Delhi Blast Photograph: (KanakNews)
କନକ ବ୍ୟୁରୋ: ଦିଲ୍ଲୀ ବିସ୍ଫୋରଣ ମାମଲା, ଏନଆଇଏ ଦ୍ୱାରା ଆଉ ୪ ଅଭିଯୁକ୍ତ ଗିରଫ । ଏନଆଇଏର ସୂଚନାନୁସାରେ, ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଜମ୍ମୁ ଓ କାଶ୍ମୀରର ବାସିନ୍ଦା ହୋଇଥିବାବେଳେ ଜଣେ ଅଭିଯୁକ୍ତ ଉତ୍ତର ପ୍ରଦେଶରୁ । ଧରାପଡ଼ିଥିବା ଅଭିଯୁକ୍ତ ସମସ୍ତେ ଡାକ୍ତର । ଅଭିଯୁକ୍ତମାନେ ବିସ୍ଫୋରଣ ଷଡ଼୍ଯନ୍ତ୍ରରେ ସିଧାସଳଖ ଜଡ଼ିତ ଥିବା ନେଇ ଏନଆଇଏ ଦାବି କରିଛି । ଏହି ମାମଲାରେ ଆହୁରି ଅଧିକ ତଥ୍ୟ ଏକାଠି କରିବା ପାଇଁ ଏନଆଇଏ ବର୍ତ୍ତମାନ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ପଚରାଉଚରା କରୁଛି ଏବଂ ବିସ୍ଫୋରଣ ପଛରେ ଥିବା ସମ୍ପୂର୍ଣ୍ଣ ନେଟୱର୍କକୁ ଠାବ କରିବାକୁ ଚେଷ୍ଟା କରୁଛି ।
ଅଧିକ ପଢନ୍ତୁ : Delhi Blast : ଦିଲ୍ଲୀ ବିସ୍ଫୋରଣ ଘଟଣା : କୁଆଡେ ଗଲା ଲାଲ୍ EcoSport କାର୍
ଅଧିକ ତଦନ୍ତ ଜାରି ରହିଛି ଏବଂ ଏହି ଘଟଣାରେ ଆହୁରି ଅନେକ ଲୋକଙ୍କୁ ଗିରଫ କରାଯାଇପାରେ ବୋଲି ଅନୁମାନ କରାଯାଉଛି । ଏନଆଇଏ ଅଭିଯୁକ୍ତମାନଙ୍କୁ ପୁଲୱାମାର ଡାକ୍ତର ମୁଜାମ୍ମିଲ ଶକିଲ , ଅନନ୍ତନାଗର ଡାକ୍ତର ଆଦିଲ ଅହମ୍ମଦ ରାଥେର, ଶୋପିଆନର ମୁଫତି ଇରଫାନ ଅହମ୍ମଦ ୱାଗେଇ, ଏବଂ ଲକ୍ଷ୍ନୌର ଡାକ୍ତର ଶାହିନ ସଇଦ ଭାବରେ ଚିହ୍ନଟ କରିଛି । ଏନଆଇଏର ତଦନ୍ତ ଅନୁସାରେ, ଚାରିଜଣ ଆତଙ୍କବାଦୀ ଦିଲ୍ଲୀ ବ୍ଲାଷ୍ଟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଯେଉଁଥିରେ ଅନେକ ନିର୍ଦ୍ଦୋଷ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ ।
Follow Us