜେପିର ବିଜୟ ପରେ ଜୋରଦାର ଚର୍ଚ୍ଚା
- ଆର. ଶ୍ରୀଲେଖା ହୋଇପାରନ୍ତି ମେୟର
- କେରଳର ପ୍ରଥମ ମହିଳା ଆଇପିଏସ୍ ଅଫିସର
- କେରଳର ପ୍ରଥମ ମହିଳା ପୁଲିସ ଡିଜି ଶ୍ରୀଲେଖା
- ଅବସର ପରେ ଶ୍ରୀଲେଖା ବିଜେପିରେ ମିଶିଥିଲେ
- ତିରୁବନନ୍ତପୁରମରେ ଏଲଡିଏଫର ରେକର୍ଡ ଭାଙ୍ଗିଛି ବିଜେପି
- ଏଲଡିଏଫ୍ ୪ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ଥିଲା
- ଏଠାରେ ବିଜେପି ଜିତିଥିବାରୁ ବିଜୟ ଉତ୍ସବ ପାଳନ କରିବ
- ଯୋଗଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/14/thiruvananthapuram-bjp-2025-12-14-14-31-17.jpg)